ଭୁବନେଶ୍ୱର,୧୫ା୧୦(ଡିକେ ନୁ୍ୟଜ): ଗାଁରେସହରୀ ସୁବିଧା । ଗୋଟିଏ ପ୍ଲାଟଫର୍ମରେ ୩୦ସେବା । ଆଉ ଯିବାକୁ ପଡୁନି ବ୍ଲକ୍, ତହସିଲକିମ୍ବା ଅନ୍ୟ ଅଫିସ୍ । ଘରେ ବସି ହେଉଛି ସବୁକାମ । ଆମ ପଞ୍ଚାୟତ ସେବା ପୋର୍ଟାଲ ଯୋଗୁଁଲୋକେ ଗୋଟିଏ କ୍ଲିକ୍ରେ ସବୁ ସୁବିଧାପାଉଛନ୍ତି । ଜୁଲାଇରେ ମୁଖ୍ୟମନ୍ତ୍ରୀ ଏହିସେବାର ଶୁଭାରମ୍ଭ କରିଥିଲେ । ଏବେ ଏହିସେବା ସବୁ ପଞ୍ଚାୟତରେ ମିଳୁଛି । ଲୋକେଉପକୃତ ହେଉଛନ୍ତି । ଲୋକଙ୍କ ସେବା ସହପଞ୍ଚାୟତର ରୋଜଗାର ବୃଦ୍ଧି ହେବାର ବାଟଖୋଲିଛି । ପଞ୍ଚାୟତ ଅଧୀନରେ ଥିବାକଲ୍ୟାଣମଣ୍ଡପ, ଦେକାନ ଘର, ଆବାସିକଘରଭଡ଼ା ବୁକିଂ, ମାଛ ଚାଷ ପାଇଁ ପୋଖରୀଲିଜ୍, ବନୀକରଣ ପାଇଁ ନର୍ସରୀ, ଗ୍ରାମ୍ୟଜଙ୍ଗଲ ଲିଜ୍, ଫେରିଘାଟ ନିଲାମ ଯାଏଁ ସବୁସୁବିଧା ପଞ୍ଚାୟତ ସେବା ପୋର୍ଟାଲ ଦ୍ୱାରାମିଳୁଛି । ପର୍ଯ୍ୟଟନ ସ୍ଥଳିରେ ପିକ୍ନିକ୍ ପାଇଁସ୍ପଟ୍ ବୁକିଂରୁ ମୋବାଇଲ ଟାୱାର ପ୍ରତିଷ୍ଠା,ଗୋରୁହାଟ ଲିଜ୍, ସପ୍ତାହିକ ହାଟରେଦୋକାନ ସ୍ପେସ୍ ବୁକିଂ ଆଦି ସବୁକିଛି ପାଇଁଗୋଟିଏ ପୋର୍ଟାଲ ଯଥେଷ୍ଟ । ଗ୍ରାମାଞ୍ଚଳଲୋକଙ୍କୁ ସହର ଭଳି ଅନ୍ଲାଇନ୍ ସୁବିଧାଲାଭଦାୟକ ହେଉଛି । ଏହାସହ ଠିକ୍ସମୟରେ ଟିକସ ପୈଠ ହେଲେ ପଞ୍ଚାୟତରରାଜସ୍ୱ ବୃଦ୍ଧି ହେଉଛି । ଯାହା ସାମଗ୍ରିକ ବିକାଶକାର୍ଯ୍ୟରେ ଲାଗି ପାରିବ । ଦୂରଦୃଷ୍ଟି ସମ୍ପନ୍ନପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସରପଞ୍ଚମାନେକୃତଜ୍ଞତା ଜଣାଇବା ସହ ସମୀକ୍ଷକମାନେ
ଏହାକୁ ସ୍ୱାଗତ କରିଛନ୍ତି । ଅନ୍ଲାଇନ୍ଜରିଆରେ ଗ୍ରାମାଞ୍ଚଳ ଲୋକ ସବୁସୁବିଧା ହାତପାହାନ୍ତରେ ପାଉଛନ୍ତି ।