ପରିବହନ ବ୍ୟବସ୍ଥାରେ ବଡ଼ ସଂସ୍କାର ାଜି ‘ଲକ୍ଷ୍ମୀ’ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

0 85

ମାଲକାନଗିରି,୧୧ା୧୦(ଡିକେ ନୁ୍ୟଜ):ସହର ଭଳି ଗାଁରେ ଗଡ଼ିବ ବସ୍ । ଲକ୍ଷ୍ମୀଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳରେପରିବହନ ସେବାକୁ ମଜଭୁତ କରିବଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଗୁରୁବାରମାଲକାନାଗିରିର ବଣ୍ଡାଘାଟିରୁ ଲକ୍ଷ୍ମୀଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେମାଲକାନାଗିରି, କୋରାପୁଟ, ରାୟଗଡ଼ା,ନବରଙ୍ଗପୁର, କଳାହାଣ୍ଡି, ଗଜପତି ପରି୬ଟି ଜିଲ୍ଲାରେ ଲକ୍ଷ୍ମୀ ଯୋଜନାରେ ବସସେବା ସାମିଲ ହେବ । ସେବା, ସୁରକ୍ଷା ଓସମ୍ମାନ ଏହି ତିନି ଏସ୍କୁ ଗୁରୁତ୍ୱ ଦେଇଆସନ୍ତାକାଲିଠୁ ଆରମ୍ଭ ହେବ ଲକ୍ଷ୍ମୀ ବସ୍ଯୋଜନା । ରାଜ୍ୟ ରୁପାନ୍ତିକରଣରେ ଏହିବସ ସେବା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣକରିବ । ସହର ଭଳି ଏଣିକି ଗାଁରେଗଡ଼ିବ ବସ୍ । ଆରାମରେ ଯାତାୟତକରିବେ ଲୋକେ । ଲକ୍ଷ୍ମୀ ଯୋଜନାମାଧ୍ୟମରେ ଗ୍ରାମାଞ୍ଚଳରେ ପରିବହନସେବାକୁ ମଜଭୁତ କରିବାକୁ ଅଣ୍ଟାଭିଡ଼ିଛନ୍ତି ରାଜ୍ୟ ସରକାର । ଆସନ୍ତାକାଲିମାଲକାନାଗିରିର ବଣ୍ଡାଘାଟିରୁ ଲକ୍ଷ୍ମୀଯୋଜନାର ଶୁଭାରମ୍ଭ କରିବେମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମପର୍ଯ୍ୟାୟରେ ମାଲକାନାଗିରି,କୋରାପୁଟ, ରାୟଗଡ଼ା, ନବରଙ୍ଗପୁର,କଳାହାଣ୍ଡି, ଗଜପତି ପରି ୬ଟି ଜିଲ୍ଲା ଲକ୍ଷ୍ମୀବସ୍ ଯୋଜନାରେ ସାମିଲ ହେବ ।ଏଥିପାଇଁ ବେଶ୍ ଉତ୍ସାହିତ ନବରଙ୍ଗପୁରଅଞ୍ଚଳବାସୀ । ସେହିପରି ରାୟଗଡା ଜିଲ୍ଲାରଅନେକ ଅଞ୍ଚଳରେ ଗମନାଗମନରେ ମଧ୍ୟସ୍ଥିତିରେ ସୁଧାର ଆସିବ । ବିଶେଷ କରିଛାତ୍ର ଛାତ୍ରୀ, ଭିନ୍ନକ୍ଷମ, ବରିଷ୍ଠ ନାଗରିକଲକ୍ଷ୍ମୀ ଯୋଜନାରେ ଉପକୃତ ହେବେବୋଲି ଆଶା ରଖାଯାଇଛି । ରାଜ୍ୟସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନାରେସାମିଲ ହୋଇଛି ମାଲକାନଗିରି । ଏନେଇଜିଲ୍ଲାବାସୀ ରାଜ୍ୟ ସରକାରଙ୍କୁ ଧନ୍ୟବାଦଜଣାଇଛନ୍ତି । କାର୍ଯ୍ୟକ୍ରମକୁ ସଫଳ କରିବାପ୍ରସ୍ତୁତ ପ୍ରଶାସନ । ସ୍ଥାନୀୟ ଲକ୍ଷ୍ମଣ ନାୟକଷ୍ଟାଡିୟମରେ ଏହି ଯୋଜନାକୁ ଶୁଭାରମ୍ଭକରିବେ ମୁଖ୍ୟମନ୍ତ୍ରୀ । ସେପଟେଗଜପତିରେ ଲକ୍ଷ୍ମୀ ଯୋଜନା ସାମିଲ୍ହୋଇଥିବାରୁ ଖୁସି ଲୋକେ । ପରିବହନଦିଗରେ ରାଜ୍ୟ ସରକାରଙ୍କ ଏଭଳିପ୍ରୟାସକୁ ସ୍ୱାଗତ କରିଛନ୍ତି ଜିଲ୍ଲାବାସୀୟଏହି ବସ୍ ସେବା ଦ୍ୱାରା ଗମନାଗମନ ସହଆର୍ଥିକ ଭିତ୍ତିଭୂମିର ମଧ୍ୟ ବିକାଶ ହେବବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ଗାଁଲୋକଙ୍କ ଦୈନିକ ଗମନାଗମନ ପାଇଁଲକ୍ଷ୍ମୀ ଯୋଜନା ବେଶ ସହାୟକ ହେବ ।ପଞ୍ଚାୟତର ଶେଷ ମାଇଲରୁ ରାଜଧାନୀକୁ
ବସ ସେବା ଚଳାଚଳ କରିବ ।

Leave A Reply

Your email address will not be published.