ଜୟପାଟଣା, (ଡି କେ ନୁ୍ୟଜ) : ଓଳିଏଖାଇଲେ ଓଳିଏ ଉପାସର ସମୟ ପ୍ରାୟବଦଳି ଯାଇଛି । ଅଭାବୀ ମଣିଷମାନଙ୍କ ପାଇଁ ଖାଦ୍ୟ ସୁରକ୍ଷା ଯୋଜନାଏକ ମହନୀୟ କାମ କରିଥିବା ବେଳେଆବାସ ଯୋଜନା ଆଜି ବି ବାଟହୁଡ଼ିବାରେ ଲାଗିଛି । ମୁଣ୍ଡ ଗୁଞ୍ଜିବାକୁଛାତ ଖଣ୍ଡିଏ ନ ଥିବା ଲୋକଙ୍କୁ ବର୍ଷପରେ ବର୍ଷ ଅପେକ୍ଷା ରହୁଥିବା ବେଳେସ୍ୱଚ୍ଛଳ ମଣିଷ ମାନଙ୍କୁ ଅନାୟସରେଘର ମିଳିଯାଉଥିବା ଅଭିଯୋଗହେଉଛି । ପ୍ରଶାସନ ପାଖରେ ଏଭଳିନିରୀହ ମଣିଷ ମାନଙ୍କ ଖବର ପହଞ୍ଚିପାରେ ନାହିଁ । ତାରି ସମ୍ପୂର୍ଣ୍ଣ ଉଦାହରଣପାଲଟିଛନ୍ତି ଜୟପାଟଣା ବ୍ଲକ ଅନ୍ତର୍ଗତପ୍ରତାପ ପୁର ପଞ୍ଚାୟତ ସୋଉଳ ବନ୍ଧଗ୍ରାମର କୁସୁଲା ରାଉତ, ବୟସପଚସ୍ତରୀରୁ ବି ଅଧିକ ହେବ । ଅଣ୍ଟାପଡ଼ିଯାଇଥିଲେ ମଧ୍ୟ ବଞ୍ଚିବା ପାଇଁଅହରହ ପରିଶ୍ରମ ବୟସରଅପରାହ୍ନରେ ମଧ୍ୟ ସ୍ୱାମୀ ଗୁରୁବାରୁ
ପାଇଁ ଦୁଇ ମୁଠା ଅନ୍ନ କଷ୍ଟେ ମଷ୍ଟେରାନ୍ଧିବାକୁ ପଡେ । କାନକୁ କିଛି ଶୁଭୁନ ଥିଲେ ମଧ୍ୟ ସ୍ୱଭାବିକ ଢଙ୍ଗରେନିଜର ଭାବକୁ ପ୍ରକାଶ କରିଥାନ୍ତି ।ସ୍ୱାମୀ ଗୁରୁବାର ଲୋକଙ୍କ ମହିସିଚରାଇ ଦୁଇ ପଇସା ରୋଜଗାରକରନ୍ତି । ପେଟ ଅପୁରା ରହୁ ନ ଥିଲେମଧ୍ୟ ସ୍ତ୍ରୀ କୁଶୁଲାକୁ ପାଞ୍ଚ କିଲୋ ଚାଉଳମିଳୁ ନଥିବା ଗୁରୁବାରୁ ପ୍ରକାଶ କରନ୍ତି ।ଏମିତିକା ଜୀବନ ସହିତ ଭଙ୍ଗାଦଦରା ଘର, ଅପରିଚ୍ଛନ୍ନ ପରିବେଶମଧ୍ୟରେ ଦୁହିଁଙ୍କର ଦିନ ପରେ ଦିନବିତିଯାଏ ପଞ୍ଚାୟତ ରାଜ ବ୍ୟବସ୍ଥାରବାବୁ ମାନେ ମଧ୍ୟ ଏ ମାନଙ୍କ କଥାବୁଝିବାକୁ ଆସନ୍ତି ନାହିଁ । ବ୍ଲକଅଧିକାରୀ ମାନଙ୍କ କଥା ପଛରେକିଏ? ଆମେ ପହଞ୍ଚିଲା ବେଳକୁକୁସୁଳା ଘର ଅଗଣାର ଅଳିଆକୁ ସଫାକରୁଥିଲା ଗୁରୁ ।ରୁ । ନିତିଦିନିଆକାମରେ ବାହାରି ଯାଇଥିଲା । ଅର୍ଦ୍ଧ ଭଗ୍ନଓ ବିପଦ ସଙ୍କୁଳ ଘରକୁ ଦେଖିବା ପରେଯୋଜନା ପ୍ରତି ଏକ ବିରାଗ ଜାତ ହେଲାପଡିଶା ମଧ୍ୟ କହିବାକୁ ଲାଗିଲେ ହଜାରହଜାର ଘର ବଣ୍ଟା ଯାଉଥିବା ବେଳେଆମ ଗାଁର ସବୁଠାରୁ ନିଃସହାୟପରିବାରକୁ କେମିତି ଆବାସଯୋଜନାରେ ସାମିଲ କରାଗଲା ନାହିଁବୋଲି ପ୍ରଶ୍ନ କରିଥିଲେ । ଖାଲି ସେତିକିନୁହେଁ ଜୟପାଟଣା ବ୍ଲକର ଚଞ୍ଚରା ପଡ଼ାଠାରେ ରହୁଥିବା ରଘୁନାଥ ପଟେଲଙ୍କରମଧ୍ୟ ସମାନ ଅବସ୍ଥା ମନରେ ଅସୁମାରୀସ୍ୱପ୍ନ, ଘର କେବେ ମିଳିବ? ଏକାକୀଜୀବନ ବିତାଉ ଥିବା ପଟେଲଙ୍କ ଘରଅଧା ଭାଙ୍ଗି ଯାଇଛି । ବର୍ଷା ଦାଉରୁ ରକ୍ଷାପାଇବାକୁ ତହସିଲର ପାଳ ଖଣ୍ଡିଏ ସବୁକିଛି । ଜୟପାଟଣା ବ୍ଲକକୁ୨୦୨୧/୨୨ଆର୍ଥିକ ବର୍ଷରେ୩୨୧୫ଓ ୨୦୨୦/୨୧ବର୍ଷରେ୧୪୩୯ଟି ପ୍ରଧାନ ମନ୍ତ୍ରୀ ଆବାସଯୋଜନାରେ ଘର ଆସିଥିଲେ ମଧ୍ୟ ଏଭଳିଆ ଶହ ଶହ ହିତାଧିକାରୀ ଆବାସଯୋଜନାରୁ ଆଜିବି ବଂଚିତ ଥିବାଦେଖିବାକୁ ମିଳୁଛି । ପ୍ରଶାସନବାସ୍ତବତାକୁ ଅନୁଧ୍ୟାନ କରି ନିରୀହମାନଙ୍କୁ ଯୋଜନାରେ ସାମିଲ କରିବାଦାବୀ ହେଉଛି ।
ବାଟ ହୁଡିଛି ପ୍ରଧାମନ୍ତ୍ରୀ ଆବାସ ଯୋଜନା!
Next Post