ଚାରି ବର୍ଷ ପରେ ପୁଣି ଥରେ ଚନ୍ଦ୍ରକୁ ଯିବ ଭାରତ, ଲଞ୍ଚ ହେବ ଚନ୍ଦ୍ରାୟନ -୩

0 98

ନୂଆଦିଲ୍ଲୀ: ଚାରି ବର୍ଷ ପରେ ପୁଣି ଥରେ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିବ ଭାରତ । ଆସନ୍ତା ଜୁଲାଇରେ ଚନ୍ଦ୍ରାୟନ -୩ ଲଞ୍ଚ କରିବ ଇସ୍ରୋ । ଚନ୍ଦ୍ରାୟନ-୨ ମିଶନରୁ ମିଳିଥିବା ଶିକ୍ଷା ଓ ବିଶ୍ବସ୍ତରୀୟ ବିଶେଷଜ୍ଞଙ୍କ ପରାମର୍ଶକୁ ଆଧାର କରି ଚନ୍ଦ୍ରାୟନ-୩ର ପରୀକ୍ଷଣ କରାଯାଇଛି । ଚନ୍ଦ୍ରାୟନ-୨ ମିଶନ ବେଳେ ଲ୍ୟାଣ୍ଡର ବିକ୍ରମ ଲୁନାର ସରଫେସରେ କ୍ରାସ୍‌ ହୋଇଯାଇଥିଲା । ମାତ୍ର ଚନ୍ଦ୍ରାୟନ-୨ରେ ଚନ୍ଦ୍ର ପୃଷ୍ଠକୁ ପଠାଯାଇଥିବା ଅର୍ବିଟର ଏବେ ବି ସଫଳତାର ସହ କାର୍ଯ୍ୟ କରୁଛି ।

ତେବେ ଚନ୍ଦ୍ରାୟନ-୩ର ଆବଶ୍ୟକ ପରୀକ୍ଷା ଶେଷ ହୋଇଛି ଏବଂ ୨୦୨୩ ଜୁଲାଇରେ ଲଞ୍ଚ ହେବା ଯୋଜନା ରହିଛି ବୋଲି ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅରଗାନାଇଜେସନ ବା ଇସ୍ରୋ ମୁଖ୍ୟ ଏସ ସୋମନାଥ କହିଛନ୍ତି । LVM3 ରକେଟ ଯୋଗେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ  ଉତକ୍ଷେପଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.