ଭୁବନେଶ୍ୱର,୧୨ା୧୦(ଡିକେ ନୁ୍ୟଜ):ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ବଞ୍ଚାଇରଖିବାରେ ହସ୍ତତନ୍ତ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣଭୂମିକା ରହିଛି । ଏହା ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣକୁଟୀର ଶିଳ୍ପ ହୋଇଥିବା ବେଳେ ଲକ୍ଷ ଲକ୍ଷଲୋକଙ୍କର ଜୀବିକାର ମାଧ୍ୟମ ହୋଇଛି ।ଅତ୍ୟନ୍ତ କଳାତ୍ମକ ଡିଜାଇନ୍, ନିଖୁଣ ଏବଂସୁନ୍ଦର ରୂପରେଖ ପାଇଁ ଓଡ଼ିଶାର ହସ୍ତତନ୍ତଦେଶବିଦେଶରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିପାରିଛି । ରାଜ୍ୟର ବୁଣାକାରମାନଙ୍କସାମାଜିକ-ଅର୍ଥନୈତିକ ସଶକ୍ତିକରଣକୁସୁଗମ କରିବା ସହିତ ଓଡ଼ିଶାର ସମୃଦ୍ଧହସ୍ତତନ୍ତ ଐତିହ୍ୟକୁ ସଂରକ୍ଷିତ ରଖିବା ପାଇଁହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗମାଧ୍ୟମରେ ବିଭିନ୍ନ ବିକାଶମୂଳକ ଏବଂକଲ୍ୟାଣମୂଳକ ଯୋଜନା / କାର୍ଯ୍ୟକ୍ରମକରାଯାଉଛି । ବୁଣାକାରମାନଙ୍କ ରୋଜଗାରସୁନିଶ୍ଚିତ କରିବା, ଅର୍ଥନୈତିକ ଅବସ୍ଥାକୁସୁଦୃଢ ଓ ସୁରକ୍ଷିତ କରିବା ଏହି ଯୋଜନାଗୁଡିକର ଲକ୍ଷ୍ୟ ଓ ଉଦେ୍ଦଶ୍ୟ । ଏହି ପ୍ରୟାସଏବଂ ହସ୍ତକ୍ଷେପ ଫଳରେ ରାଜ୍ୟରେ ହସ୍ତତନ୍ତକ୍ଷେତ୍ରର ଅଭିବୃଦ୍ଧି ପ୍ରଣିଧାନ ଯୋଗ୍ୟ ।୨୦୧୯-୨୦ ହସ୍ତତନ୍ତ ଗଣନାଅନୁୟାୟୀ, ତା.୦୧.୦୪.୨୦୨୧ସୁଦ୍ଧାରାଜ୍ୟରେ ୬୬,୧୪୧ ଜଣ ବୁଣାକାରପରିବାରରେ ୧,୨୪,୦୮୪ ଜଣବୁଣାକାର ଥିବା ବେଳେ ୫୬,୫୬୯ସଂଖ୍ୟକ ତନ୍ତ ରହିଛି । ବୁଣାକାର ଜୀବିକା ଓଆୟ ବୃଦ୍ଧି ସହାୟତା ଯୋଜନା(ବଳିଆ),୨୦୨୨-୨୩ ଆର୍ଥିକ ବର୍ଷରୁମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବୁଣାକାରଙ୍କନିମନ୍ତେ ଘୋଷଣା କରାଯାଇଥିବା ସ୍ୱତନ୍ତ୍ରପ୍ୟାକେଜ ଅନୁଯାୟୀ ପ୍ରଣୟନକରାଯାଇଅଛି । ଏହି ଯୋଜନା ମାଧ୍ୟମରେ୧୮-୭୦ ବର୍ଷ ବୟସ ମଧ୍ୟରେ ସମସ୍ତବୁଣାକାର ତଥା ବୟନ କାର୍ଯ୍ୟରେ ନିୟୋଜିତଶ୍ରମିକ ମାନଙ୍କୁ ୫୦,୦୦୦/-(ପ·ଶହଜାର) ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ କାର୍ଯ୍ୟକାରୀପୁଞ୍ଜି ଋଣ ଆକାରରେ ଯୋଗାଇ ଦିଆଯିବାରବ୍ୟବସ୍ଥା କରାଯାଇଥିଲା । ବାରମ୍ବାର ସୂତା,ରଙ୍ଗ ଓ ଅନ୍ୟାନ୍ୟ କଞ୍ଚାମାଲର ମୂଲ୍ୟ ବୃଦ୍ଧିଯୋଗୁ, ବ୍ୟବସାୟରେ ନିରନ୍ତର ଅଭିବୃଦ୍ଧିସହିତ ନିଜର ଉତ୍ପାଦନ ଏବଂ ବିପଣନକ୍ଷମତାକୁ ବୃଦ୍ଧି କରିବା ପାଇଁ ବୁଣାକାରରକାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତାରେ ବୃଦ୍ଧିଆଣିବା ଦରକାର ପଡୁଥିଲା ଓ ଏଥିପାଇଁପ·ଶ ହଜାର ଟଙ୍କା ଯଥେଷ୍ଟ ହେଉନଥିଲା ।ତେଣୁ ଋଣ ରାଶିକୁ ପ·ଶ ହଜାର ଟଙ୍କାରୁଏକ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବାର ପ୍ରସ୍ତାବକୁମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି ।ଏହି ଯୋଜନାର ନିୟମାନୁଯାୟୀବୁଣାକାରମାନେ ସେମାନଙ୍କର ଆବଶ୍ୟକତାଅନୁଯାୟୀ କାର୍ଯ୍ୟକାରୀ ପୁଞ୍ଜି ବିନା ସୁଧରେରଣ ଆକାରରେ ବ୍ୟାଙ୍କରୁ ପାଇପାରିବେ ।ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହିଯୋଜନା କାର୍ଯ୍ୟକାରୀ ହେବ । ଏହି ଯୋଜନାଦ୍ୱାରା ହିତାଧିକାରୀଙ୍କ ଆୟ ଏବଂଜୀବନଧାରଣର ମାନ ବୃଦ୍ଧି ପାଇବ ।