ଭୁବନେଶ୍ୱର,୧୨ା୧୦(ଡିକେ ନୁ୍ୟଜ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିମାଲକାନଗିରିରେ ଲକ୍ଷ୍ମୀ ବସ୍ ଯୋଜନାଶୁଭାରମ୍ଭ କରିଛନ୍ତି । ଏହି ଅବସରରେଯୋଜନାର ପ୍ରଥମ ବସରେ ୧୦ ଟଙ୍କାଦେଇ ପ୍ରଥମ ଟିକେଟ୍ କିଣି ମାଲକାନଗିରିରୁଏମ୍.ଭି- ୦୩ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଯାତ୍ରା କରିସେଠାରେ ବିକୁ୍ୟଏସ୍ ଶୁଭାରମ୍ଭ କରିଥିଲେ ।ପ୍ରାରମ୍ଭରେ ଉଚ୍ଛ୍ୱସିତ ଜନତାଙ୍କ ତାଳି,ସ୍ୱାଗତମ୍ ଧ୍ୱନି ଓ ମହିଳାମାନଙ୍କ ହୁଳହୁଳି ଧ୍ୱନିମଧ୍ୟରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀକହିଥିଲେ ମାଲକାନଗିରିରୁ ହିଁ ଏକ ଟଙ୍କିଆ·ଉଳ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପରିପ୍ରମୁଖ ଯୋଜନା ଆରମ୍ଭ କରିଥିଲି । ଆଜି ପୁଣିଥରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା “ଲକ୍ଷ୍ମୀଯୋଜନା’ ଆରମ୍ଭ କରି ମୁଁ ବହୁତ ଖୁସି ।ଓଡିଶାର ବିକାଶରେ ମାଲକାନଗିରିର ଭୂମିକାସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀକହିଲେ ଯେ ମା’ ମାନଙ୍କ ପାଇଁବିଏସ୍କେୱାଇରେ ୧୦ ଲକ୍ଷ ଟଙ୍କାରବ୍ୟବସ୍ଥାର ପ୍ରସ୍ତାବ ମାଲକାନଗିରିରୁ ହିଁଆସିଥିଲା । ସେ ପୁଣି କହିଥିଲେ ଯେ ଆମରଏହି ଲକ୍ଷ୍ମୀ ଯୋଜନାର ସଂପର୍କ ମଧ୍ୟମାଲକାନଗିରି ସହ ରହିଛି । ମୁଖ୍ୟମନ୍ତ୍ରୀକାର୍ଯ୍ୟାଳୟର ମାଲକାନଗିରି ଗସ୍ତରୁ ସେଲୋକଙ୍କ ଅସୁବିଧା ବିଷୟରେଜାଣିପାରିଥିଲେ । ତା ପରେ ଏହି ଲକ୍ଷ୍ମୀଯୋଜନାର ପରିପକଳ୍ପନା କରାଗଲା ବୋଲିସେ କହିଥିଲେ । ଏହି ଯୋଜନା ଆମରପରିବହନ ବ୍ୟବସ୍ଥାରେ ରୂପାନ୍ତର ଆଣିବ ।ଆମର ଅର୍ଥନୀତିକୁ ଆହୁରି ମଜବୁତ କରିବଏବଂ ଗାଁ ଗାଁରେ ସମୃଦ୍ଧି ଆଣିବ ବୋଲି ସେକହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହିଯୋଜନାରେ ସାରା ରାଜ୍ୟରେ ଏକ ହଜାରରୁଅଧିକ ବସ୍ ·ଲିବ । ମାଲକାନଗିରିରେ ଆଜି୩୬ଟି ବସ୍ ·ଲିଲା । ମାଲକାନଗିରିର
୧୧୧ଟି ପଞ୍ଚାୟତକୁ ବସ୍ ସୁବିଧା ମିଳିଲା ।ଏସବୁ ପଞ୍ଚାୟତରେ ବିକାଶର ନୂଆ ଧାରାଆରମ୍ଭ ହେଲା ବୋଲି ସେ କହିଥିଲେ । ପ୍ରଥମପର୍ଯ୍ୟାୟରେ ମାଲକାନଗିରି ସହନବରଙ୍ଗପୁର, କୋରାପୁଟ, ରାୟଗଡା,ଗଜପତି ଓ କନ୍ଧମାଳରେ ଲକ୍ଷ୍ମୀ ଯୋଜନାରେବସ ·ଲିବ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଯୋଗାଯୋଗବିକାଶର ଆଧାର । ଲକ୍ଷ୍ମୀ ଯୋଜନା ସମସ୍ତଙ୍କୁବିକାଶ ସହିତ ଯୋଡିବ । ଘର ପାଖକୁ ଆସିବବସ୍ । ପିଲାଙ୍କୁ ସ୍କୁଲ କଲେଜ ସହିତ ଯୋଡିବ ।·ଷୀକୁ ମାର୍କେଟ ସହିତ ଯୋଡିବ । ରୋଗୀକୁହସ୍ପିଟାଲ ନେବ । ମା’ ମାନେ ସେମାନଙ୍କକାମ ପାଇଁ ବିଭିନ୍ନ ସ୍ଥାନକୁ ସୁବିଧାରେଯାଇପାରିବେ । ଲକ୍ଷ୍ମୀ ଯୋଜନା ଘରେ ଘରେଖୁସି ଆଣିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀକହିଥିଲେ ଯେ ଖୁବ ଶୀଘ୍ର ମାଲକାନଗିରିଏଥିରେ ସାମିଲ ହେବ । ଏଥିରେ ଗାଁରେମିଳିବ ସହରର ସୁବିଧା । ବ୍ୟାଙ୍କିଂ,ଇଣ୍ଟରନେଟ୍, ଡିଜିଟାଲ ଭିତ୍ତିଭୂମି ସବୁରବିକାଶ ହେବା ସହିତ ଆମ ସଂସ୍କୃତିର ମଧ୍ୟପ୍ରସାର ହେବ ବୋଲି ସେ କହିଥିଲେ ।ଗୁରୁପ୍ରିୟା ସେତୁର ଗୁରୁତ୍ୱ ସମ୍ପର୍କରେ ମତଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଏହାମାଲକାନଗିରି ବିକାଶର ଏକ ବଡମାଇଲଷ୍ଟୋନ । ଏହି ସେତୁ ଜରିଆରେସ୍ୱାଭିମାନ ଅଞ୍ଚଳରେ ଆସିଛି ବିକାଶରଆଲୋକ । ମୁଖ୍ୟମନ୍ତ୍ରୀ ମାଲକାନଗିରିରେ ଦୁଇଶହ କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟନ କରିବାସହିତ ୬୦୦ କୋଟି ଟଙ୍କାର ପ୍ରକଳ୍ପ ପାଇଁଭିତ୍ତିପ୍ରସ୍ତର ମଧ୍ୟ ରଖିଥିଲେ । ସମସ୍ତଙ୍କସହଯୋଗରେ ଏହି କାମ ସବୁ ଠିକ୍ସମୟରେ ଶେଷ ହେବ ଏବଂମାଲକାନଗିରିର ବିକାଶ ଆହୁରି ଉଜ୍ଜଳ ହେବବୋଲି ସେ ଆଶା ପ୍ରକାଶ କରିଥିଲେ ।କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ରମେଶଚନ୍ଦ୍ର ମାଝୀ ସ୍ୱାଗତ ଭାଷଣ ଦେଇ କହିଲେଯେ ମୁଖ୍ୟମନ୍ତ୍ରୀ ଯେତେ ସବୁ ନୂତନ ଯୋଜନାଆରମ୍ଭ କରିଥାନ୍ତି, ତାହା ମାଲକାନଗିରିଜିଲ୍ଲାରୁ । ତେଣୁ ମାଲକାନଗିରି ଜିଲ୍ଲାବାସୀଙ୍କତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଅଶେଷଧନ୍ୟବାଦ । ଲକ୍ଷ୍ମୀ ବସ୍ ଯୋଗୁମାଲକାନଗିରିର ଆଭ୍ୟନ୍ତରୀଣ ଅଞ୍ଚଳକୁବସ୍ ଚଳାଚଳ ହେବା ଫଳରେ ଗାଁ ଗହଳିରଲୋକମାନେ ବହୁଳ ଭାବେ ଉପକୃତ ହେବେ ।ଅନ୍ୟତମ ଅତଥି ଭାବେ ଚିତ୍ରକୋଣ୍ଡା ଅଞ୍ଚଳର ବହୁତ ବିକାଶ ହୋଇଛି । ଅନ୍ୟତମଅତଥି ଭାବେ ଯୋଗ ଦେଇ ରାଜ୍ୟ ବାଣିଜ୍ୟଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଲେଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ସବୁଯୋଜନା ଭାବନ୍ତି ତାକୁ ତୃଣମୂଳ ସ୍ତରରେଆରମ୍ଭ କରନ୍ତି । ଆଜି ୬ଟି ଜିଲ୍ଲାରେ ଆମରଏହି ଲକ୍ଷ୍ମୀ ଯୋଜନା ଆରମ୍ଭ ହେଉଛି । ଲକ୍ଷ୍ମୀଯୋଜନା ମାଧ୍ୟମରେ ପଞ୍ଚାୟତରୁ ବ୍ଲକକୁ,ବ୍ଲକରୁ ଜିଲ୍ଲା ସଦରମହକୁମାକୁ ଗାଡିଚଳାଚଳ କରିବ । ଗ୍ରାମାଞ୍ଚଳର କୃଷକ,ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା କହିଥିଲେ ଯେମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ଆଜିଦିନଟି ଏକ ଐତିହାସିକ ଦିନ ।ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍ୱାଭିମାନ ଅଞ୍ଚଳରେଗୁରୁପ୍ରିୟା ସେତୁ ନିର୍ମାଣ ଫଳରେ ଆମଛାତ୍ରଛାତ୍ରୀ, ମା’ ଭଉଣୀ ସମସ୍ତେ ଏହାମାଧ୍ୟମରେ ଉପକୃତ ହେବେ । ମୁଖ୍ୟମନ୍ତ୍ରୀଙ୍କଦିଗ୍ଦର୍ଶନରେ ପ୍ରତି ବ୍ଲକରେ ବସ୍ ଷ୍ଟାଣ୍ଡନିର୍ମାଣ ହେଉଛି । ଏହା ବସ୍ ଚଳାଚଳବ୍ୟବସ୍ଥାରେ ଉନ୍ନତି ଆଣିବ ।
Prev Post
Next Post