ନୂଆଦିଲ୍ଲୀ: ଭାରତ ଓ ଜାପାନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼କରିବା ଲାଗି ଶିଳ୍ପ ସଂଘ ଫିକି ପକ୍ଷରୁ ଫିକି-ଫୋରମ୍ ସାଂସଦଙ୍କଏକ ପ୍ରତିନିଧି ଦଳ ଜାପାନର ଟୋକିଓ ଗସ୍ତ କରିଛନ୍ତି । ସାଂସଦରାଜୀବ ପ୍ରସାଦ ରୁ‡ିଙ୍କ ନେତୃତ୍ୱରେ ଯାଇଥିବା ଏହି ପ୍ରତିନିଧି ଦଳଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗା, ଅର୍ଥନୀତି ମନ୍ତ୍ରୀୟାସୋତୋସି ନିଶିମୁରା, ଜାପାନର ସାଂସଦ ପ୍ରତିନିଧି ଦଳ “ଗଣେଶଗ୍ରୁପ୍’ ଓ ଭାରତର ରାଷ୍ଟ୍ରଦୂତ ସିବି ଜର୍ଜଙ୍କୁ ସାକ୍ଷାତ କରିଛନ୍ତି । ଏହିଅବସରରେ ଫିକିର ସଭାପତି ତଥା ଇମ୍ଫାର ପରିଚାଳନା ନିଦେ୍ର୍ଦଶକଶୁଭ୍ରକାନ୍ତ ପଣ୍ଡା କହିଛନ୍ତି ଯେ ଭାରତର ଓ ଜାପାନ ଦ୍ୱିପାକ୍ଷିକସମ୍ପର୍କ ବେଶ ଗୁରୁତ୍ୱ ବହନ କରୁଛି । ଉଭୟ ବହୁପକ୍ଷୀୟ ଓଦ୍ୱିପାକ୍ଷିକ ସ୍ତରରେ ଅନେକ କାର୍ଯ୍ୟକଳାପ ଯୋଗୁଁତାହା ସୁଦୃଢ଼ ହୋଇପାରିଛି । ଉଭୟ ପକ୍ଷରବ୍ୟାବସାୟିକ ଅଂଶୀଦାରଙ୍କୁ ଏକତ୍ର କରିବାଦିଗରେ ଫିକି କାର୍ଯ୍ୟ କରିବ ବୋଲି ସେ କହିଛନ୍ତି ।