ସ୍ଥାନୀୟ ମୁଦ୍ରାରେ ବ୍ୟବସାୟ କରିବାକୁ ନିଷ୍ପତ୍ତିଭାରତ ଓ ତାଞ୍ଜାନିଆ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତନୂଆଦିଲ୍ଲୀ: ଭାରତ ଓ ତାଞ୍ଜାନିଆଦୁଇ ଦେଶ ଧ୍ୟରେ ଦ୍ୱିପାକ୍ଷିକସହଯୋଗୀ ରଣନୀତିକୁବଢ଼ାଇବାକୁ ଘୋଷଣା କରିଛନ୍ତି ।ଏନେଇ ତାଞ୍ଜାନିଅ । ରାଷ୍ଟ୍ରପତିସାମିଅ । ସୁଲୁହୁ ହସନ ଓପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କମଧ୍ୟରେ ବିଭିନ୍ନ ବିଷୟରେଆଲୋଚନା ହୋଇଥିଲା । ପ୍ରତିରକ୍ଷାକ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗପାଇଁ ୫ ବର୍ଷୀୟ ରୋଡମ୍ୟାପ୍ଉପରେ ଦୁଇ ଦେଶ ସହମତିପ୍ରକାଶ କରିଛନ୍ତି । ଆଲୋଚନାପରେ ଦୁଇ ଦେଶ ୬ ଗୁରୁତ୍ୱପୂର୍ଣ୍ଣ
ଦିଗରେ ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି ।ଡିଜିଟାଲ ଡୋମେନ୍, ସଂସ୍କୃତି,ଖେଳ, ନୌ ବାଣିଜ୍ୟ ଏବଂ ହ୍ୱାଇଟ୍ଶିପିଂ (ବେସାମରିକ ନୌବାଣିଜି୍ୟକ ସୂଚନା) ସୂଚନାଆଦାନାପ୍ରଦାନ ନେଇ ଚୁକ୍ତିହୋଇଛି । ତାଞ୍ଜାନିଆ ସହଆଲୋଚନା କରିବା ପରେପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେସ୍ଥାନୀୟ ମୁଦ୍ରାରେ ବ୍ୟବସାୟବଢ଼ାଇବା ବିଷୟରେ ଆଲୋଚନାହୋଇଛି । ବାଣିଜି୍ୟକ ପୁଞ୍ଜିନିବେଶ ପାଇଁ ଭାରତ ଓତାଞ୍ଜାନିଆ ବହୁତ ଗୁରୁତ୍ୱପୂର୍ଣ୍ଣବୋଲି ମୋଦି କହିଛନ୍ତି ।ତାଞ୍ଜାନିଆ ରାଷ୍ଟ୍ରପତି ହସନଙ୍କଉପସ୍ଥିତିରେ ମୋଦି କହିଛନ୍ତିଭାରତ ଓ ତାଞ୍ଜାନିଆ ସମ୍ପର୍କରେଆଜି ଏକ ଐତିହାସିକ ଦିନ ।ଆମର ପୁରୁଣା ବନ୍ଧୁତ୍ୱକୁ ବ୍ୟବସାୟୀସହଯୋଗୀରେ ପରିଣତ କରିବାକୁଆମେ ଚେଷ୍ଟା କରୁଛୁ । ପ୍ରତିରକ୍ଷାକ୍ଷେତ୍ରରେ ୫ ବର୍ଷୀଆ ରୋଡ୍ମ୍ୟାପ୍ଉପରେ ଆମେ ସହମତି ପ୍ରକାଶକରୁଛୁ । ଏହାଦ୍ୱାରା ସୈନ୍ୟପ୍ରଶିକ୍ଷଣ, ସାମୁଦ୍ରିକ କ୍ଷେତ୍ର ଓପ୍ରତିରକ୍ଷା ଉଦ୍ୟୋଗ କ୍ଷେତ୍ରରେସହଯୋଗର ନୂଆ ଉଦାହରଣ ସୃଷ୍ଟିହେବ ବୋଲି ମୋଦି କହିଛନ୍ତି ।ମାନବିକତା ଦିଗରେ ଆତଙ୍କବାଦଏକ ଭୟଙ୍କର ବିପଦ ସୃଷ୍ଟି କରୁଛିବୋଲି ଉଭୟ ଦେଶ ସହମତିପ୍ରକାଶ କରୁଛୁ । ତେଣୁ ଅତଙ୍କବାଦୀନିରୋଧ କ୍ଷେତ୍ରରେ ଦୁଇ ଦେଶମିଳିତ ଭାବେ ସହଯୋଗକୁବଢ଼ାଇବୁ ବୋଲି ପ୍ରଧାନମନ୍ତ୍ରୀକହିଛନ୍ତି । ତାଞ୍ଜାନିଆକୁ ପ୍ରଶାନ୍ତମହାସାଗରରେ ଏକ ଗୁରୁତ୍ୱପୂର୍ଣ୍ଣପାର୍ଟନର ବୋଲି ମୋଦି କହିଛନ୍ତି ।ସୂଚନାଥାଉକି ରାଷ୍ଟ୍ରପତି ୪ ଦିନପାଇଁ ଭାରତ ଗସ୍ତରେ ଆସିଛନ୍ତି ।ଗତକାଲି ସେ ଭାରତରେପହଞ୍ଚିବା ପରେ ରାଷ୍ଟ୍ରପତିଭବନରେ ତାଙ୍କ ପାଇଁ ସ୍ୱାଗତସମାରୋହ ଆୟୋଜନ କରାଯାଇଥିଲା ।
ଭାରତ ଓ ତାଞ୍ଜାନିଆ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ
Agreement signed between India and Tanzania
Prev Post