କେନ୍ଦୁଝର,(ଡିକେ ନୁ୍ୟଜ): ଏକବଳାକôାର ମାମଲାର ବିଚାର କରିଅଭିଯୁକ୍ତ ବୁଦେ୍ଧଶ୍ୱର ମୁଣ୍ଡା(୩୨)ପିତା-ଜଗବନ୍ଧୁ ମୁଣ୍ଡା, ଗ୍ରାମ-ନୂଆଖମଣ, ଥାନା-ତୁରୁମୁଙ୍ଗା, ଜିଲ୍ଲାକେନ୍ଦୁଝର ଙ୍କୁ ଦୋଷୀ ସାବ୍ୟସ୍ତ କରି୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜୋରିମାନା, ଜୋରିମାନାଅନାଦେୟ ଅଭିଯୁକ୍ତକୁ ଅଧିକ ୬ମାସ ଜେଲ ଦଣ୍ଡ ଦେବା ନିମନ୍ତେଶୁକ୍ରବାର ଦିନ ସ୍ୱତନ୍ତ୍ର ଅଦାଲତରବିଚାରପତି ବିଜୟ କୁମାର ମିଶ୍ର ତାଙ୍କରାୟରେ ସ୍ପଷ୍ଟ କରିଛନ୍ତି । ମାମଲାରବିବରଣୀରୁ ପ୍ରକାଶ ଯେ, ଗତ୨୦୨୧ ସେପ୍ଟେମ୍ବର ମାସ ୨୦ତାରିଖ ରାତି ପୀଡିତା ପାଇଖାନାକୁଝାଡା ଯାଇଥିବା ସମୟରେ ଅଭିଯୁକ୍ତପୀଡିତାକୁ ଏକୁଟିଆ ପାଇ ପାଇଖାନାପଛପଟକୁ ଜୋର ଜବରଦସ୍ତ ଟାଣିନେଇ ବଳାକôାର କରିଥିଲା ଏବଂପୀଡିତା ପାଟି କରିବାରୁ ତାଙ୍କପରିବାରର ଲୋକ ଅଭିଯୁକ୍ତକୁ କାବୁକରି ନେଇଥିଲେ ଓ ତା’ ପରଦିନଗ୍ରାମ ସଭାରେ ଦୋଷ ସ୍ୱୀକାରକରିଥିଲା । ଫଳରେ ତା’ ପର ଦିନପୀଡିତା ତୁରୁମୁଙ୍ଗା ଥାନାରେଅଭିଯୋଗ କରିଥିଲା । ଅଭିଯୋଗକୁଭିତ୍ତି କରି ତୁରୁମୁଙ୍ଗା ପୋଲିସ ଥାନାକେଶ ନଂ ୧୦୮ ତା ୨୫/୦୯/୨୦୨୧ ରେ ମାମଲା ରୁଜୁ କରିଆସାମୀକୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଏହି ମକଦ୍ଦମାରେ୧୭ ଜଣ ସାକ୍ଷୀଙ୍କ ବୟାନ ଓପୋଲିସ ତଦନ୍ତକୁ ଭିତ୍ତି କରି ଏବଂପୀଡିତା ନାବାଳିକା ଥିବା କାରଣରୁଅଭିଯୁକ୍ତକୁ ଉପରୋକ୍ତ ଦଣ୍ଡ ଦେବାସହ ପୀଡିତାଙ୍କୁ ୫ଲକ୍ଷ ଟଙ୍କାଅନୁକମ୍ପାମୂଳକ ରାଶି ଦେବା ନିମନ୍ତେସ୍ୱତନ୍ତ୍ର ଅଦାଲତର ବିଚାରପତିଆଦେଶ ଦେଇଛନ୍ତି ଏବଂ ପୀଡିତାଙ୍କତରଫରୁ ସ୍ୱତନ୍ତ୍ର ପିପି ଜ୍ଞାନେନ୍ଦ୍ରନାଥଜେନା କେଶ ପରିଚାଳନା କରୁଥିଲେ ।