ଅତ୍ୟାଧୁନିକ ଓପିଟିସିଏଲ ଟେକ୍ ଟାୱାର ଲୋକାର୍ପିତ

0 134

ଭୁବନେଶ୍ୱର,୧୮ା୧୦(ଡିକେ ନୁ୍ୟଜ): ଅତ୍ୟାଧନିକ ଓପିଟିସିଏଲ( ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିଃ ) ଟେକଟାୱାର ଲୋକାର୍ପିତ । ଆଜି ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ । ୫୫ କୋଟି ଟଙ୍କାରେ ନିର୍ମିତ ହୋଇଛିଏହି ଟେକ ଟାୱାର । ଭୁବନେଶ୍ୱର ସହିଦ ନଗରରେ ଏହିଓପିଟିସିଏଲ ଟେକ ଟାୱାର ରହିଛି । ଏହି ଉଦ୍ଘାଟନୀକାର୍ଯ୍ୟକ୍ରମରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ଉପସ୍ଥିତ ଥିଲେ ।କାର୍ଯ୍ୟକ୍ଷେତ୍ରର ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ଆଧୁନିକସ୍ଥାପତ୍ୟ ଏବଂ ପ୍ରଯୁକ୍ତିବିଦ୍ୟା ସହିତ ଏହି କୋଠା ନିର୍ମାଣକରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଓଡିଶା ପାୱାରଟ୍ରାନ୍ସମିସନ କର୍ପୋରେସନ୍ ଲିମିଟେଡ୍ ଓଡିଶାବାସୀଙ୍କୁ ନିରବଚ୍ଛିନ୍ନତଥା ଗୁଣାତ୍ମକ ବିଦୁ୍ୟତ୍ ସେବା ଯୋଗାଇବାରେ ନିୟୋଜିତ ଏବଂବିଦୁ୍ୟତ୍ କ୍ଷେତ୍ରର ପ୍ରଗତିରେ ଏକ ପ୍ରମୁଖ ଭୂମିକା ଗ୍ରହଣକରିଥାଏ । ରାଜ୍ୟର ଟ୍ରାନ୍ସମିସନ୍ ଭିତ୍ତିଭୂମିରେ ଓପିଟିସିଏଲ ରଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ୨୦୦୦ମସିହାରେ ରାଜ୍ୟରେ ୧୬ ଲକ୍ଷ ଗ୍ରାହକ ଥିଲେ । କିନ୍ତୁ ବର୍ତ୍ତମାନଏହି ସଂଖ୍ୟା ୯୭ ଲକ୍ଷକୁ ବୃଦ୍ଧି ପାଇଛି । ସେହିଭଳି ଗ୍ରୀଡ୍ ସଂଖ୍ୟା୮୦ରୁ ୧୯୪କ ବୃଦ୍ଧି ହୋଇଛି । ଟ୍ରାସଫରମେସନ କ୍ଷମତା୬,୧୨୫ ଏମ୍ଭିଏରୁ ୨୫,୮୦୦ ଏମ୍ଭିଏକୁ ବୃଦ୍ଧ ହୋଇଛି ।ଟ୍ରାନ୍ସମିସନ ଲାଇନ ୯୪୦୦ ସର୍କିଟ କିଲୋମିଟରରୁ୧୬,୩୦୦ ସର୍କିଟ କିମିକୁ ବୃଦ୍ଧି ପାଇଛି । ଓପିଟିସିଏଲ୍ ବିଦୁ୍ୟତ୍ପରିବହନ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରିଛି ଏବଂରାଜ୍ୟର ଯୁବକମାନଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟିକରିଛି । ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତକୁମାର ରାଉତ, ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ନିକୁଞ୍ଜା

Leave A Reply

Your email address will not be published.