ଆଜି IPLର ଗ୍ରାଣ୍ଡ ଫିନାଲେ

0 87

ଅହମ୍ମଦାବାଦ: ଚେନ୍ନାଇ ସୁପର କିଙ୍ଗ୍ସ ବନାମ ଗୁଜରାଟ ଟାଇଟନ୍ସ । କିଏ ରଚିବ ଇତିହାସ । କିଏ ହେବ IPL ସିଜିନ୍-୧୬ର ଚାମ୍ପିଅନ୍ । ଆଇପିଏଲ ଟ୍ରଫି ପାଇଁ ଆଜି ହେବ ମହାଲଢ଼େଇ । ଏଥିପାଇଁ ପ୍ରସ୍ତୁତ ହୋଇସାରିଛି ମଞ୍ଚ । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ମହାମୁକାବିଲା । ୪ ଥରର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟିବ ଗୁଜରାଟ ଟାଇଟନ୍ସ । IPLର ପଞ୍ଚମ ଟ୍ରଫି ଜିତିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଧୋନୀ ବାହିନୀ । ସେହିପରି ଟାଇଟଲ ବଜାୟ ରଖିବା ପାଇଁ ପ୍ରସ୍ତୁତ ଡିଫେଣ୍ଡିଂ ଚାମ୍ପିୟନ ଗୁଜରାଟ ଟାଇଟନ୍ସ ।

ଆଇପିଏଲର ୧୬ ତମ ସଂସ୍କରଣ ଯେଉଁଠାରୁ ଆରମ୍ଭ ହୋଇଥିଲା ଆଜି ସେହି ସ୍ଥାନରେ ପହଞ୍ଚିଛି । ଅହମ୍ମଦାବାଦରେ ଚେନ୍ନାଇ ଓ ଗୁଜରାଟ ମଧ୍ୟରେ ଆଇପିଏଲର ଉଦଘାଟନୀ ମ୍ୟାଚ୍ ଆରମ୍ଭ ହୋଇଥିଲା । ତେବେ ୭୩ଟି ମ୍ୟାଚ ପରେ ପୁଣି ଥରେ ସେହି ଷ୍ଟାଡିୟମରେ ଫାଇନାଲ ଖେଳିବେ ଏହି ଦୁଇ ଦଳ । ଚଳିତ ସିଜିନରେ ଉଭୟ ଦଳ ତୃତୀୟ ଥର ପାଇଁ ପରସ୍ପରକୁ ଭେଟିବେ । ଉଦଘାଟନୀ ମ୍ୟାଚରେ ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇକୁ ୫ ଓ୍ୱିକେଟରେ ପରାସ୍ତ କରିଥିଲା ଗୁଜରାଟ । ତେବେ ପ୍ରଥମ ମ୍ୟାଚର ପରାଜୟର ବଦଲା ଚେନ୍ନାଇ ପ୍ଲେ ଅଫରେ ନେଇଥିଲା । ପ୍ଲେ ଅଫରେ ଗୁଜରାଟକୁ ୧୫ ରନରେ ପରାସ୍ତ କରି ଫାଇନାଲ ଟିକେଟ ହାସଲ କରିଥିଲା CSK । ତେବେ ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚରେ ମୁମ୍ବାଇକୁ ପରାସ୍ତ କରି ଲଗାତର ଦ୍ୱିତୀୟ ଥର ପାଇଁ ଫାଇନାଲରେ ସ୍ଥାନ ପକ୍କା କରିଛି ଗୁଜରାଟ । ଏଥିସହ ପ୍ଲେ ଅଫର ପ୍ରତିଶୋଧ ନେଇ ଲଗାତର ଦ୍ୱିତୀୟ ଥର ଚାମ୍ପିୟନ୍ ହେବା ଲକ୍ଷ୍ୟ ରଖିଛନ୍ତି ହାର୍ଦ୍ଦିକ ଆଣ୍ଡ କୋ ।

Leave A Reply

Your email address will not be published.