ପୁରୀ ବିମାନବନ୍ଦର: ଖୁବ୍ଶୀଘ୍ର ଡିପିଆର୍ ପ୍ରସ୍ତୁତି

0 141

ଭୁବନେଶ୍ୱର, (ଡିକେ ନୁ୍ୟଜ୍):ପୁରୀରେ ନିର୍ମାଣ ହେବାକୁ ଥିବାଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ କ୍ଷେତ୍ର ଅନୁମୋଦନ(ସାଇଟ୍ କ୍ଲିୟରାନ୍ସ) ମିଳିଛି ।ବେସାମରିକ ବିମାନ ଚଳାଚଳମନ୍ତ୍ରଣାଳୟ ପକ୍ଷରୁ ଏହି ଅନୁମତିମିଳିଥିବା ବେଳେ ଖୁବ୍ଶୀଘ୍ର ପ୍ରକଳ୍ପପାଇଁ ଡିପିଆର୍ ପ୍ରସ୍ତୁତି ଆରମ୍ଭ ହେବବୋଲି ଜଣାପଡ଼ିଛି । ଗ୍ରୀନ୍ଫିଲ୍ଡବିମାନବନ୍ଦର ନୀତି-୨୦୦୮ଅନୁଯାୟୀ, ଏହି ବିମାନବନ୍ଦରନିର୍ମାଣ ପାଇଁ ରାଜ୍ୟ ସରକାରଅନୁମତି ମାଗିଥିବାବେଳେ ଏଥିପାଇଁରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତଆବଶ୍ୟକ ଦସ୍ତାବିଜ୍ ଦାଖଲକରାଯାଇଥିଲା । କାଗଜପତ୍ର ଦାଖଲହେବାର ପ୍ରାୟ ବର୍ଷକ ପରେମନ୍ତ୍ରଣାଳୟ ପକ୍ଷରୁ ଏହି ଅନୁମତିମିଳିଛି । କ୍ଷେତ୍ର ଅନୁମୋଦନ ସହିତରାଜ୍ୟ ସରକାରଙ୍କୁ ନୀତିଗତ ଭାବେଅନୁମୋଦନ ପାଇଁ ବିସ୍ତୃତ ପ୍ରକଳ୍ପରିପୋର୍ଟ (ଡିପିଆର୍) ପ୍ରସ୍ତୁତ କାର୍ଯ୍ୟଜାରି ରଖିବାକୁ ମନ୍ତ୍ରଣାଳୟ କହିଥିବାସୂଚନା ମିଳିଛି । ଆସନ୍ତା ଦୁଇ ବର୍ଷମଧ୍ୟରେ ରାଜ୍ୟ ସରକାର ଡିପିଆର୍ଅନୁମୋଦନ ପାଇଁ ଗ୍ରୀନ୍ ଫିଲ୍ଡବିମାନବନ୍ଦର ପରି·ଳନା କମିଟିନିକଟରେ ଆବେଦନ କରିବାରନିୟମ ରହିଛି । ପ୍ରାରମ୍ଭିକ ଆକଳନଅନୁଯାୟୀ, ପ୍ରାୟ ୫,୬୩୧ କୋଟିଟଙ୍କା ବ୍ୟୟରେ ଏହି ବିମାନବନ୍ଦରନିର୍ମାଣ କରାଯିବ । ଏଥିପାଇଁ ପୁରୀଜିଲ୍ଲା ପ୍ରଶାସନ ପକ୍ଷରୁ ଜମିଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭକରାଯାଇଛି । ବ୍ରହ୍ମଗିରି ତହସିଅନ୍ତର୍ଗତ ସିପସରୁବାଲି ଏବଂଷଣ୍ଢପୁରରେ ୧,୧୬୪ ଏକର ଜମିଅଧିଗ୍ରହଣ ପାଇଁ ନିଷ୍ପତ୍ତି ହୋଇଛି ।ଏଥିରେ ୬୮ ଏକର ଜଙ୍ଗଲ ଏବଂ୨୨୧.୪୮ ଏକର ଘରୋଇ ଜମିରହିଛି । ଆବଶ୍ୟକ ଘରୋଇ ଜମିମଧ୍ୟରେ ସିପସରୁବାଲିରେ୧୫୩.୩୭ ଏକର ଏବଂଷଣ୍ଢପୁରରେ ୬୮.୧୧ ଏକର ଜମିଅଧିଗ୍ରହଣ କରାଯିବ ବୋଲି ସୂଚନାମିଳିଛି । ଆବଶ୍ୟକ ହେଉଥିବା ଜମିପାଇଁ ବିସ୍ଥାପନର ଆବଶ୍ୟକତା ନଥିବାରୁ କୌଣସି ପୁନର୍ବାସ ଏବଂଥଇଥାନର ଆବଶ୍ୟକତା ନାହିଁ । ତେଣୁଏହି ପ୍ରକ୍ରିୟା ଖୁବ୍ କମ୍ ଦନିରେ ଶେଷହେବ ବୋଲି ରାଜ୍ୟ ସରକାର ଆଶାରଖିଛନ୍ତି । ରାଜ୍ୟ ସରକାର ଜମିଚିହ୍ନଟ ଏବଂ ଅନୁକୂଳ ପ୍ରତିବନ୍ଧକସୀମିତତା (ଓଏଲ୍ଏସ୍) ସର୍ଭେ ପରେପ୍ରକଳ୍ପ ପ୍ରସ୍ତାବ ଦାଖଲ କରିଥିଲେ ।ଘରୋଇ ଜମି ଅଧିଗ୍ରହଣ ପାଇଁଜନଶୁଣାଣି ମଧ୍ୟ ଶେଷ ହୋଇଛି ।କିଛି ସରକାରୀ ଜମିର କିସମପରିବର୍ତ୍ତନ ପାଇଁ ମଧ୍ୟ ପ୍ରକ୍ରିୟା·ଲିଛି । ଏହି “ସାଇଟ୍ କ୍ଲିୟରାନ୍ସ’ଅନୁମୋଦନକୁ ରାଜ୍ୟ ସରକାରଅପେକ୍ଷା କରିଥିବାବେଳେ ବର୍ତ୍ତମାନଅନ୍ୟାନ୍ୟ ପ୍ରକ୍ରିୟା ତ୍ୱରାନ୍ୱିତ ହେବବୋଲି ଆଶା ରହିଛି । ଯଦି ସବୁକିଛିଠିକ୍ ସମୟରେ ସମାପ୍ତ ହୁଏ,ତେବେ ଆସନ୍ତା ବର୍ଷ ବିମାନବନ୍ଦରନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରେ ।ପୁରୀକୁ ଏକ ବିଶ୍ୱସ୍ତରୀୟଐତିହ୍ୟସ୍ଥଳୀ ଭାବେ ବିକଶିତକରାଯାଉଥିବାରୁ ଏବଂଭୁବନେଶ୍ୱରରେ ବିଜୁ ପଟ୍ଟନାୟକଅନ୍ତର୍ଜାତୀୟ ବିମାନବନ୍ଦର ଏହାରକ୍ଷମତା ସୀମାରେ ପହଞ୍ଚି ସାରିଥିବାରୁଏହି ନୂତନ ବିମାନବନ୍ଦର ପାଇଁ ରାଜ୍ୟସରକାର ଯୋଜନା କରିଥିଲେ ।ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କୁ ଦୃଷ୍ଟିରେରଖି ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ସ୍ଥାପନ କରିବାକୁ ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ ୨୦୨୧ମସିହାରେ ପ୍ରଧାନମନ୍ତ୍ରୀଙ୍କୁ ଚିଠିଲେଖିଥିଲେ । ଚଳିତ ବର୍ଷ ମେମାସରେ ନୂଆଦିଲ୍ଲୀ ଗସ୍ତ ସମୟରେମଧ୍ୟ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତକରିବାକୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁଅନୁରୋଧ କରିଥିଲେ । ପରେ ସେହିମାସରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପୁରୀହାୱଡ଼ାବନେ୍ଦ ଭାରତ ଟ୍ରେନରଉଦ୍ଘାଟନୀ ଉତ୍ସବରେ ଉଦ୍ୱୋଧନଦେବା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀପଟ୍ଟନାୟକ ତିନିରୁ ·ରି ବର୍ଷ ମଧ୍ୟରେବିମାନ ବନ୍ଦର ନିର୍ମାଣ ଓ ଏହାରଉଦ୍ଘାଟନ କରିବାକୁ ପ୍ରଧାନମନ୍ତ୍ରୀଙ୍କୁଆମନ୍ତ୍ରଣ କରିଥିଲେ ।

Leave A Reply

Your email address will not be published.