ନୂଆଦିଲ୍ଲୀ: ବହିର୍ବ୍ୟାପାର ମନ୍ତ୍ରୀ ଏସ୍ଜୟଶଙ୍କରଙ୍କ ସୁରକ୍ଷାକୁ ବଢାଇଦିଆଯାଇଛି । ତାଙ୍କୁ ବର୍ତ୍ତମାନ “ଜେଡ୍’ବର୍ଗର ସୁରକ୍ଷା ଯୋଗାଇ ଦିଆଯିବ ।ଏହା ପୂର୍ବରୁ ବହିର୍ବ୍ୟାପାର ମନ୍ତ୍ରୀ “ୱାଇ’ବର୍ଗର ସୁରକ୍ଷା ପାଇଥିଲେ ।ସରକାରୀ ସୂତ୍ର ଅନୁଯାୟୀ,କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟତାଙ୍କର ସୁରକ୍ଷା ଦାୟିତ୍ୱ ନେବାକୁକେନ୍ଦ୍ରୀୟ ରିଜର୍ଭ ପୋଲିସଫୋର୍ସ (ସିଆରପିଏଫ୍) କୁକହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦିଲ୍ଲୀପୋଲିସ ଏହି ଦାୟିତ୍ୱତୁଲାଉଥିଲା । ସୂତ୍ରରୁ ପ୍ରକାଶ,ଜୟଶଙ୍କରଙ୍କୁ ବର୍ତ୍ତମାନସିଆରପିଏଫ୍ ଦ୍ୱାରା ବୃହତ”ଜେଡ୍’ ବର୍ଗର ସୁରକ୍ଷା କଭରଅଧୀନରେ ସୁରକ୍ଷା ଯୋଗାଇଦିଆଯିବ । ଏଥିରେ ସାରାଦେଶରେ ସିଫ୍ଟରେ ୨୪ ଘଣ୍ଟାତାଙ୍କ ସହିତ ୧୪-୧୫ ସଶସ୍ତ୍ରକମାଣ୍ଡୋ ରହିବେ । ସିଆରପିଏଫ୍ରଭିଭିଆଇପି ସୁରକ୍ଷା କଭରରେ୧୭୬ ଜଣ ଅଛନ୍ତି, ସେମାନଙ୍କମଧ୍ୟରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତଶାହା ଏବଂ କଂଗ୍ରେସ ନେତାସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂପ୍ରିୟଙ୍କା ଗାନ୍ଧୀ ଭଦ୍ରା ସାମିଲ ରହିଛନ୍ତି ।