୨୦୦୦ ଟଙ୍କିଆ ନୋଟ୍ ଜମା କରିବାକୁ ବ୍ୟାଙ୍କ ଯାଉଛନ୍ତି କି ? ତେବେ ଜାଣନ୍ତୁ SBI, HDFC, ICICI ଓ PNB ବ୍ୟାଙ୍କର ନିୟମ

0 95

ନୂଆଦିଲ୍ଲୀ: ଆରବିଆଇ ଦ୍ୱାରା ୨୦୦୦ ଟଙ୍କିଆ ନୋଟ୍ ବନ୍ଦ ହେବା ପରେ ଏହାକୁ ୨୩ ମଇରୁ ପ୍ରତ୍ୟାହାର ଆରମ୍ଭ ହୋଇଥିଲା । ଲୋକମାନେ ଏ ସମ୍ପର୍କରେ ବ୍ୟାଙ୍କକୁ ଆସିବା ଆରମ୍ଭ କରିଛନ୍ତି । ମେ ୨୩ ରୁ ସେପ୍ଟେମ୍ବର ୩୦ ମଧ୍ୟରେ ୨୦୦୦ ଟଙ୍କିଆ ନୋଟ୍ ବ୍ୟାଙ୍କ ଯାଇ ବଦଳାଇବାକୁ ନିର୍ଦ୍ଦେଶ ଦେଇଥିଲା । ବ୍ୟାଙ୍କଗୁଡ଼ିକରେ ନୋଟ୍ ବଦଳାଇବା ସଂପର୍କରେ ଲୋକଙ୍କ ମନରେ ଅନେକ ପ୍ରଶ୍ନ ରହିଛି ।

୨୦୦୦ ଟଙ୍କିଆ ନୋଟ୍ ବଦଳାଇବା ପାଇଁ ବିଭିନ୍ନ ବ୍ୟାଙ୍କର କ’ଣ କ’ଣ ନିୟମ ରହିଛି, ଆସନ୍ତୁ ଜାଣିବା.

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ :-

ଏସବିଆଇ କହିଛି ଯେ, ଲୋକଙ୍କୁ ଏସବିଆଇର କୌଣସି ବ୍ରାଞ୍ଚରେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ୨୦୦୦ ଟଙ୍କିଆ ନୋଟ ବଦଳାଇବା ପାଇଁ ଲୋକଙ୍କୁ କୌଣସି ପ୍ରକାରର ପରିଚୟ ପତ୍ର ଦେଖାଇବା କିମ୍ବା ସ୍ଲିପ ଭରିବାର ଆବଶ୍ୟକ ନାହିଁ ।

ଏଚଡିଏଫସି ବ୍ୟାଙ୍କ :-
ମେ ୨୩ ରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଗ୍ରାହକମାନେ ସେମାନଙ୍କର ଏଚଡିଏଫସି ବ୍ୟାଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କିଆ ନୋଟ୍ ଜମା କରିପାରିବେ । ଏହି ବ୍ୟାଙ୍କରେ ଗୋଟିଏ ଦିନରେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ୨୦୦୦ ଟଙ୍କିଆ ନୋଟ୍ ବଦଳାଯାଇପାରିବ ।

ଆଇସିଆଇସିଆଇ ବ୍ୟାଙ୍କ :-

ଗ୍ରାହକମାନେ ଯେକୌଣସି ଆଇସିଆଇସିଆଇ ବ୍ୟାଙ୍କ ବ୍ରାଞ୍ଚରେ କିମ୍ବା ବ୍ୟାଙ୍କର କ୍ୟାସ୍ ଡିପୋଜିଟ୍ ମେସିନରେ ୨୦୦୦ ଟଙ୍କା ନୋଟ୍ ଜମା କରିପାରିବେ । ବରିଷ୍ଠ ନାଗରିକମାନେ ଆଇସିଆଇସିଆଇ ବ୍ୟାଙ୍କର ଡୋର୍ ଷ୍ଟେପ୍ ବ୍ୟାଙ୍କିଂ ସେବା ବ୍ୟବହାର କରିପାରିବେ । ଏହି ବ୍ୟାଙ୍କରେ ୨୦୦୦ ଟଙ୍କିଆ ନୋଟ୍ ଜମା କରିବା ପାଇଁ କୌଣସି ସ୍ଥିର ସୀମା ନାହିଁ । ଏହା ସହିତ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ପ୍ରକ୍ରିୟାରେ କୌଣସି ଦେୟ ଆଦାୟ କରାଯିବ ନାହିଁ ।

Leave A Reply

Your email address will not be published.