ପୁରୀ,୧୬ା୧୦(ଡିକେ ନୁ୍ୟଜ): ଆଗକୁ ଆସୁଛି ମହାକାର୍ତ୍ତିକ ମାସ । ଏଥିପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କବିଭିନ୍ନ ନୀତି ଠିକ୍ ସମୟରେ କରାଯିବା ପାଇଁ ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟସ୍ଥିର କରାଯାଇଛି ।ଛତିଶା ନିଯୋଗ ବୈଠକରେ କୁମାର ପୂର୍ଣ୍ଣିମା ତିଥିରେ ହେବାକୁ ଥିବା ରାହୁ ଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ର ଗ୍ରହଣଲାଗି ମଧ୍ୟ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି । କୁମାରପୂର୍ଣ୍ଣିମା ପୂର୍ବ ଦିନ ନୀତି ସମ୍ପାନ ଲାଗି ରାତିସାରାଶ୍ରୀମନ୍ଦିର ଖୋଲା ରହିବ ବୋଲି ଛତିଶା ନିଯୋଗ ବୈଠକ ପରେ ଗଣମାଧ୍ୟମକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକରଞ୍ଜନ କମୁର ଦାସ କହିଛନ୍ତି । ମହାକାର୍ତ୍ତିକ ନୀତି ସମ୍ପାଦନରେ ସହଯୋଗ କରିବା ପାଇଁ ପ୍ରତ୍ୟେକନିଯୋଗ ସହଯୋଗ କରିବାକୁ ବୈଠକରେ ଅନୁରୋଧ କରାଯାଇଛି । ମନ୍ଦିର ଭିତରେ ଗହଳି ନହେବାଲାଗି ବେଶ ସମୟରେ ବାହର ଲୋକଙ୍କୁ ଛଡ଼ା ଯିବ ନାହିଁ । ହବିଷ୍ୟାଳିମାନେ ଯେପରି ସୁରୁଖୁରୁରେ ଦର୍ଶନକରିପାରିବେ ଓ ସେମାନଙ୍କୁ କିପରି ସୁବିଧାରେ ମହାପ୍ରସାଦ ଯୋଗାଇ ଦିଆଯିବ ସେଥିଲାଗି ମଧ୍ୟ ଆଲୋଚନାକରାଯାଇଥିଲା ବୋଲି ମୁଖ୍ୟପ୍ରଶାସକ କହିଛନ୍ତି । ମୁଖ୍ୟପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ଛତିଶା ନିଯୋଗବୈଠକରେ ବିଭିନ୍ନ ନିଯୋଗର କର୍ମକର୍ତ୍ତା, ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ଏବଂପୋଲିସ ପ୍ରଶାସନର ଅଧିକାରୀମାନେ ଯୋଗ ଦେଇଥିଲେ । ଆସନ୍ତା ୨୯ ତାରିଖରୁ ମହାକାର୍ତ୍ତିକ ବ୍ରତ ଆରମ୍ଭହେବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଥିବା ନୀତି ନିର୍ଘଣ୍ଟରେ କୁହାଯାଇଛି ଯେ ଆସନ୍ତାନଭେମ୍ବର ୨୦ତାରଖ ଦିନ ଅବକାଶ ନୀତି ପରେ ମହାପ୍ରଭୁ ହରିହର ବେଶ ହେବେ । ସେହିଭଳି ୨୩ ତାରିଖରେ .ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶ ଓ ହରିଉତ୍ଥାପନ ନୀତି ସମ୍ପନ୍ନ ହେବ ।ନଭେମ୍ବର୨୪ତାରିଖରେ ମହାପ୍ରଭୁ ବାଙ୍କଚୂଡ ବା ବାମନ ବେଶରେ ସଜ୍ଜିତହେବେ । ଏଥିସହିତ ସମ୍ପନ୍ନ ହେବ ଗରୁଡ ଉତ୍ଥାପନ ନୀତି । ୨୫ ତାରିଖରେଡାଳିକିଆ ବା ତ୍ରିବିକ୍ରମ ବେଶ,୨୬ରେ ଲକ୍ଷ୍ମୀନାରାୟଣ ବେଶ ଓ ୨୭ରେରାଜାଧିରାଜ ବେଶ ରତ୍ନ ସିଂହାସନ ଉପରେ ଅନୁଷ୍ଠିତ ହେବ । ମହାକାର୍ତ୍ତିକ ଲାଗିଆସନ୍ତା ୨୫ ତାରିଖଠାରୁ ନଭେମ୍ବର ୨୭ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରର ଦ୍ୱାରରାତି ୪ଟାରୁ ଫିଟିବ । ସାଢେ ୪ଟାରେ ଭିତରଶୋଧ କରାଯାଇ ଭୋର ୫ଟାରେମଙ୍ଗଳଆଳିତ କରାଯିବ । ପରେ ପରେ ମଇଲ୍ମ, ତଡପଲାଗି, ଅବକାଶ,ରୋଷହୋମ କରାଯାଇ ପ୍ରତ୍ୟହ ସକାଳ ୬ଟା ୩୦ରୁ ୭ଟା ମଧ୍ୟରେରାଧାଦାମୋଦର ବେଶ ଅନୁଷ୍ଠିତ ହେବ । ଏହାପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା,ଗୋପାଳବଲ୍ଲଭ, ସକାଳଧୂପ (କେବଳ କୋଠଭୋଗ) ଅନୁଷ୍ଠିତ ହେବ । ସକାଳ୧୦ଟାରୁ ସାଢେ୧୦ଟା ମଧ୍ୟରେ ବାଳଧୂପ କରାଯାଇ ଭୋଗମଣ୍ଡପ ଉଠିବ ।ପରେ ମଇଲ୍ମ, ବେଶ କରାଯାଇ ମଧ୍ୟାହ୍ନଧୂପ କରାଯିବ । ଅପରାହ୍ନ୨ଟାରୁ ୩ଟାମଧ୍ୟରେ ଦକ୍ଷିଣୀଘର ଭୋଗ ହେବ । ପୁନଶ୍ଚ ମଇଲମ, ବେଶ କରାଯାଇ ଅପରାହ୍ନସାଢେ୩ଟାରେ ଦିବା ପହୁଡ଼ ହେବ । ସନ୍ଧ୍ୟା ସାଢେ ୫ଟାରେ ଦ୍ୱାର ଫିଟିବା ପରେସନ୍ଧ୍ୟା ୬ଟାରେ ସନ୍ଧ୍ୟା ଆଳତି କରାଯିବ । ଏହାପରେ ସନ୍ଧ୍ୟାଧୂପ, ମଇଲମ,ଚନ୍ଦନଲାଗି, ବଡସିଂହାର ବେଶ ଓ ବଡସିଂହାର ଭୋଗ କରାଯାଇ ରାତି ୧୨ଟାମଧ୍ୟରେ ରାତ୍ରପହୁଡ ହେବ ବୋଲି ନୀତିନିର୍ଘଣ୍ଟରେ ଦର୍ଶାଯାଇଛି ।