ଜଗତସିଂହପୁର : ଓଡ଼ିଶା ଯାତ୍ରା ଜଗତର କିମ୍ବଦନ୍ତୀ ତଥା ଅପ୍ରତିଦ୍ୱନ୍ଦ୍ୱୀ ଅଭିନେତା ତଥା ନିର୍ଦ୍ଦେଶକ ନାଟ୍ୟଶ୍ରୀ ଆର୍ତ୍ତବନ୍ଧୁ ରାଉତରାୟଙ୍କ ୯୫ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଦୁଇଦିନ
ଧରି ପାଳିତ ହେଉଥିବା ଜିଲ୍ଲାସ୍ତରୀୟ ଉତ୍ସବ ନବରସ -୨୦୨୩ ଉଦ୍ଯାପିତ ହୋଇଯାଇଛି । ଏହି ଉଦ୍ଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ, ଆଇନଜୀବୀ ତଥା ‘ଡୁମାଣି ଗ୍ରୁପ’ର ଅଧ୍ୟକ୍ଷ ଅକ୍ଷୟ କୁମାର ପଟ୍ଟନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନାଟ୍ୟକାର ହରପ୍ରସାଦ ବାରିକ, ଜିଲ୍ଲାର ବରିଷ୍ଠ ସାମ୍ବାଦିକପ୍ରଦୀପ୍ତ କିଶୋର ଚୌଧୁରୀ, ସାହିତ୍ୟିକ ତଥା ପାରାଦ୍ୱୀପ ପୋର୍ଟର ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଲେଖ ଚନ୍ଦ୍ର ବେହେରା, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସ୍ତମ୍ଭକାର ତଥା ଅବସରପ୍ରାପ୍ତ ଅଧ୍ୟାପକ ହିମାଂଶୁ ଆ·ର୍ଯ୍ୟ ଯୋଗଦେଇ ନାଟ୍ୟଶ୍ରୀଙ୍କ ସ୍ମୃତି·ରଣ କରିବା ସହିତ ତାଙ୍କ ଅଭିନୀତ ତଥା ନିର୍ଦ୍ଦେଶିତ ନାଟକଗୁଡ଼ିକ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।
ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଶିକ୍ଷାବିତ ସୁରେଶ ଚନ୍ଦ୍ର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଅତିଥିମାନେ ନବରସର ନାୟକ ନାଟ୍ୟଶ୍ରୀ ଆର୍ତ୍ତବନ୍ଧୁ ରାଉତରାୟଙ୍କ ଜୀବନୀ ତଥା ତାଙ୍କ ଅଭିନୀତ ଚରିତ୍ରର ସ୍ମୃତିକୁ ସାଉଁଟିଥିଲେ । ଏହି ସଭାରେ ନାଟ୍ୟଶ୍ରୀଙ୍କ ସୁପୁତ୍ର ତଥା ନାଟ୍ୟଶ୍ରୀ ଆର୍ତ୍ତବନ୍ଧୁ ରାଉତରାୟ ସ୍ମୃତି ପରିଷଦର ସମ୍ପାଦକ ତଥା ସାମ୍ବାଦିକ ତପନ କୁମାର ରାଉତରାୟ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ମୁଖ୍ୟଅତିଥି ତଥା ‘ଡୁମାଣି ଗ୍ରୁପ’ର ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ନିଜ ବକ୍ତବ୍ୟରେ କହିଥିଲେ ଯେ, ନାଟ୍ୟଶ୍ରୀ ଆର୍ତ୍ତବନ୍ଧୁ ରାଉତରାୟ ଥିଲେ ଓଡ଼ିଶା ଯାତ୍ରା ଜଗତର କିମ୍ବଦନ୍ତୀ ପୁରୁଷ ।
ଆଗାମୀ ଦିନରେ ଏହି ମହାନାୟକଙ୍କ ଜୟନ୍ତୀକୁ ଜିଲ୍ଲାସ୍ତରରୁ ନେଇ ରାଜ୍ୟସ୍ତରୀୟ ମହୋତ୍ସବ ଭାବେ ପାଳନ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରାଯିବା ସହ ପ୍ରତ୍ୟେକ ବର୍ଷ ଏହି ମହୋତ୍ସବରେ ଓଡ଼ିଶା ଯାତ୍ରା ଜଗତର ଖ୍ୟାତନାମା କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଆହ୍ୱାନ ଦେଇଥିଲେ । ଏହି ଉତ୍ସବରେ ଜିଲ୍ଲାର ବିଭିନ୍ନ କଳା ପ୍ରତିଷ୍ଠାନର କଳାକାରମାନେ ନିଜ ନିଜର କଳା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ । ଏହି କଳା ପ୍ରଦର୍ଶନରେ ଉଚ୍ଚକୋଟୀର କଳା ପ୍ରଦର୍ଶନ କରିଥିବା ପ୍ରତିଯୋଗିମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ପରେ ଯାତ୍ରା ‘ସବୁ ଉପର ବାଲାର ଖେଳ’ ଏଠାରେ ମଞ୍ଚସ୍ଥ କରାଯାଇଥିଲା । ଦୁଇଦିନ ଧରି ଏହି ଉତ୍ସବ ନବରସ୨୦୨୩ ନାଟ୍ୟଶ୍ରୀଙ୍କ ଜନ୍ମମାଟି ତଥା ଜଗତସିଂହପୁର ସଦର ବ୍ଳକ ଅନ୍ତର୍ଗତ ସମଙ୍ଗ ଜେନାସାହିଠାରେ ଅନୁଷ୍ଠିତ ହୋଇଥିଲା ।