ପୁରୀ-ଭୁବନେଶ୍ବର-କଟକରୁ କୋଲକାତାକୁ ମାଗଣା ବସ୍ ସେବା

0 143

ଭୁବନେଶ୍ବର: ବାହାନଗା ଟ୍ରେନ ଦୁର୍ଘଟଣା ପରେ ରେଳ ସେବା ବାଧାପ୍ରାପ୍ତ ହୋଇଥିବାରୁ କୋଲକାତାକୁ ମାଗଣା ବସ୍ ସେବା ଆରମ୍ଭ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା । ପୁରୀ, ଭୁବନେଶ୍ବର ଓ କଟକରୁ କୋଲକାତାକୁ ଚାଲିବ ମାଗଣା ବସ୍ । ଏନେଇ ହେବାକୁ ଥିବା ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ବହନ କରାଯିବ । ବାଲେଶ୍ବର ରୁଟରେ ଟ୍ରେନ ଚଳାଚଳ ସ୍ବାଭାବିକ ହେବା ପର୍ଯ୍ୟନ୍ତ ଏହି ସେବା ଜାରି ରହିବ ।

ସୂଚନାଯୋଗ୍ୟ, ବାହାନଗା ଟ୍ରେନ ଦୁର୍ଘଟଣା ପରେ ବାଲେଶ୍ବର ରୁଟରେ ଟ୍ରେନ ଚଳାଚଳ ବନ୍ଦ ରହିଛି । ଏମିତି ସ୍ଥିତିରେ କୋଲକାତା ଯିବା ଆସିବା କରିବାକୁ ଲୋକେ ହଇରାଣ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଉକ୍ତ ୩ଟି ସହରରୁ କୋଲକାତାକୁ ଆଜିଠାରୁ ମାଗଣା ବସ ସେବା ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.