ଗଙ୍ଗୋତ୍ରୀ-ଯମୁନୋତ୍ରୀ ଓ କେଦାରନାଥ ଚାରିଧାମ ଯାତ୍ରା ବନ୍ଦ ଘୋଷଣା

0 99

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡ ସ୍ଥିତଚାରିଧାମ ଯାତ୍ରାକୁ ନେଇ ଏକ ବଡଖବର ସାମ୍ନାକୁ ଆସିଛି । ବଦ୍ରିନାଥ,କେଦାରନାଥ, ଗଙ୍ଗୋତ୍ରୀ, ଯମୁନୋତ୍ରୀସହିତ ଚାରିଧାମର ଦ୍ୱାର ବନ୍ଦ ହେବାନେଇ ତାରିଖର ଘୋଷଣାକରାଯାଇଛି । ଗଙ୍ଗୋତ୍ରୀ ଧାମରକପାଟ ୧୪ ନଭେମ୍ବରରେ ବନ୍ଦକରାଯିବ, ସେହିପରି ୧୫ନଭେମ୍ବରରେ ଯମୁନୋତ୍ରୀ ଧାମରଦ୍ୱାର ବନ୍ଦ କରାଯିବ । ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର ସମିତି ପକ୍ଷରୁକୁହାଯାଇଛି କି, ଶ୍ରୀ ବଦ୍ରିନାଥ କପାଟବନ୍ଦ ହେବାର ତାରିଖ ନିଷ୍ପତ୍ତି ୨୪ଅକ୍ଟୋବର ଦଶହରା ପରେ କରାଯିବ ।ଚଳିତବର୍ଷ ଏପ୍ରିଲରୁ ଚାରିଧାମ ଯାତ୍ରାଆରମ୍ଭ ହୋଇଥିଲା । ଖବର ମୁତାବକ,ଦ୍ୱାର ବନ୍ଦ ହେବାର ତାରିଖ ଘୋଷଣାକରିବା ପାଇଁ ବଦ୍ରିନାଥ ମନ୍ଦିରପରିସରରେ ଧାର୍ମିକ ସମାରୋହରଆୟୋଜନ କରାଯିବ । ରାଉଳ ଓଧର୍ମାଧିକାରୀ ଗଣନା କରିବା ପରେଦ୍ୱାର ବନ୍ଦ ହେବାର ଶୁଭ ମୁହୂର୍ତ୍ତଘୋଷଣା କରିବେ । ଶ୍ରୀକେଦାରନାଥଧାମର ଦ୍ୱାର ପରମ୍ପରାଗତ ଭାବରେ୧୫ ନଭେମ୍ବର ବୁଧବାର ଭାଇଦୁଜଅବସରରେ ବନ୍ଦ ହେବ । ଭଗବାନକେଦାରନାଥଙ୍କ ପଞ୍ଚମୁଖୀ ଉତ୍ସବମୂର୍ତ୍ତିଶୀତକାଳୀନ ପ୍ରବାସ ଶ୍ରୀ ଓଁକାରେଶ୍ୱରମନ୍ଦିର ଉଖୀମଠରେ ପହଞ୍ଚିବ । ଶ୍ରୀଗଙ୍ଗୋତ୍ରୀ ଧାମର ଦ୍ୱାର ଅନ୍ନକୁଟଅବସରରେ ୧୪ ନଭେମ୍ବର ପୂର୍ବାହ୍ନ୧୧ଟା ୪୫ ମି. ଓ ଯମୁନୋତ୍ରୀଧାମର ଦ୍ୱାର ୧୫ ନଭେମ୍ବରରେ ବନ୍ଦରହିବ । ସୂଚନାଯୋଗ୍ୟ, କେଦାରନାଥଧାମ କପାଟ ବିଧିବିଧାନ ମୁତାବକ୨୫ ଏପ୍ରିଲ ସକାଳ ୬ଟା ୨୦ମିନିଟରେ ଖୋଲାଯାଇଥିଲା ।କେଦାରନାଥଙ୍କ ପ୍ରଥମ ପୂଜାପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କନାମରେ କରାଯାଇଥିଲା ।ସେହିପରି ବଦ୍ରିନାଥ ଥାନ କପାଟ୨୭ ଏପ୍ରିଲରେ ଖୋଲାଯାଇଥିଲା । ତୀର୍ଥଯାତ୍ରୀ ଚାରିଧାମଯାତ୍ରା ପାଇଁ ଋିଷିକେଶ ପହଞ୍ଚିନିଜର ରେଜିଷ୍ଟ୍ରେସନ କରିଥିଲେ ।

Leave A Reply

Your email address will not be published.