ନୂଆଦିଲ୍ଲୀ,୧୨ା୧୦: ଗଙ୍ଗା ଜଳଉପରେ ସରକାର ଜିଏସଟିଲଗାଇଛନ୍ତି ବୋଲି କଂଗ୍ରେସର ଦାବିମଧ୍ୟରେ କେନ୍ଦ୍ରୀୟ ପରୋକ୍ଷ କରଏବଂ ସୀମା ଶୁଳ୍କ ବୋର୍ଡ(ସିବିଆଇସି) ଗୁରୁବାର ସ୍ପଷ୍ଟୀକରଣଦେଇଛି । ଗଙ୍ଗା ଜଳ ଉପରେକୌଣସି ଜିଏସଟି ଲାଗିନାହିଁ ବୋଲିସ୍ପଷ୍ଟ କରିଛି ସିବିଆଇସି । ସରକାରଗଙ୍ଗା ଜଳ ଉପରେ ୧୮ ପ୍ରତିଶତ ଜିଏସଟି ଲଗାଇଛନ୍ତି ବୋଲି କଂଗ୍ରେସ ଦାବି କରିଥିଲା ।ସିବିଆଇସି ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମ “ଏକ୍ସ’ରେ କହିଛି, ଗଙ୍ଗା ଜଳ ଓ ଦେଶରଘରେଘରେ ପୂଜାପାଠରେ ବ୍ୟବହୃତ ଅନ୍ୟାନ୍ୟ ପୂଜା ସାମଗ୍ରୀ ଗୁଡ଼ିକୁ ଜିଏସଟି ଛାଡ଼କରାଯାଇଛି । ଦେଶରେ ଜିଏସଟି ବ୍ୟବସ୍ଥା ଲାଗୁ ହେବା ପରଠୁ ଏହି ସମସ୍ତ ଦ୍ରବ୍ୟ ଜିଏସଟିପରିସର ବାହାରେ ରହିଛି । ସିବିଆଇସି କହିବା ଅନୁସାରେ, ପୂଜା ସାମଗ୍ରୀ ଉପରେଜିଏସଟି ନେଇ ମେ ୧୮-୧୯, ୨୦୧୭ରେ ଅନୁଷ୍ଠିତ ଜିଏସଟି ପରିଷଦର ୧୪ତମବୈଠକ ଏବଂ ଜୁନ୍ ୩, ୨୦୧୭ରେ ଅନୁଷ୍ଠିତ ୧୫ତମ ବୈଠକରେ ବିସ୍ତୃତ ଭାବରେଆଲୋଚନା ହୋଇଥିଲା । ଏହା ପରେ ଏହି ସାମଗ୍ରୀ ଗୁଡ଼ିକୁ ଜିଏସଟି ପରିସରରୁ ବାହାରେରଖିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହାପୂର୍ବରୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ”ଏକ୍ସ’ (ପୂର୍ବରୁ ଟ୍ୱିଟର)ରେ ଦାବି କରିଥିଲେ ଯେ ସରକାର ଗଙ୍ଗା ଜଳ ଉପରେ୧୮ ପ୍ରତିଶତ ଜିଏସଟି ଲଗାଇଛନ୍ତି । ସେ ଏହାକୁ ସରକାରଙ୍କ ପୃଷ୍ଠା ୭ ଦେଖନ୍ତୁ…