୨୦ରୁ ଭୁବନେଶ୍ୱରରେ ମିଳିବନି କଞ୍ଚା ପରିବା

0 92

ଭୁବନେଶ୍ୱର, (ଡିକେ ନୁ୍ୟଜ୍): ୟୁନିଟ-୧ ହାଟବ୍ୟବସାୟୀଙ୍କ ଆନେ୍ଦାଳନ ଯୋଗୁ ଦୀର୍ଘ ୮ଦିନଧରି ହାଟ ବନ୍ଦ ରହିବା ପରେ ଏବେ ରାଜଧାନୀକଞ୍ଚା ପରିବା ମହାସଂଘ ଆନେ୍ଦାଳନ କରିବାକୁଯାଉଛି । ଆସନ୍ତା ୨୦ ତାରିଖରୁ କଞ୍ଚା ପରିବାବ୍ୟବସାୟ ବନ୍ଦ ରହିବ ବୋଲି ମହାସଂଘ ସୂଚନାଦେଇଛି । ହାଟ ଭିତରକୁ ଆସୁଥିବା ସମସ୍ତ ରାସ୍ତାବେଆଇନ ଭାବେ ଅବରୋଧ ହୋଇଥିବାରୁ ଏଭଳିନିଷ୍ପତ୍ତି ନିଆଯାଇଥିବା ମହାସଂଘ ସଭାପତିକବିରାଜ ସ୍ୱାଇଁ କହିଛନ୍ତି । ସେ କହିଛନ୍ତି ଦୁଇଦିନହେଲା ୧ ନମ୍ବର ପରିବା ହାଟକୁ ଥିବା ରାସ୍ତାଅବରୋଧ ହୋଇଛି । ରାସ୍ତା ଉପରେ ପୂଜା ପାଇଁତ୍ୱରଣ ହୋଇଥିବାରୁ ଗାଡି ଆସିପାରୁନାହିଁ । ଫଳରେବହୁ ଦୂରରେ ଗାଡି ସବୁ ରହୁଛି । ସେଠାରୁ ପରିବାବୋହି ଆଣିବାକୁ ପଡୁଛି । ଏଣୁ ବ୍ୟବସାୟୀଙ୍କମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବାରୁ ସେମାନେମହାସଂଘର ଦୃଷ୍ଟି ଆକର୍ଷଣ କରିଥିଲେ । ସମାଧାନପାଇଁ ବିପରୀତ ଦିଗରେ ଥିବା ଆବାସିକ ଅଂଚଳଦେଇ ଗାଡି ଆଣିବାକୁ ବ୍ୟବସ୍ଥା ହୋଇଥିଲା । କିନ୍ତୁଗାଡି ଆସିବା ବେଳେ ସ୍ଥାନୀୟ ବାସିନ୍ଦା ବିରୋଧକରିଥିଲେ । ଫଳରେ ହାଟ ଭିତରକୁ ପରିବା ପଶିବାଅସମ୍ଭବ ହୋଇପଡିଛି । ଏନେଇ ମହାସଂଘ ପକ୍ଷରୁବିଏମସି ଓ ପୁଲିସକୁ ଅବଗତ କରାଯାଇଥିଲା । କିନ୍ତୁକିଛି ଲାଭ ହୋଇନଥିଲା । ଏଣୁ କଞ୍ଚା ପରିବାମହାସଂଘ ଶୁକ୍ରବାରଠାରୁ ସମଗ୍ର ରାଜଧାନୀରେପରିବାର ବ୍ୟବସାୟ ବନ୍ଦ କରିବାକୁ ଚେତାବନୀଦେଇଛି । ଏବେ ପାର୍ବଣ ଋତୁ ·ଲିଛି । ପନିପରିବାବନ୍ଦ ହୋଇଗଲେ ସହରବାସୀ ଭୟଙ୍କର ସମସ୍ୟାରସମ୍ମୁଖୀନ ହେବା ଜଳଜଳ ଦିଶୁଚି । କେବଳରାଜଧାନୀ ନୁହେଁ, ବରଂ ଏହି ହାଟ ଉପରେଉପକଙଋବାସୀ ନିର୍ଭର କରୁଥିବାରୁ ସେମାନେ ମଧ୍ୟସମସ୍ୟାର ସମ୍ମୁଖୀନ ହେବେ ବୋଲି ଆଶଙ୍କା ପ୍ରକାଶପାଇଛି । ଯେଉଁଠି ବି ବିକ୍ରି ହେବ ସେଠାରେ ଦରହଠାତ ବଢିଯିବା ଆଶଙ୍କା ମଧ୍ୟ ରହିଛି ।

Leave A Reply

Your email address will not be published.