ରଘୁବର ଦାସ ଓଡ଼ିଶାର ନୂଆ ରାଜ୍ୟପାଳ

0 146

ଭୁବନେଶ୍ୱର,୧୮ା୧୦(ଡିକେ ନୁ୍ୟଜ): ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀତଥା ବିଜେପି ନେତା ରଘୁବର ଦାସଙ୍କୁ ଓଡ଼ିଶାର ନୂତନ ରାଜ୍ୟପାଳଭାବେ ନିଯୁକ୍ତ କରାଯାଇଛି । ଏ ନେଇ ବୁଧବାର ରାଷ୍ଟ୍ରପତି ଭବନପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରଘୁବର ବର୍ତ୍ତମାନ ରାଜ୍ୟପାଳ ଥିବାଗଣେଶୀ ଲାଲଙ୍କ ସ୍ଥାନ ନେବେ । ରଘୁବର ୫ ଥର ବିଧାୟକ ଭାବେନିର୍ବାଚିତ ହୋଇଥିଲେ । ସେହିପରି ଇନ୍ଦ୍ରସେନ ରେ‡ୀ ଲାଲୁଙ୍କୁ ତ୍ରିପୁରାରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି । ୧୯୯୫ ମସିହା ମେ ୩ରେଅବିଭକ୍ତ ବିହାରରେ ଜନ୍ମଗ୍ରହଣ କରିଥିବା ରଘୁବର ଜାମସେଦପୁରକୋପୋରେଟିଭ୍ କଲେଜରୁ ଶିକ୍ଷାଲାଭ କରିଥିଲେ । ୧୯୮୦ମସିହାରେ ବିଜେପିର ଗଠନ ବେଳେ ରଘୁବର ଦଳର ପ୍ରତିଷ୍ଠାତାସଦସ୍ୟ ଥିଲେ । ପୂର୍ବ ଜାମସେଦପୁର ଆସନରୁ ୧୯୯୫ରେ ପ୍ରଥମଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହି ଆସନରୁ ସେ୨୦୧୯ ଯାଏ କ୍ରମାଗତ ୫ ଥର ବିଧାନସଭାକୁ ନିର୍ବାଚିତହୋଇଥିଲେ । ୨୦୦୯ରେ ସେ ଝାଡ଼ଖଣ୍ଡର ଉପମୁଖମନ୍ତ୍ରୀ ଦାୟିତ୍ୱନିର୍ବାହ କରିଥିଲେ । ୨୦୧୪ରୁ ୨୦୧୯ ଯାଏ ସେ ଝାଡ଼ଖଣ୍ଡରଷଷ୍ଠ ତଥା ପ୍ରଥମ ଅଣ ଆଦିବାସୀ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।

Leave A Reply

Your email address will not be published.