୍ ସିକିମ୍ ରୟତମାନଙ୍କ ଜମି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ନିଷ୍ପତ୍ତି
୍ ହୀରାକୁଦ ବାସଚୁ୍ୟତଙ୍କ ଜମି ସମସ୍ୟାର ହେବ ସମାଧାନ, ହାଇଟେକ୍ ସର୍ଭେ ନିଦେ୍ର୍ଦଶ
ଭୁବନେଶ୍ୱର,୧୮ା୧୦(ଡିକେ ନୁ୍ୟଜ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଐତିହାସକନିଷ୍ପତ୍ତି ନେଇ ବିଭିନ୍ନ ସ୍ଥାନରେ ଜମିସମସ୍ୟାର ସମାଧାନ କରାଯାଇ ଲୋକଙ୍କୁପଟ୍ଟା ଦେବା ପାଇଁ ନୀତିଗତ ନିଷ୍ପତ୍ତିନେଇଛନ୍ତି । ପୂର୍ବରୁ ପୂର୍ବରୁ ଝାରସୁଗୁଡାରହୀରାକୁଦ ବନ୍ଧ ବିସ୍ଥାପିତ, ଗଞ୍ଜାମ ସୋରଡାବ୍ଲକ୍, ପୁରୀ ପୌରପାଳିକାରେ ଜମିଜମାସମସ୍ୟାର ସମାଧାନ ପାଇଁ ନୀତିଗତ ନିଷ୍ପତ୍ତିହୋଇଥିଲା । ଆଜି ସିକିମ ରୟତମାନଙ୍କ ଜମିସମସ୍ୟା ଓ ସମ୍ବଲପୁର ଜିଲ୍ଲାର ରେଙ୍ଗାଲୀତହସିଲର ହୀରାକୁଦ ବାସଚ୍ୟୁତମାନଙ୍କ ଜମିସମସ୍ୟାର ସମାଧାନ ପାଇଁ ନିଷ୍ପତ୍ତିନିଆଯାଇଛି । ସୂଚନାଯୋଗ୍ୟ ଯେ,ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ.ପାଣ୍ଡିଆନ ତାଙ୍କର ଜିଲ୍ଲାଗସ୍ତ ସମୟରେଜମିଜମା ସଂପର୍କିତ ଅନେକ ଅଭିଯୋଗଲୋକଙ୍କ ଠାରୁ ପାଇଥିଲେ । ହୀରାକୁଦ ବନ୍ଧବିସ୍ଥାପିତମାନଙ୍କର ଦୀର୍ଘ ବର୍ଷର ସମସ୍ୟା,ଅନ୍ୟ ସ୍ଥାନରେ ସରକାରୀ ଜମିରେ ବହୁ ଦିନଧରି ରହୁଥିବା ଲୋକଙ୍କର ଜମି ଅଧିକାରସମସ୍ୟା, ରୟତ ସମସ୍ୟା – ଏହିପରିଅନେକ ସମସ୍ୟା ସଂପର୍କରେ ଲୋକମାନେ୫-ଟି ସଚିବଙ୍କୁ ଜଣାଇଥିଲେ । ଏ ବିଷୟରେମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ପରେଲୋକଙ୍କ ବହୁ ବର୍ଷର ଜମି ସମସ୍ୟାରସମାଧାନ ପାଇଁ ବାଟ ଫିଟିଛି । ମୁଖ୍ୟମନ୍ତ୍ରୀଙ୍କନିଦେ୍ର୍ଦଶରେ ଏ ସଂପର୍କରେ ସେପ୍ଟେମ୍ବରମାସର ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ରାଜସ୍ୱଓ ବିପର୍ଯ୍ୟୟ ପରି·ଳନା ବିଭାଗ ସହ ତିନିଥର ବୈଠକ ଅନୁଷ୍ଠିତ ହୋଇଥିଲା । ସେହିସମୀକ୍ଷା ବୈଠକରେ ନିଆଯାଇଥିବାନିଷ୍ପତ୍ତିର ଅଗ୍ରଗତି ସଂପର୍କରେ ଆଜି ଆଉଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇବହୁ ଐତିହାସିକ ନିଷ୍ପତ୍ତି ନିଆଯାଇଛି ।ବୈଠକରେ ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କ ସହିତ ଉନ୍ନୟନ କମିଶନରଅନୁ ଗର୍ଗ, ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ସତ୍ୟବ୍ରତ ସାହୁ, ଆଇନସଚିବ ମାନସ ରଞ୍ଜନ ବାରିକ, ଗଞ୍ଜାମ,ସମ୍ବଲପୁର, ପୁରୀ, ଖୋର୍ଦ୍ଧା ଓ ଝାରସୁଗୁଡାଜିଲ୍ଲାର ଜିଲ୍ଲାପାଳ ଏବଂ ଅନ୍ୟ ବରିଷ୍ଠଅଧିକାରୀମାନେ ଉପସ୍ଥିତ ଥିଲେ ।ବୈଠକରେ ଜମିଜମା ସମସ୍ୟାର ସ୍ଥାୟୀସମାଧାନ କରାଯାଇ ଲୋକଙ୍କୁ ଜମିଯୋଗାଇ ଦେବାକୁ ନିଷ୍ପତ୍ତି କରାଯାଇଛି ।ହୀରାକୁଦ ପ୍ରକଳ୍ପ ଯୋଗୁ ବାସଚ୍ୟୁତହୋଇଥିବା ସମ୍ବଲପୁର ଜିଲ୍ଲାର ରେଙ୍ଗାଲୀତହସିଲ ଅନ୍ତର୍ଗତ କୁର୍ଲା, ଥୁଣ୍ଟିକତରବଗା,ଯୋଗୀପାଲ୍ଲୀ, ସପନେ ଗ୍ରାମରେ ହାଇଟେକ୍ସର୍ଭେ ମାଧ୍ୟମରେ ପୁରୁଣା ଜମିଜମାସମସ୍ୟାର ସମାଧାନ ନିମନ୍ତେ ନିଦେ୍ର୍ଦଶଦିଆଯାଇଛି । ସର୍ଭେ କାର୍ଯ୍ୟକୁ ଯେତେଶୀଘ୍ରସମ୍ଭବ ସଂପୂର୍ଣ୍ଣ କରି ଜମି ସମସ୍ୟାରସମାଧାନ କରିବାକୁ ପରାମର୍ଶ ଦିଆଯାଇଛି ।ସେହିପରି ସିକିମ ରୟତମାନଙ୍କର ଜମିସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେନୀତିଗତ ନିଷ୍ପତ୍ତି ନିଆଯାଇଛି । ଏହାଦ୍ୱାରାକଟକ, ପୁରୀ ଓ ବାଲେଶ୍ୱର ଜିଲ୍ଲାର ପ୍ରାୟ୨ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ·ଷୀ ଉପକୃତହେବେ ସୂଚନାଯୋଗ୍ୟ ଯେ ପୂର୍ବରୁ ପୂର୍ବରୁଝାରସୁଗୁଡାର ହୀରାକୁଦ ବନ୍ଧ ବିସ୍ଥାପିତ,ଗଞ୍ଜାମ ସୋରଡା ବ୍ଲକ୍, ପୁରୀପୌରପାଳିକାରେ ଜମିଜମା ସମସ୍ୟାରସମାଧାନ ପାଇଁ ନୀତିଗତ ନିଷ୍ପତ୍ତି ହୋଇଥିଲା ।ଝାରସୁଗୁଡା ଜିଲ୍ଲାରେ ହୀରାକୁଦ ବନ୍ଧବିସ୍ଥାପିତମାନଙ୍କର ସମସ୍ୟା ୫୦ ବର୍ଷରୁଅଧିକ ସମୟର । ଲଖନପୁର ତହସିଲର୧୮ଟି ଗାଁ ଓ ଝାରସୁଗୁଡା ତହସିଲର ଗୋଟିଏଗାଁ, ଏହିପରି ୧୯ଟି ଗାଁର ଜମି ସମସ୍ୟାରସମାଧାନ ପାଇଁ ନିଷ୍ପତ୍ତି ହୋଇଥିଲା । ପ୍ରଥମପର୍ଯ୍ୟାୟ ପଟ୍ଟା ଲିମେଇତିକ୍ରା ଗ୍ରାମରୁ ବଣ୍ଟନକରାଯିବ । ଗଞ୍ଜାମ ଜିଲ୍ଲା ସୋରଡାର ୨୨ଟିଗାଁରେ ବହୁ ପୁରାତନ ଜମି ସମସ୍ୟାରସମାଧାନ କରାଯାଇ ଉଭୟ ଘରବାଡି ଓ·ଷଜମି ପଟ୍ଟା ବଣ୍ଟନ କରାଯିବା ପାଇଁ ମଧ୍ୟନିଷ୍ପତ୍ତି ହୋଇଛି । ସେହିପରି ଜଟଣୀଖାସମାହାଲ ଜମି ସମସ୍ୟାର ସମାଧାନକରାଯାଇ ଖୁବଶୀଘ୍ର ପ୍ରଥମ ପର୍ଯ୍ୟାୟ ପଟ୍ଟାବଣ୍ଟନ କରାଯିବ । ସେହିପରି ପୁରୀପୌରପାଳିକା ବହୁ ବର୍ଷ ଧରି ବିଭନ୍ନ ଅନୁଷ୍ଠାନଓ ଲୋକମାନଙ୍କୁ ଲିଜ୍ ସୂତ୍ରରେ ପ୍ରାୟ ୫୦୪ଏକର ଜମି ଦେଇଛି । ଏହି ଉଚ୍ଚସ୍ତରୀୟବୈଠକରେ ଉପଯୁକ୍ତ ଲିଜ୍ ସର୍ତ୍ତାବଳୀ ଓପୌରପାଳିକା ନିୟମ ଅନୁସାରେ ଆବଣ୍ଟିତଲିଜ୍ ନିୟମିତ କରିବା ପାଇଁ ବ୍ୟକ୍ତିବିଶେଷ ଓଅନୁଷ୍ଠାନମାନଙ୍କ ଉପରେ ଉପଯୁକ୍ତ ଦେୟଧାର୍ଯ୍ୟ କରିବାକୁ ନିଷ୍ପତ୍ତି ହୋଇଥିଲା । ଲିଜ୍କୁନିୟମିତ କରିବା ପାଇଁ ନିୟମାବଳୀଅନୁମୋଦନ ପରେ ଓଜିଏଲ୍ସି ନିୟମରେଆବଶ୍ୟକ ପରିବର୍ତ୍ତନ ପାଇଁ ଆଜିରବୈଠକରେ ନିଷ୍ପତ୍ତି ନିଆଯାଇଛି ।