ଶ୍ରେଷ୍ଠ ରାଜ୍ୟ ଭାବେ ଓଡ଼ିଶାକୁ ଭୂମି-ସମ୍ମାନ ପୁରସ୍କାର

0 127

ଭୁବନେଶ୍ୱର : ଡିଜିଟାଲ୍‌ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡ ଆଧୁନିକୀକରଣ କାର୍ଯ୍ୟକ୍ରମ (ଡିଆଇଏଲ୍‌ଆର୍‌ଏମ୍‌ପି)ର ଲକ୍ଷ୍ୟଗୁଡ଼ିକୁ ପୂରଣ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତର ଶ୍ରେଷ୍ଠ ରାଜ୍ୟ ଭାବେ “ଭୂମି ସମ୍ମାନ’ ପୁରସ୍କାର ପ୍ରଦାନ କରିଛନ୍ତି । ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଅନୁଷ୍ଠିତ ଏକ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ଓଡ଼ିଶାକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଦେଶର ସମୁଦାୟ ୭୬୬ ଜିଲ୍ଲା ମଧ୍ୟରୁ ୬୮ଟି ଜିଲ୍ଲାକୁ ଡିଆଇଏଲ୍‌ଆର୍‌ଏମ୍‌ପି ଅନ୍ତର୍ଗତ ଛଅଗୋଟି ବର୍ଗରେ ପ୍ଲାଟିନମ୍‌ ପୁରସ୍କାର ମିଳିଛି । ତନ୍ମଧ୍ୟରୁ ଓଡ଼ିଶାର ୧୯ଟି ଜିଲ୍ଲା ଏହି ପୁରସ୍କାର ପାଇବା ସମଗ୍ର ଓଡ଼ିଶାବାସୀଙ୍କ ପାଇଁ ଗୌରବର ବିଷୟ ।

ଓଡ଼ିଶାର ଅନୁଗୁଳ, ବୌଦ୍ଧ, ବରଗଡ, ଭଦ୍ରକ, ଦେଓଗଡ, ଢେଙ୍କାନାଳ, ଗଜପତି, ଗଂଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ନବରଙ୍ଗପୁର, ନୟାଗଡ, ନୂଆପଡା, ରାୟଗଡା ଓ ସମ୍ବଲପୁର ଆଦି ୧୯ଟି ଜିଲ୍ଲା ଏହି ପ୍ଲାଟିନମ ପୁରସ୍କାର ନିମନ୍ତେ ବିବେଚିତ ହୋଇଥିଲେ । ରାଷ୍ଟ୍ରପତି ଏହି ଜିଲ୍ଲାମାନଙ୍କର ଜିଲ୍ଲାପାଳ ବା ଅତିରିକ୍‌ତ ଜିଲ୍ଲାପାଳମାନଙ୍କୁ “ଭୂମି ସମ୍ମାନଦ ପୁରସ୍କାର ପ୍ରଦାନ କରିଥିଲେ । ମାନନୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ ୫- ଟି କାର୍ଯ୍ୟାନ୍ୱୟନ ତଥା “ମୋ ସରକାରଦ ନିୟମାବଳୀ ମାଧ୍ୟମରେ ଜମିଜମା ରେକର୍ଡ ଏବଂ ଜନସେବାକୁ ଡିଜିଟାଇଜେସନ୍‌ କରିବାରେ ଓଡିଶା ଏକ ଅଗ୍ରଣୀ ରାଜ୍ୟ ହୋଇପାରିଛି । ରାଜସ୍ୱ କାର୍ଯ୍ୟାଳୟମାନଙ୍କରେ ନାଗରିକମାନଙ୍କ ବ୍ୟକ୍‌ତିଗତ ଉପସ୍ଥିତିକୁ ଯଥାସମ୍ଭବ କମ କରିବା ସହ ମଧ୍ୟସ୍ଥିମାନଙ୍କ ଭୂମିକାକୁ ନ୍ୟୁନ କରିବା ପାଇଁ ବିଭିତ୍ତ ପଦକ୍ଷେପ ନିଆଯାଇଛି ।

Leave A Reply

Your email address will not be published.