ବିବାହ ବନ୍ଧନରେ ବାନ୍ଧିହେଲେ ସାଉଥ ଷ୍ଟାର ସର୍ବାନନ୍ଦ

0 153

ଚାଲିଛି ବିବାହ ଋତୁ । ଅଭିନେତା ଓ ଅଭିନେତ୍ରୀଙ୍କ ବିବାହ ଖବର ସର୍ବଦା ସାମ୍ନାକୁ ଆସୁଛି । ଏହି ପରି ଭାବେ ସାଉଥର ଜଣେ ସୁପରଷ୍ଟାରଙ୍କ ବିବାହ ସରିଛି । ତେଲୁଗୁ ଅଭିନେତା ସର୍ବାନନ୍ଦ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଗତ ଜୁନ ୩ରେ ରକ୍ଷିତା ରେଡ୍ଡିଙ୍କୁ ବିବାହ କରିଛନ୍ତି ସର୍ବାନନ୍ଦ । ଏହି ଯୋଡ଼ିଙ୍କ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଧୁମଧାମରେ ଜୟପୁର ଠାରେ ରକ୍ଷିତା ରେଡ୍ଡି ଓ ସର୍ବାନନ୍ଦଙ୍କ ବିବାହ ଶେଷ ହୋଇଛି । ସାଉଥ ସୁପରଷ୍ଟାର ରାମ ଚରଣଙ୍କ ସମେତ ଅନ୍ୟ ଅଭିନେତା ଓ ଅଭିନେତ୍ରୀମାନେ ଏହି ବିବାହରେ ଯୋଗ ଦେଇଥିଲେ ।

ବିବାହ ସମୟରେ ସର୍ବାନନ୍ଦ କ୍ରିମ ରଙ୍ଗର ଶେରଓ୍ଵାନୀ ପିନ୍ଧିଥିବା ନଜର ଆସିଥିଲେ । ଅନ୍ୟପଟେ ରକ୍ଷିତା ରେଡ୍ଡି ବେଜ ରଙ୍ଗର ଶାଢୀ ସହିତ ଅଳଙ୍କାର ପିନ୍ଧିଥିଲେ ଯେଉଁଥିରେ ସେ ଖୁବ ସୁନ୍ଦର ଦେଖାଯାଉଥିଲେ । ଦମ୍ପତ୍ତିଙ୍କ ଏହି ସୁନ୍ଦର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସୂଚନା ଥାଉ କି, ସର୍ବାନନ୍ଦ ଏବଂ ରକ୍ଷିତା ରେଡ୍ଡି ଚଳିତ ବର୍ଷ ଆରମ୍ଭରେ ନିର୍ବନ୍ଧ କରିଥିଲେ । ଏହା ପରେ ହିଁ ବର୍ତ୍ତମାନ ଦୁଇ ଜଣ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ଯୋଡ଼ିଙ୍କ ବିବାହ ଜୟପୁରସ୍ଥିତ ଲୀଲା ପ୍ୟାଲେସର ହୋଟେଲରେ ଧୁମଧାମରେ କରାଯାଇଥିଲା । ବିବାହ ବନ୍ଧନରେ ବାନ୍ଧି ହେବାପରେ ଏହି ଯୋଡ଼ି ଖୁବ ଖୁସିଥିବା କୁହାଯାଉଛି । ପ୍ରଶଂସକମାନେ ଯୋଡ଼ିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.