ଏଥର ଜନ୍ମଦିନ ପାଳିବେନି ନବୀନ

0 108

ଭୁବନେଶ୍ୱର,୧୫ା୧୦(ଡିକେ ନୁ୍ୟଜ): ଅକ୍ଟୋବର ୧୬ ତାରିଖ ହେଉଛି ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କ ଜନ୍ମଦିନ । ଆସନ୍ତା କାଲି ୭୮ ବର୍ଷ ବୟସରେପଦାର୍ପଣ କରିବେ । ତେବେ ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ଜନ୍ମଦିନପାଳିବେ ନାହିଁ ବୋଲି କହିଛନ୍ତି । ଗତ ମାସରେ ତାଙ୍କ ବଡ଼ଭଉଣୀ ଗୀତା ମେହେଟ୍ଟାଙ୍କ ପରଲୋକ ହୋଇଛି । ସେହିକାରଣରୁ ଚଳିତ ବର୍ଷ ସେ ଜନ୍ମଦିନ ପାଳନ କରିବେ ନାହିଁ ।ଜନ୍ମଦିନ ଅବସରରେ ନବୀନ ନିବାସକୁ ଯାଇ ଶୁଭେଚ୍ଛା ନଜଣାଇବାକୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛୁମାନଙ୍କୁ ଅନୁରୋଧକରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଜନ୍ମଦିନ ପାଳନ ନ କରିବାଆଗରୁ ମଧ୍ୟ ଦେଖିବାକୁ ମିଳିଛି । ବାତ୍ୟା ଏବଂ ଦୁର୍ବିପାକଭଳି ସ୍ଥିତି ଉପୁଜି ଥିବାବେଳେ ମଧ୍ୟ ମୁଖ୍ୟମନ୍ତ୍ରୀ ଜନ୍ମଦିନପାଳନ କରିନଥିଲେ । ତେବେ ତାଙ୍କ ଜନ୍ମଦିନ ଅବସରରେବିଜେଡ଼ି ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଅନ୍ତର୍ଗତ ରକ୍ତଦାନଶିବିର ରାଜ୍ୟବ୍ୟାପୀ ଆୟୋଜନ କରାଯିବ ।

Leave A Reply

Your email address will not be published.