ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷାଫଳ : ଦିନ ୧୧ଟାରେ ପ୍ରକାଶ ପାଇବ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ

0 136

ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷାଫଳ । ଦିନ ୧୧ଟାରେ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ । ଏନେଇ ସିଏଚଏସିସି, ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପରବର୍ତ୍ତୀ ସମୟରେ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ । ମାର୍ଚ୍ଚ ୧ ତାରିଖରୁ ଯୁକ୍ତ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଏପ୍ରିଲ୍ ୫ ତାରିଖରେ ଶେଷ ହୋଇଥିଲା ।

ସେହିପରି ଏପ୍ରିଲ୍ ୧୦ ତାରିଖରେ ଖାତା ଦେଖା ଆରମ୍ଭ ହୋଇଥିଲା । ଏପଟେ ଯୁକ୍ତଦୁଇ ପ୍ରଥମ ବର୍ଷର ନାମଲେଖା ପ୍ରକ୍ରିୟା ଚାଲିଛି । ସିଏଚଏସଇ ଅଧିନ ବିଦ୍ୟାଳୟର କଳା, ବିଜ୍ଞାନ, ବାଣିଜ୍ୟ, ଉପଶାସ୍ତ୍ରୀ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ନାମଲେଖା ଆରମ୍ଭ ହୋଇଛି ।

ସେପଟେ, ବଢିବ ଯୁକ୍ତ ଦୁଇ ସିଟ୍ । ୨୦୨୩ -୨୪ ଶିକ୍ଷା ବର୍ଷରୁ ବଢିବ ଯୁକ୍ତ ଦୁଇ ପିଲାଙ୍କ ପାଇଁ ସିଟ୍ ସଂଖ୍ୟା । ମାଟ୍ରିକ ପରୀକ୍ଷା ସଫଳତା ହାରକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇରେ ସିଟ୍ ବଢାଇବାକୁ ଏହି ନିଷ୍ପତି ନିଆଯାଇଛି । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ତଥ୍ୟ ଅନୁସାରେ ଚଳିତ ବର୍ଷ ରାଜ୍ୟର ୫ଲକ୍ଷ ୮ହଜାର ୪୦୪ ପିଲା ମାଟ୍ରିକ ପାସ୍ କରିଛନ୍ତି । କିନ୍ତୁ ଯୁକ୍ତ କଲେଜରେ ପ୍ରଥମ ବର୍ଷ ପାଇଁ ଅଛି ୫ଲକ୍ଷ ୯ହଜାର ସିଟ୍ । ତେଣୁ ଆବଶ୍ୟକତା ଦୃଷ୍ଟିରୁ ସିଟ୍ ବଢ଼ାଇବା ନେଇ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

Leave A Reply

Your email address will not be published.