ଟ୍ରେନ୍ ଦୁର୍ଘଟଣା, ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

0 112

ଭୁବନେଶ୍ୱର: ବାହାନଗୀ ଟ୍ରେନ୍ ଦୁର୍ଘଟଣା । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଛନ୍ତି । ଟେଲିଫୋନ୍ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ କରମଣ୍ଡଳ ଦୁର୍ଘଟଣା ସଂପର୍କରେ ଆଲୋଚନା କରିଥିଲେ । ଦୁର୍ଘଟଣାରେ ମୃତାହତ ଲୋକଙ୍କ ପାଇଁ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଆହତ ଲୋକଙ୍କ ଉଦ୍ଧାର, ଚିକିତ୍ସା ଆଦି ଯେକୌଣସି କାମ ପାଇଁ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ସେ ପ୍ରସ୍ତାବ ଦେଇଥିଲେ । ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଏହି ସଦିଚ୍ଛା ପାଇଁ ତାଙ୍କୁ ଧନ୍ୟବାଦ୍ ଦେଲେ ନବୀନ ।

Leave A Reply

Your email address will not be published.