ପ୍ୟାରିସ/ନୂଆଦିଲ୍ଲୀ: ଭାରତରପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଫ୍ରାନ୍ସଗସ୍ତରେ ଅଛନ୍ତି । ପ୍ୟାରିସରେପଞ୍ଚମ ବାର୍ଷିକ ଭାରତ-ଫ୍ରାନ୍ସପ୍ରତିରକ୍ଷା ସଂଳାପରେ ପ୍ରତିରକ୍ଷାଶିଳ୍ପ ସହଯୋଗ ବୃଦ୍ଧି ପାଇଁ ବ୍ୟାପକଆଲୋଚନା ହୋଇଛି । ଏହିସମୟରେ ଫ୍ରାନ୍ସର ସଶସ୍ତ୍ର ବାହିନୀମନ୍ତ୍ରୀ ସେବେଷ୍ଟିୟନ ଲେକର୍ନୁ ମଧ୍ୟଉପସ୍ଥିତ ଥିଲେ । ପ୍ରତିରକ୍ଷା ମନ୍ତ୍ରୀରାଜନାଥ ସିଂ କହିଛନ୍ତି, ସାଇବରସ୍ପେସ ଏବଂ କୃତ୍ରିମ ବୁଦ୍ଧିମତା(ଏଆଇ) ପରି ନିର୍ଦ୍ଦିଷ୍ଟ କ୍ଷେତ୍ରରେଭାରତ ଏବଂ ଫ୍ରାନ୍ସ ସହଯୋଗଉପରେ ଆଲୋଚନା କରିଛନ୍ତି ।ଦୁଇ ଦେଶ ମଧ୍ୟରେ ରଣନୀତିକଭାଗିଦାରୀ ପୂର୍ବ ଅପେକ୍ଷା ଆଜିଅଧିକ ପ୍ରାସଙ୍ଗିକ ଅଟେ । ଆଗକୁବଢିବାକୁ ଉଭୟ ଦେଶ ବହୁତଆଗ୍ରହୀ । ପ୍ରତିରକ୍ଷା ମନ୍ତ୍ରୀ ଗୁରୁବାରକହିଛନ୍ତି, ଦୁଇ ଦେଶରମନ୍ତ୍ରୀମାନେ ପ୍ରତିରକ୍ଷା ଶିଳ୍ପସହଯୋଗ, ଆଞ୍ଚଳିକ ପରିସ୍ଥିତିରମୂଲ୍ୟାଙ୍କନ ଭଳି ପ୍ରସଙ୍ଗ ଉପରେଆଲୋଚନା କରିଛନ୍ତି । ମନ୍ତ୍ରଣାଳୟକହିଛି ଯେ, ରାଜନାଥ ସିଂ ଏବଂଲେକର୍ନୁ ଚାଲିଥିବା ପ୍ରତିରକ୍ଷାପ୍ରକଳ୍ପର ସମୀକ୍ଷା କରିଛନ୍ତି ଏବଂଦୁଇ ଦେଶର ପ୍ରତିରକ୍ଷା ଶିଳ୍ପମଧ୍ୟରେ ସହଯୋଗକୁ ଆହୁରିଗଭୀର କରିବାର ଉପାୟ ଉପରେଆଲୋଚନା କରିଛନ୍ତି ।