ଭୁବନେଶ୍ୱର, (ଡିକେ ନୁ୍ୟଜ୍): ଗୋପାଳ ଜର୍ଦ୍ଦା କମ୍ପାନୀନାଁରେ ନକଲି ଜର୍ଦ୍ଦା ବିକ୍ରି ଅଭିଯୋଗ ହୋଇଛି । ଏହିଘଟଣାରେ ୨ ଜଣଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନାପୁଲିସ । ଗିରଫ ଦୁଇ ଜଣ ହେଲ କୃଷ୍ଣଚନ୍ଦ୍ର ରାଉଳ ଓବାସୁଦେବ ମଣ୍ଡଳ । ସୂଚନା ଅନୁଯାୟୀ, ଗୋପାଳଇମ୍ପେରିଆଲ ପ୍ରାଇଭେଟ ଲିମିଟେଡର ମ୍ୟାନେଜିଂ ଡ଼ାଇରେକ୍ଟର କୈଳାସ ଚନ୍ଦ୍ର ଚୌହାନ ତାଙ୍କ ବ୍ରାଣ୍ଡର ନକଲି କରାଯାଉଥିବା କ୍ୟାପିଟାଲ ଥାନାରେ ଅଭିଯୋଗକରିଥିଲେ । ଅଭିଯୋଗ ପାଇବା ପରେ କ୍ୟାପିଟାଲ ଥାନାପୁଲିସ ଆକ୍ସନ ମୋଡ଼କୁ ଆସିବା ସହ ୟୁନିଟ ୧ ହାଟରେଚଢ଼ାଉ କରିଥିଲା । ଚଢ଼ାଉ ବେଳେ ପୁଲିସ ମଧ୍ୟ ଏସବୁଦେଖି ତାଯୁବ ହୋଇଯାଇଥିଲା । ହାଟରେ ଥିବା ୭ ଓ୧୪ ନମ୍ବର ଦୋକାନ ସିଲ କରିବା ସହ ପୁରୀରକୃଷ୍ଣଚନ୍ଦ୍ର ରାଉଳ ଓ ବାଲିପାଟଣାର ବାସୁଦେବ ମଣ୍ଡଳଙ୍କୁ
ଗିରଫ କରିଥିଲା । ଗିରଫ ପରେ କିଭଳି ସେମାନେବ୍ରାଣ୍ଡର ନକଲ କରୁଥିଲେ ସେ ନେଇ ପୁଲିସ ଆଗରେସ୍ୱୀକାର କରିଛନ୍ତି । କୋରାପୁଟରୁ କେନ୍ଦୁପତ୍ର ଆଣିସେଥିରେ ସେଣ୍ଟ ମିଶାଇ ବ୍ରାଣ୍ଡ ନାଁରେ ବିକ୍ରି କରୁଥିଲେ ।ଯାହା ଫଳରେ କାହାକୁ ସନେ୍ଦହ ହେଉନଥିଲା । ଆଗାମୀଦିନରେ ଏଭଳି ନକଲି ପ୍ରଡକ୍ଟ ବିକ୍ରି କରୁଥିବା ଅନ୍ୟଦୋକାନ ମାନଙ୍କରେ ମଧ୍ୟ ଚଢ଼ାଉ ହେବ ।
ଅସଲି ନାଁରେ ନକଲି ଜର୍ଦ୍ଦା, ୨ ଗିରଫ
Next Post