ଭୁବନେଶ୍ୱର,୧୬ା୧୦(ଡିକେ ନୁ୍ୟଜ):ଜନନାୟକ ସାଢ଼େ ୪ କୋଟି ଓଡ଼ିଆଙ୍କମଉଡ଼ମଣି ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀବର୍ଷ ଜନସେବାରେ ନିଜକୁ ନିୟୋଜିତକରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ପ୍ରତି ଜୀବନ ମୂଲ୍ୟବାନ ନାରା ଦେଇଥିବାନବୀନ ରକ୍ତଦାନ ପରି ସାମାଜିକକାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଇଛନ୍ତି । ତାଙ୍କଜନ୍ମଦିନରେ ସାରା ରାଜ୍ୟରେ ବିଜେଡ଼ିପକ୍ଷରୁ ବିଶାଳ ରକ୍ତଦାନ ଶିବିରଆୟୋଜନ କରାଯାଇଥିଲା । ଯେଉଁଥିରେସ୍ୱେଚ୍ଛାକୃତ ଭାବେ ରକ୍ତଦାତାଙ୍କ ଭିଡ଼ଦେଖିବାକୁ ମିଳିଥିଲା । ସେହିପରି ରୋଗୀଓ ଗରିବଙ୍କୁ ଫଳ ବଣ୍ଟନ କରାଯିବା ସହସବୁଜ ପୃଥିବୀ ପାଇଁ ବ୍ୟାପକବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟକରାଯାଇଛି । ବିଭିନ୍ନ ସ୍ଥାନରେ ବିଜେଡ଼ିନେତା ଓ କର୍ମୀମାନେ ମିଠା ବଣ୍ଟନ ଓକେକ୍ କାଟି ନବନୀଙ୍କ ଜନ୍ମଦିନ ପାଳନକରିଛନ୍ତି । ତାଙ୍କ ଜନ୍ମଦିନରେ ବିଭିନ୍ନମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେଲାଗିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟପାଳଗଣେଶୀଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରପୁରୀ : ବାଲୁକାକଳା ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନରଶୁଭେଚ୍ଛା ଜଣାଇଛନ୍ତି ପ୍ରଖ୍ୟାତ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।୍ ଭଉଣୀଙ୍କ ଦେହାନ୍ତ ଯୋଗୁ ଜନ୍ମଦିନ ପାଳିଲେ ନାହିଁ ନବୀନ୍ ସାରା ରାଜ୍ୟ ପାଳିଲା ଜନନେତାଙ୍କ ଜନ୍ମଦିନ୍ ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା ସହ ରକ୍ତଦାନ ଶିବିର ନବୀନ ପଟ୍ଟନାୟକ ୭୮ ବର୍ଷରେପଦାର୍ପଣ କରିଛନ୍ତି । ବିଗତବର୍ଷଗୁଡ଼ିକରେ ବାତ୍ୟାରେ ରାଜ୍ୟବାସୀଭୋଗିଥିବା ଦୁର୍ଦ୍ଦଶା ଯୋଗୁଁ ନିଜ ଜନ୍ମଦିନସେ ପାଳି ନ ଥିଲେ । ଚଳିତ ବର୍ଷ ବଡ଼ଭଉଣୀ ଗୀତା ମେହେଟ୍ଟାଙ୍କ ଦେହାନ୍ତଯୋଗୁଁ ଏଥର ମଧ୍ୟ ମୁଖ୍ୟମନ୍ତ୍ରୀ ଜନ୍ମଦିନପାଳନ କରିନାହାଁନ୍ତି । ହେଲେ ସେବାରସାଧକ ନବୀନଙ୍କ ଜନ୍ମଦିନକୁ ସାରା ରାଜ୍ୟପାଳିଛି । ସେବା ଓ ସମର୍ପଣ ମନୋଭାବନେଇ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମକରାଯାଇଛି । ପୁରୀ ଶ୍ରୀମନ୍ଦିର, ଏକ୍ରାମଭୁବନେଶ୍ୱର, ଲିଙ୍ଗରାଜ ମନ୍ଦିର ଓବ୍ରହ୍ମପୁର ବୁଢ଼ି ଠାକୁରାଣୀ ମନ୍ଦିର ସମେତରାଜ୍ୟର ସମସ୍ତ ମଠ ମନ୍ଦିରରେନବୀନଙ୍କ ଦୀର୍ଘାୟୁ କାମନା କରାଯାଇପୂଜାର୍ଚ୍ଚନା ସହ ସମୂହ ଦୀପଦାନକରିଥିଲେ ବିଜେଡ଼ି କର୍ମୀ ଓ ନେତାଙ୍କସମେତ ସାଧାରଣ ଜନତା । ଭୋରସମୟରୁ ହିଁ ମନ୍ଦିରର ରୀତିନୀତିରେପୂଜାର୍ଚ୍ଚନା କରାଯାଇ ନବୀନଙ୍କ ଦୀର୍ଘାୟୁକାମନା କରାଯିବା ସହ ବିକାଶର ବାର୍ତ୍ତାକୁଆହୁରି ସୁଗମ କରିବାକୁ ପ୍ରାର୍ଥନାକରାଯାଇଛି । ସେବାକୁ ବ୍ରତ୍ତ କରି ୨୬ପ୍ରଧାନ, ରାଜ୍ୟସଭା ସାଂସଦ ମାନସମଙ୍ଗରାଜ, ବାଚସ୍ପତି ପ୍ରମିଳା ମଲ୍ଲିକ,ଆସାମ ମୁଖ୍ୟମନ୍ତ୍ରୀ ହୀମନ୍ତ ବିଶ୍ୱଶର୍ମାଙ୍କସମେତ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ,ସାଂସଦ ଓ ବହୁ ପ୍ରତିଷ୍ଠିତ ବ୍ୟକ୍ତି ଟ୍ୱିଟ୍ କରିଶୁଭେଚ୍ଛା ଜଣାଇଛନ୍ତି । ଖାଲି ସେତିକିନୁହେଁ କ୍ଷମତା ରାଜନୀତିର ସମ୍ଭ୍ରାନ୍ତଅଳିନ୍ଦରେ ଆତଯାତ ହୋଇ ସୁଦ୍ଧାରାଜନୀତିରୁ ନିରାପଦ ଦୂରତା ଅବଲମ୍ବନ
କରୁଥିବା ଓ ଲୋକଙ୍କ ବିକାଶ ପାଇଁ କାମକରୁଥିବା ନବୀନଙ୍କୁ ଖାଲି ରାଜ୍ୟବାସୀକାହିଁକି ରାଜ୍ୟ ବାହାରର ଲୋକ ମଧ୍ୟସୋସିଆଲ ମିଡ଼ିଆରେ ଜନ୍ମଦିନରଶୁଭେଚ୍ଛା ଜଣାଇଛନ୍ତି । ଯାହାଫଳରେସାମାଜିକ ଗଣମାଧ୍ୟମ ଏକ୍ସ (ଟ୍ୱିଟ୍ର)ରେନବୀନ ଟ୍ରେଣ୍ଡିଂରେ ରହିଥିଲେ । ବର୍ତ୍ତମାନସୁଦ୍ଧା ହଜାର ହଜାର ଲୋକ ନବନୀଙ୍କୁ ତାଙ୍କଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି ।
୭୮ ବର୍ଷରେ ନବୀନ ସେବାର ସାଧକଙ୍କୁ ଶୁଭେଚ୍ଛାର
Prev Post
Next Post