ଏସିୟାନ ଗେମ୍ ପଦକ ବିଜେତା ରାମ ବାବୁଙ୍କୁ ଆନନ୍ଦ ମହେନ୍ଦ୍ରାଙ୍କ ଅଫର

0 104

ମୁମ୍ବାଇ, ୧୪ା୧୦: ଉଦ୍ୟୋଗପତି ଆନନ୍ଦମହିନ୍ଦ୍ରା ଏସିୟାନ ଗେମରେ ପଦକ ବିଜେତାରାମ ବାବୁଙ୍କୁ ଉପହାରରେ ତାଙ୍କ ପସନ୍ଦଅନୁସାରେ କମ୍ପାନୀର ଯେ କୌଣସି ଟ୍ରାକ୍ଟରଅଥବା ପିକ୍-ଆପ ବାଛିବାକୁ ଅଫରଦେଇଛନ୍ତି । ରାମ ବାବୁ ଏସିୟାନ ଗେମ୍ସର୩୫ କିଲୋମିଟର ଦୌଡରେ କାଂସ୍ୟ ପଦକବିଜେତା ହୋଇଛନ୍ତି । ତେବେ ଏତେ ବଡଅନ୍ତର୍ଜାତୀୟ ପ୍ରତିଯୋଗୀତା ପର୍ଯ୍ୟନ୍ତ ପହଞ୍ଚିବାତାଙ୍କ ଯାତ୍ରା ଏତେ ସହଜ ନଥିଲା । ଜଣେଦିନ ମଜୁରିଆରୁ ଏସିୟାନ ଗେମ୍ସରେ ପଦକବିଜେତା ହେବାପର୍ଯ୍ୟନ୍ତରାମବାବୁଙ୍କଯାତ୍ରକୁ ବଖାଣି ଆନନ୍ଦ ମହିନ୍ଦ୍ରା କହିଛନ୍ତି ଯେତାଙ୍କୁ ରାମ ବାବୁଙ୍କ କଣ୍ଟାକ୍ଟ ନମ୍ବର ଦରକାର,ଯାହା ଦ୍ୱାରା ଆନନ୍ଦ ମହିନ୍ଦ୍ରା ତାଙ୍କ ପରିବାରକୁସହାୟତା କରିପାରିବେ ବୋଲି କହିଛନ୍ତି ।ଏହା ପୂର୍ବରୁ ଆନନ୍ଦ ମହିନ୍ଦ୍ରା ପ୍ରତିଭାଶାଳୀଚେସ୍ ଖେଳାଳି ଆର.ପ୍ରଗ୍ନାନନ୍ଦଙ୍କପିତାମାତାଙ୍କୁ ଉପହାରରେ ଏକ ଇଲେକ୍ଟ୍ରିକକାର ଦେଇଥିଲେ । ତେବେ ରାମ ବାବୁଉତ୍ତରପ୍ରଦେଶ ସୋନଭଦ୍ରର । ସେ ତାଙ୍କପିତାଙ୍କର ଏକମାତ୍ରପୁଅ ଓ ତାଙ୍କପରିବାରରେ ପତ୍ନୀ ସମେତ ୩ ଉଭଣୀ ମଧ୍ୟଅଛନ୍ତି । ରାମବାବୁଙ୍କ ପରିବାରର ଆୟ୩ହଜାରରୁ ବଢି ୩,୫୦୦ ଟଙ୍କା ହୋଇଛି ।ତେବେ ଏହି ଉପାର୍ଜନ ପରିବାରର ସମସ୍ତଙ୍କଆବଶ୍ୟକତା ପୂରଣ କରିବାକୁ ପର୍ଯ୍ୟାପ୍ତନୁହେଁ ।ତେବେ ଖେଳ ପାଇଁ ରାମ ବାବୁଙ୍କରଥିବା ନିଶା ତାଙ୍କୁ ଅଲଗା ଅଲଗା ପ୍ରକାରରବୃତ୍ତି ଆପଣେଇବାକୁ ବାଧ୍ୟ କରିଛି । ସେତାଙ୍କର ସ୍ପୋର୍ଟସ ଟ୍ରେନିଂ ନିମନ୍ତେ ଖର୍ଚ୍ଚଯୋଗାଡ ପାଇଁ ହୋଟେଲରେ ୱେଟର ଭାବେକାମ କରିଥିଲେ । କେବଳ ଏତିକି ନୁହେଁ ସେମନରେଗା ଯୋଜନାରେ ତାଙ୍କ ଗ୍ରାମରେଶ୍ରମିକ ଭାବେ ମଧ୍ୟ କାମ କରିଛନ୍ତି । ରାମବାବୁ କହିଛନ୍ତି ଯେ ଯେବେ ସେ ବାରଣାସୀରଏକ ହୋଟେଲରେ ୱେଟର ଭାବେ କାମକରୁଥିଲେ ସେଠାରେ ତାଙ୍କର ପରିଚୟକୋଚ୍ ଚନ୍ଦ୍ରଭାନ ଯାଦବଙ୍କ ସହିତହୋଇଥିଲା । ୨୦୧୯ ମସିହାରେ ସେଭୋପାଲ ସାଇ ସେଣ୍ଟରର କୋଚ୍ଙ୍କୁମନେବାରେ ସଫଳ ହୋଇଥିଲେ ।୨୦୨୦ରେ ନ୍ୟାସନାଲ ରେସ୍ ୱାକ୍·ମ୍ପିୟନସିପରେ ୫୦ କିଲୋମିଟରଇଭେଣ୍ଟରେ ଭାଗ ନେଇ ଚତୁର୍ଥ ସ୍ଥାନରେଥିଲେ । ତେବେ ପରେ କରୋନା ଲକଡାଉନଯୋଗୁ ଭୋପାଲ ସାଇ ସେଣ୍ଟର ବନ୍ଦହୋଇଯାଇଥିଲା । ଏଣୁ ସେ ଗ୍ରାମକୁ ଫେରିଆସିଥିବା ବେଳେ ପିତାଙ୍କ ସହ ମନରେଗାଯୋଜନାରେ ଶ୍ରମିକ ଭାବେ ରାସ୍ତା ତିଆରିକାମରେ ନିଜକୁ ସାମିଲ କରିଥିଲେ ।

Leave A Reply

Your email address will not be published.