ଆଇସିସି ମାସର ଶ୍ରେଷ୍ଠ କ୍ରିକେଟର୍ ଶୁବମାନ

0 127

ଦୁବାଇ, ୧୪ା୧୦: ଭାରତୀୟ ଓପନର୍ ଶୁବମାନଗିଲ୍ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ରସେପ୍ଟେମ୍ବର ମାସ ନିମନ୍ତେ ଶ୍ରେଷ୍ଠ କ୍ରିକେଟର୍ଭାବେ ମନୋନୀତ ହୋଇଛନ୍ତି । ଭାରତୀୟ ଦଳରଦ୍ରୁତ ବୋଲର ମହମ୍ମଦ ସିରାଜ୍ ଓ ଇଂଲଣ୍ଡକ୍ରିକେଟ୍ ଦଳର ଓପନର୍ ଡାୱିଡ ମାଲାନଙ୍କୁପଛରେ ପକାଇ ଶୁବମାନ ଶ୍ରେଷ୍ଠ କ୍ରିକେଟର୍ହେବାର ସୌଭାଗ୍ୟ ହାସଲ କରିଛନ୍ତି ।ଚଳିତବର୍ଷରେ ଦ୍ୱିତୀୟଥର ପାଇଁ ଶୁବମାନ ମାସଶ୍ରେଷ୍ଠ କ୍ରିକେଟର୍ ପୁରସ୍କାର ହାସଲ କରିବାକୁଯୋଗ୍ୟ ବିବେଚିତ ହୋଇଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷଶୃଙ୍ଖଳା ଓ ଏସିଆ କପରେ ଚମକ୍ରାର ପ୍ରଦର୍ଶନକରିଥିବାରୁ ଶୁବମାନଙ୍କୁ ଏହି ପୁରସ୍କାର ମିଳିଛି ।ଶୁବମାନ୍ ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ୧୨୩୦ରନ୍ ସଂଗ୍ରହ କରିଛନ୍ତି ସେଥିମଧ୍ୟରେ ୫ଟି ଶତକରହିଛି । ସୂଚନାଥାଉ କି କ୍ରିକେଟ୍ ବିଶ୍ୱକପ୍ ଆରମ୍ଭହେବା ପୂର୍ବରୁ ଗିଲ୍ ଡେଙ୍ଗୁରେ ପୀଡ଼ିତ ହୋଇଥିଲେ ।ଫଳରେ ସେ ଭାରତ ତରଫରୁ ପ୍ରଥମ ଦୁଇଟିମ୍ୟାଚ୍ ଖେଳିପାରି ନାହାନ୍ତି । ଚେନ୍ନଇରେ ଚିକିତ୍ସିତହେବା ପରେ ଗିଲ୍ ଅହମ୍ମଦାବାଦରେ ପହଞ୍ଚିଗୁରୁବାର ଅଭ୍ୟାସ କରିଥିଲେ । ଅନ୍ୟପକ୍ଷରେଶ୍ରୀଲଙ୍କାର ଚମାରି ଅଟ୍ଟାପଟୁ ଆଇସିସି ମାସରଶ୍ରେଷ୍ଠ ମହିଳା କ୍ରିକେଟର୍ ଭାବେ ବିବେଚିତହୋଇଛନ୍ତି । ଇଂଲଣ୍ଡ ବିପକ୍ଷ ଶୃଙ୍ଖଳାରେ ଚମାରିଉଭୟ ବ୍ୟାଟିଂ ଓ ବୋଲିଂରେ ସଫଳତାପାଇଥିବାରୁ ତାଙ୍କୁ ଏହି ପୁରସ୍କାର ମିଳିଛି ।

Leave A Reply

Your email address will not be published.