ଅଧାବାଟରେ ଅଟକିଲା ପୁରୀ-ହାଓ୍ବଡା ବନ୍ଦେ ଭାରତ ଏକ୍ସପ୍ରେସ

0 100

ଭଦ୍ରକ:ଯାତ୍ରୀଙ୍କୁ ଧୋକା ଦେଲା ବନ୍ଦେ ଭାରତ ଏକ୍ସପ୍ରେସ । ଅଧାବାଟରେ ଅଟକିଲା ପୁରୀ-ହାଓ୍ବଡା ବନ୍ଦେ ଭାରତ ଏକ୍ସପ୍ରେସ । ଯାନ୍ତ୍ରିକ ତ୍ରୁଟି ଯୋଗୁ ଭଦ୍ରକ ମଞ୍ଜୁରୀ ରୋଡରେ ଟ୍ରେନ ଅଟକିଯିବାରୁ ଯାତ୍ରୀ ହୋଇଛନ୍ତି ହନ୍ତସନ୍ତ । ଦୀର୍ଘ ସମୟ ଧରି ଟ୍ରେନ ଅଟକିବା ସହ ମୁଖ୍ୟଦ୍ବାର, ଝରକା ଖୋଲୁ ନଥିବାବେଳେ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା ମଧ୍ୟ କାମ କରୁନାହିଁ । ତେବେ କିଛି ଜରୁରୀକାଳୀନ ଡୋର ଓ ଝରକା ଖୋଲିଥିବା ସୂଚନା ମିଳିଛି । ଏହାକୁ ନେଇ ଯାତ୍ରୀ ମାନେ ଆତଙ୍କିତ ହୋଇପଡିଛନ୍ତି ।

ଗତ ୧୮ ତାରିଖରେ ଆରମ୍ଭ ହୋଇଥିବା ଏହି ଟ୍ରେନର ଦୁରବସ୍ଥା ସମସ୍ତଙ୍କ ମଧ୍ୟରେ ଉଦବେଗ ସୃଷ୍ଟି କରିଛି । କାଳ ବୈଶାଖୀ ଯୋଗୁ ଗଛ ପଡ଼ି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଉଥିଲେ ମଧ୍ୟ ଏହା ମନୁଷ୍ୟକୃତ ଅବହେଳା ବୋଲି ଜଳ ଜଳ ଦେଖାଯାଉଛି । ବନ୍ଦେ ଭାରତ ଏକ୍ସପ୍ରେସକୁ ଏ-୧ କାଟେଗୋରୀର ଟ୍ରେନ ବୋଲି ବିବେଚନା କରାଯିବା ସହ ଏହାର ସୁରକ୍ଷାଠୁ ଆରମ୍ଭ କରି ଅନ୍ୟାନ୍ୟ ସୁବିଧା ସୁପରକ୍ଲାସ ବୋଲି ପ୍ରଚାର କରାଯାଉଥିଲା । ତେବେ ବନ୍ଦେ ଭାରତ ଏକ୍ସପ୍ରେସ ଯେ ଅନ୍ୟ ଯେ କୌଣସି ଟ୍ରେନ ସହ ସମାନ ଆଜିର ଅଘଟଣ ତାହା ପ୍ରମାଣ କରିଛି ।

ଅପରାହ୍ଣ ୪ଟା ୩୦ରୁ ଯାନ୍ତ୍ରିକ କାରଣରୁ ବ୍ରିଜ ଉପରେ ଟ୍ରେନ ଅଟକି ରହିଛି । ଦୀର୍ଘ ୨ ଘଣ୍ଟା ପରେ ମଧ୍ୟ ରେଳ କର୍ମଚାରୀମାନେ ସ୍ବାଭାବିକ ଅବସ୍ଥା ଫେରାଇଆଣିବାରେ ବିଫଳ ହୋଇଛନ୍ତି । ଘଟଣାସ୍ଥଳକୁ ଏକ ଟେକ୍ନିକାଲ ଟିମ ଯାଇଥିବା ସୂଚନା ମିଳିଛି । ରାତି ସାଢେ ୭ଟା ସୁଦ୍ଧା ଟ୍ରେନ ଛାଡ଼ିବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି । ଏକ ଡିଜେଲ ଇଞ୍ଜିନ କୋଲକାତାରୁ ଅଣାଯାଇ ଟ୍ରେନକୁ ଟାଣି ନେବା ଲାଗି ବ୍ୟବସ୍ଥା କରାଯାଉଛି । ମଞ୍ଜୁରୀ ରୋଡରେ ପହଞ୍ଚିବା ପରେ ସେଠାରେ ମୂଳ ଇଞ୍ଜିନ ଜରିଆରେ ନିଆଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.