୫ଥର ପାଇଁ ଟାଇଟଲ୍ ହାତେଇଲେ ଚେନ୍ନାଇ

0 117

ଅହମ୍ମଦାବାଦ: ଆଇପିଏଲ୍ ୨୦୨୩ ଟାଇଟଲ ଜିତିଲା ଧୋନୀ ବାହିନୀ। ବର୍ଷା ଓ ଗୁଜରାଟକୁ ମାତ୍ ଦେଇ ଚାମ୍ପିଅନର ଖିତାବ୍ ଜିତିଲା ଚେନ୍ନାଇ ସୁପରକିଙ୍ଗସ। ଗତକାଲି ଅହମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆୟୋଜିତ ଫାଇନାଲ ମ୍ୟାଚରେ ଗୁଜରାଟ ଟାଇଟନ୍ସକୁ ୫ ୱିକେଟରେ ପରାସ୍ତ କରିଛି ଚେନ୍ନାଇ। ଏହି ବିଜୟ ସହ ପଞ୍ଚମ ଥର ପାଇଁ ଆଇପିଏଲ ଟାଇଟଲ ହାସଲ କରିଛି ଚେନ୍ନାଇ ।

ଆଇପିଏଲ ଇତିହାସରେ ମୁମ୍ବାଇର ୫ଟି ଟାଇଟଲ ସହ ଚେନ୍ନାଇ ସମକକ୍ଷ ହୋଇଛି । ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ସାଇ ସୁଦର୍ଶନ ୯୬ ଓ ରିଦ୍ଧିମାନ ଶାହ ୫୪ ରନ କରିବା ଫଳରେ ଗୁଜରାଟ ଟାଇଟନ୍ସ ୪ ୱିକେଟରେ ୨୧୪ ରନ୍ କରିଥିଲା । ଜବାବରେ ୨୧୫ ରନର ବିଜୟ ଲକ୍ଷ ନେଇ କ୍ରିଜକୁ ଓହ୍ଲାଇଥିଲା ଚେନ୍ନାଇ । ୩ଟି ବଲରେ ଖେଳିବା ପରେ ବର୍ଷା ଯୋଗୁ ଖେଳ ୨ଘଣ୍ଟା ୨୦ ମିନିଟ୍ ବନ୍ଦ ରହିଥିଲା ।

ବର୍ଷା ଛାଡ଼ିବା ପରେ ଡିଏଲଏସ ନିୟମ ଅନୁସାରେ ଚେନ୍ନାଇ ଆଗରେ ୧୫ ଓଭରରେ ୧୭୧ ରନର ବିଜୟ ଲକ୍ଷ୍ୟ ରହିଥିଲା । ୫ୱିକେଟ ହରାଇ ଶେଷ ବଲରେ ବିଜୟ ହାସଲ କରିନେଲା ଚେନ୍ନାଇ । ଶେଷ ଦୁଇଟି ବଲରେ ରବୀନ୍ଦ୍ର ଜାଡେଜା ଛକା ଓ ଚୌକା ମାରି ଚେନ୍ନାଇକୁ ଦେଇଥିଲେ ଐତିହାସିକ ବିଜୟ।

Leave A Reply

Your email address will not be published.