୫ ସହରରେ ୨୪ ଘଣ୍ଟିଆ ବିଶୁଦ୍ଧ ପାଣିଭୁବନେଶ୍ୱର,୯ା୧୦(ଡିକେ ନୁ୍ୟଜ):ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିଶନର ୩ ବର୍ଷ ପୂର୍ତ୍ତିଅବସରରେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ଆଜି ଓଡିଶାର ୫ଟି ସହରସମେତ ଅନ୍ୟ ୧୩ଟି ସହରର ୧୪୯ଟିୱାର୍ଡରେ ୨୪ ଘଣ୍ଟିଆ ଜଳ ଯୋଗାଣସୁବିଧାର ଶୁଭାରମ୍ଭ କରିଛନ୍ତି ।ସୂଚନାଯୋଗ୍ୟ ଯେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍କାର୍ଯ୍ୟକ୍ରମରେ ଜନସାଧାରଣ ଟ୍ୟାପରୁସିଧାସଳଖ ବିଶୁଦ୍ଧ ପିଇବା ପାଣିପାଇପାରୁଛନ୍ତି । ଏଥିରେ ଟ୍ୟାପ ପାଣିକୁଫିଲଟର କରିବାର ଆବଶ୍ୟକ ନାହିଁ ।ଭୁବନେଶ୍ୱରସ୍ଥିତ ଲୋକସେବା ଭବନକନ୍ଭେନ୍ସନ୍ ସେଣ୍ଟରରେ ଆୟୋଜିତଏହି କାର୍ଯ୍ୟକ୍ରମରେ ଯୋଗଦେଇମୁଖ୍ୟମନ୍ତ୍ରୀ କହିଲେ ଯେ ଜଳ ଅମୂଲ୍ୟ ।ପ୍ରତିଟି ଜଳବିନ୍ଦୁରେ ରହିଛି ଜୀବନ ।ତେଣୁ ସମସ୍ତଙ୍କୁ ଭଲ ପିଇବା ପାଣିଯୋଗାଇବା ଆମ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ଯୋଜନାର ଲକ୍ଷ୍ୟ । ଓଡିଶା ଆଜି ରୂପାନ୍ତରପଥରେ ସଫଳତା ସହ ଆଗେଇ ·ଲିଛି ।୫-ଟି ଉପକ୍ରମ ପ୍ରୟୋଗରେ ଡ୍ରିଙ୍କ ଫ୍ରମ୍ଟ୍ୟାପ୍ ଯୋଜନା ଆଜି ସାରା ଦେଶ ପାଇଁଓଡିଶା ଏକ ମଡେଲ ହୋଇଛି । ଆମଜଳସାଥୀ ମା’ ମାନଙ୍କ ସଫଳତା ମଧ୍ୟଆଜି ଅନ୍ୟମାନଙ୍କ ପାଇଁ ମଡେଲହୋଇଛି । ପ୍ରେରଣାଦାୟୀ ସଫଳ କାହାଣୀହୋଇଛି । ସହରାଞ୍ଚଳ ଜଳଯୋଗାଣକ୍ଷେତ୍ରରେ ଆମ ମିଶନ ଶକ୍ତି ମା’ ମାନେ,ଜଳସାଥୀମାନେ ବହୁତ ଭଲ କାମକରୁଛନ୍ତି । ଆହୁରି ମଧ୍ୟ ୱାଟକୋ ତା’ରଉତ୍ସର୍ଗିକୃତ ଉଦ୍ୟମ ବଳରେ ଓଡିଶାରଜଳଯୋଗାଣ କ୍ଷେତ୍ରରେ ବ୍ୟାପକରୂପାନ୍ତର ଆଣି ଆମ ଦେଶ ତଥାଅନ୍ୟାନ୍ୟ ପ୍ରଗତିଶୀଳ ଦେଶମାନଙ୍କମଧ୍ୟରେ ପାନୀୟ ଜଳଯୋଗାଣ କ୍ଷେତ୍ରରେଏକ ନୂତନ ବେଞ୍ଚମାର୍କ ସ୍ଥାପନ ପାଇଁକାର୍ଯ୍ୟ ଜାରି ରଖି ରାଜ୍ୟକୁ ଗୌରବାନ୍ୱିତକରୁଥିବାରୁ ମୁଖ୍ୟମନ୍ତ୍ରୀ ପ୍ରଶଂସାକରିଥିଲେ । ସୂଚନାଯୋଗ୍ୟ ଯେ ଆଜିମୁଖ୍ୟମନ୍ତ୍ରୀ ୫ଟି ସହର ଯଥାରାଇରଙ୍ଗପୁର, ଚମ୍ପୁଆ, ବୀରମିତ୍ରପୁର,ରାଜଗାଙ୍ଗପୁର ଓ ନିମାପଡାକୁ ୨୪ଘଣ୍ଟିଆ ପାନୀୟ ଜଳଯୋଗାଣ ସୁବିଧାରଶୁଭାରମ୍ଭ କରିଛନ୍ତି । ଏସବୁସହରଗୁଡିକର ପ୍ରାୟ ୩୦ ହଜାରପରିବାରର ୧.୮୦ ଲକ୍ଷ ଲୋକ ଏହାଦ୍ୱାରା ଉପକୃତ ହେବେ । ସେହିପରି୧୩ଟି ପୌରାଞ୍ଚଳ ଯଥା- ଭୁବନେଶ୍ୱର,କଟକ, ବ୍ରହ୍ମପୁର, ରାଉରକେଲା,ସୁନ୍ଦରଗଡ, କେନ୍ଦୁଝର, ବ୍ୟାସନଗର,ଖୋର୍ଦ୍ଧା, ଜଟଣୀ, ଆନନ୍ଦପୁର, ଯୋଡା,ବଡବିଲ ଏବଂ ହିଞ୍ଜଳିକାଟୁର ୧୪୯ଟିୱାର୍ଡ ପାଇଁ ଏହି ସୁବିଧା ଆରମ୍ଭକରାଯାଇଛି । ଏସବୁ ୱାର୍ଡର ପ୍ରାୟ୧୦.୫୦ ଲକ୍ଷ ଜନସାଧାରଣ ଏହାଦ୍ୱାରା ଉପକୃତ ହେବେ । ୨ ଲକ୍ଷରୁ ଊଦ୍ଧ୍ୱର୍ପରିବାରଙ୍କୁ ବିଶୁଦ୍ଧ ପାନୀୟ ଜଳଯୋଗାଣସୁବିଧା ମିଳିବ । ଏହି ୧୩ଟିପୌରାଞ୍ଚଳର ଅବଶିଷ୍ଟ ୱାର୍ଡମାନଙ୍କୁଜଳଯୋଗାଣ ପାଇଁ କାର୍ଯ୍ୟ ଜାରି ରହିଛିଏବଂ ଖୁବ୍ ଶୀଘ୍ର ଏସବୁ ୱାର୍ଡବାସୀଙ୍କୁବିଶୁଦ୍ଧ ପାନୀୟ ଜଳଯୋଗାଣ ସୁବିଧାମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।କାର୍ଯ୍ୟକ୍ରମରେ ଯୋଗଦେଇ ଗୃହ ନିର୍ମାଣଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀକହିଲେ ଯେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟଜଳଯୋଗାଣ ଦ୍ୱାରା ଗରିବ ଓ ଦୁର୍ବଳଅର୍ଥନୈତିକ ବର୍ଗର ଲୋକମାନେ ବିଶେଷଉପକୃତ ହେବେ । ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିଯୋଗୁ ଓଡିଶା ଆଜି ଅନ୍ୟ ରାଜ୍ୟ ଓଦେଶମାନଙ୍କ ପାଇଁ ଆଦର୍ଶ ହୋଇପାରିଛି । ଯୁକ୍ତରାଜ୍ୟ ଇଂଲଣ୍ଡରଆନ୍ତର୍ଜାତିକ ଜଳସଂଘ ଏଜିକୁ୍ୟଟିଭ୍ଡାଇରେକ୍ଟର ଡ. କାଲାନିଥି ଭୈରବମୂର୍ତ୍ତିଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କହିଲେଯେ ଓଡିଶାରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍କାର୍ଯ୍ୟକ୍ରମ ଏକ ଅନନ୍ୟ ଉଦାହରଣ ।ତାଙ୍କ ଜୀବନକାଳ ମଧ୍ୟରେ ଭାରତରେଏଭଳି ବ୍ୟବସ୍ଥା ହୋଇପାରିବ ବୋଲି ସେସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ ।ଏହାକେବଳ ମୁଖ୍ୟମନ୍ତ୍ରୀଙ୍କ ଦୃଢ ରାଜନୈତିକଓ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଯୋଗୁ ସମ୍ଭବହୋଇପାରିଛି ବୋଲି ସେ କହିଥିଲେ । ଏହିକାର୍ଯ୍ୟକ୍ରମରେ ଟେକ୍ନୋଲୋଜିର ପ୍ରୟୋଗଯୋଗୁ ଏହା ଅଧିକ ସଫଳ ହୋଇପାରିଛିବୋଲି ମତଦେଇ ସେ କହିଲେ ଯେଓଡିଶାର ସଫଳତା କାହାଣୀ ବିଷୟରେଅନ୍ୟ ରାଜ୍ୟର, ଅନ୍ୟ ଦେଶର ଲୋକଜାଣିବାର ବହୁତ ଆବଶ୍ୟକତା ରହିଛି ।ମୟୂରଭଞ୍ଜର ରାଇରଙ୍ଗପୁର ଓସୁନ୍ଦରଗଡର ବୀରମିତ୍ରପୁର ସହରରଜଳସାଥୀ ଇନ୍ଦୁମତୀ ମହାନ୍ତ ଓ ରଶ୍ମୀତାସାହୁ ପ୍ରମୁଖ ଭିଡିଓ କନ୍ଫରେନ୍ସଜରିଆରେ କାର୍ଯ୍ୟକ୍ରମରେ ଯୋଗଦେଇସେମାନଙ୍କର ଅନୁଭୂତି ବର୍ଣ୍ଣନାକରିଥିଲେ । ସେମାନେ କହିଥିଲେ ଯେପୂର୍ବରୁ ଦିନକୁ ମାତ୍ର ୨ଥର ପାଣିଆସୁଥିବା ବେଳେ ବର୍ତ୍ତମାନ ୨୪ ଘଣ୍ଟିଆବିଶୁଦ୍ଧ ପାଣି ସମସ୍ତଙ୍କ ମୁହଁରେ ହସ ଆଣିଦେଇଛି । କାର୍ଯ୍ୟକ୍ରମରେ ବିଭାଗୀୟପ୍ରମୁଖ ସଚିବ ଜି. ମାଥି ଭାଥାନନ୍ ସ୍ୱାଗତଭାଷଣ ଦେଇଥିଲେ । ୱାଟକୋର ଚିଫ୍ଏଜିକୁ୍ୟଟିଭ୍ ଅଫିସର ଧନ୍ୟବାଦ ଅର୍ପଣକରିଥିଲେ । ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀ,ସାଂସଦ, ବିଧାୟକ ତଥା ଜିଲ୍ଲାପାଳମାନେକାର୍ଯକ୍ରମରେ ଆଭାସୀ ମାଧ୍ୟମରେଉପସ୍ଥିତ ଥିଲେ ।