ଜୁନ୍ ୯ରୁ ଇଣ୍ଟର କଣ୍ଟିନେଣ୍ଟାଲ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

0 134

ଭୁବନେଶ୍ୱର: ଜୁନ ୯ରୁ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଇଣ୍ଟର କଣ୍ଟିନେଣ୍ଟାଲ କପ୍-୨୦୨୩ । ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାରତୀୟ ଫୁଟବଲ ଟିମ୍ କୋଚ୍ ଡ. ସଜି ପ୍ରଭାକରନଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କୁ ଟିକେଟ ପ୍ରଦାନ କରିଛନ୍ତି କ୍ୟାପଟେନ ସୁନିଲ ଛେତ୍ରୀ । ପ୍ରଥମ ଥର ଲାଗି ଓଡ଼ିଶା ଆନ୍ତର୍ଜାତୀୟ ପୁରୁଷ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆୟୋଜନ କରୁଛି । ବହୁ ସଂଖ୍ୟାରେ ଫୁଟବଲପ୍ରେମୀ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚି ଖେଳାଳିମାନଙ୍କୁ ଉତ୍ସାହିତ କରିବାକୁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି ।

ଆସନ୍ତା ୯ରୁ ୧୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରରେ ଇଣ୍ଟରନ୍ୟାସନାଲ ପୁରୁଷ ଫୁଟବଲ ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଏଥିରେ ଭାରତ ସମେତ ଲେବାନନ୍, ମାଙ୍ଗୋଲିଆ ଏବଂ ଭାନୋଆଟୋର ଟିମ୍ ଭାଗ ନେବେ । ହକି ବିଶ୍ବକପର ସଫଳ ଆୟୋଜନ ପରେ ଓଡ଼ିଶା ଆଉ ଏକ ବିଶ୍ବସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଯାଉଛି ।

Leave A Reply

Your email address will not be published.