ଆସନ୍ତାକାଲି ତିନି ଜଣ ନୂଆ ମନ୍ତ୍ରୀ ନେବେ ଶପଥ

0 104

ଭୁବନେଶ୍ୱର: ସବୁ କଳ୍ପନାଜଳ୍ପନାର ଘଟିଲା ଅନ୍ତ । କିଏ ପାଇବେ ମନ୍ତ୍ରୀ ପଦ? ପ୍ରଶ୍ନରୁ ହଟିଲା ପରଦା । ତିନି ବରିଷ୍ଠ ବିଜେଡି ବିଧାୟକଙ୍କ ନାଁରେ ମୋହର । ଆସନ୍ତାକାଲି ତିନି ନୂଆ ମନ୍ତ୍ରୀ ନେବେ ଶପଥ । ନୂଆ ମନ୍ତ୍ରୀ ଭାବେ  ବିକ୍ରମ କେଶରୀ ଆରୁଖ, ସାରଦା ନାୟକ, ସୁଦାମ ମାରଣ୍ଡି ଶପଥ ନେବେ । ଆସନ୍ତାକାଲି କ୍ୟାବିନେଟ ମନ୍ତ୍ରୀ ଭାବେ ନେବେ ଶପଥ । ତେବେ କିଏ କେଉଁ ବିଭାଗ ପାଇବେ ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ଆସନ୍ତାକାଲି ସକାଳେ ଲୋକସେବା ଭବନର କନଭେନସନ ହଲରେ ଗୋପନୀୟତାର ଶପଥପାଠ କରାଇବେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ।

ସୂଚନାଥାଉକି ନିକଟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ପଦରୁ ସମୀର ଦାଶ ଓ  ଶ୍ରମ ବିଭାଗ ମନ୍ତ୍ରୀ ପଦରୁ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିଲେ । ସେହିପରି ନବ ଦାସଙ୍କ ମୃତ୍ୟୁ ପରେ ଖାଲିପଡ଼ିଥିଲା ସ୍ୱାସ୍ଥ୍ୟ ବିଭାଗ । ବିଧାନସଭା ବାଚସ୍ପତି ପଦରୁ ବିକ୍ରମ କେଶରୀ ଆରୁଖ ଇସ୍ତପା ଦେଇଥିଲେ । ବର୍ତ୍ତମାନ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସ୍ୱାସ୍ଥ୍ଯ ବିଭାଗର ଅତିରିକ୍ତ ଦାୟିତ୍ୱରେ ଅଛନ୍ତି । ସେହିପରି ଶ୍ରମ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱରେ ଅଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

Leave A Reply

Your email address will not be published.