୫ଶହ ନିରୀହଙ୍କ ମୃତୁ୍ୟକୁ ନେଇ ବିଶ୍ୱ ସ୍ତବ୍ଧ

0 108

ନୂଆଦିଲ୍ଲୀ,୧୮ା୧୦: ଗାଜା ସିଟିର ଅଲଆହାଲି ହସ୍ପିଟାଲ ଉପରେ ଆକ୍ରମଣକୁନେଇ ଦୋଷ ଲଦାଲଦି । ଇସ୍ରାଏଲ ସେନାହସପିଟାଲକୁ ଟାର୍ଗେଟ କରିଥିବାଅଭିଯୋଗ ଆଣିଛି ଆତଙ୍କବାଦୀସଂଗଠନ ହମାସ । ତେବେ ଇସ୍ରାଏଲଏହାକୁ ଦୃଢ଼ ଭାବେ ଖଣ୍ଡନ କରିଛି ।ହମାସ ସହଯୋଗୀ ଇସଲାମିକ ଜିହାଦଗୋଷ୍ଠୀର ରକେଟ ଲକ୍ଷ୍ୟଚ୍ୟୁତ ହୋଇହସପିଟାଲରେ ପଡିଥିବା ଇସ୍ରାଏଲ କହିଛି ।ଦୁଇ ହମାସ ନେତାଙ୍କ ମଧ୍ୟରେ ଏ ସଂପର୍କିତକଥାବାର୍ତ୍ତାର ଅଡିଓ ରିଲିଜ କରିବା ସହହସପିଟାଲ ପଛରେ ଥିବା କବରସ୍ଥାନରୁରକେଟ ଫାୟାର ହୋଇଥିବାର ପ୍ରମାଣ ବିଦେଇଛି । ଗତକାଲି ହସପିଟାଲରେହୋଇଥିବା ବିସ୍ଫୋରଣରେ ୫ ଶହରୁ ଅଧିକଲୋକଙ୍କ ମୃତୁ୍ୟ ହୋଇଥିବା ବେଳେ ଏହାକୁନେଇ ବିଶ୍ୱବ୍ୟାପୀ ଉଦ୍ବେଗ ପ୍ରକାଶପାଇଛି । ଗାଜା ସିଟିରେ ଥିବା ଅଲ ଆହାଲିହସପିଟାଲ ପଛପଟରେ ଥିବାକବରସ୍ଥାନରୁ ଇସ୍ରାଏଲକୁ ଟାର୍ଗେଟ କରିରକେଟ ଛାଡିଥିଲା ଇସଲାମିକ ଜିହାଦଗୋଷ୍ଠୀ । ତେବେ ଲକ୍ଷ୍ୟଚ୍ୟୁତ ହୋଇ ଏହାହସପିଟାଲ ଉପରେ ପଡିବାରୁ ଘଟିଛିବିସ୍ଫୋରଣ । ହସପିଟାଲ ଉପରେଆକ୍ରମଣ ଅଭିଯୋଗକୁ ଦୃଢ଼ ଭାବେଖଣ୍ଡନ କରିବସହ ଏଥିରେ ଆତଙ୍କୀ ସଂଗଠନ ଇସଲାମିକ ଜିହାଦର ସଂପୃକ୍ତି ନେଇ ପ୍ରମାଣ ଦେଇଛିଇସ୍ରାଏଲ ସେନା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରକେଟ ଲକ୍ଷ୍ୟଚ୍ୟୁତ ହେବା ନେଇ ଦୁଇ ହମାସନେତାଙ୍କ ମଧ୍ୟରେ ହୋଇଥିବା ଟେଲିଫୋନ କଥାବାର୍ତ୍ତାର ଅଡିଓ ବି ଛାଡିଛି ଇସ୍ରାଏଲ ସେନାଆଇଡିଏଫ । ହସପିଟାଲରେ ହୋଇଥିବା ବିସ୍ଫୋରଣ ଅତି ଛୋଟ ଧରଣର, ଅତି କମଦୂରତାରୁ ଏବଂ ସ୍ୱଳ୍ପ କ୍ଷମତା ବିଶିଷ୍ଟ ରକେଟ ଦ୍ୱାରା ହୋଇଛି । ଇସ୍ରାଏଲ ଅସ୍ତ୍ର ବ୍ୟବହାରହୋଇଥିଲେ ପ୍ରଚଣ୍ଡ ବିସ୍ଫୋରଣ ସାଙ୍ଗକୁ ପୁରା ଅଞ୍ଚଳ ଧ୍ୱଂସ୍ତବିଧ୍ୱଂସ୍ତ ହୋଇଯାଇଥାଆନ୍ତା ବୋଲିକହିଛି ଆଇଡିଏଫ୍ । ସେହିପରି ରକେଟ କେଉଁଠୁ ଫାୟାର ହୋଇଛି, ଏହାର ଗତିପଥ କିଭଳିଥିଲା ଓ ଏହା କେମିତି ହସପିଟାଲ ଉପରେ ପଡିଲା ତାର ଭିଡିଓ ବି ଜାରି କରିଛି ଇସ୍ରାଏଲସେନା । କେବଳ ଗତକାଲିର ରକେଟ ନୁହେଁ ୭ ତାରିଖରୁ ଯୁଦ୍ଧ ଆରମ୍ଭ ହେବା ପରେଇସ୍ରାଏଲକୁ ଟାର୍ଗେଟ କରି ଗାଜାରୁ ଫାୟାର କରାଯାଉଥିବା ଅନେକ ରକେଟ ଲକ୍ଷ୍ୟଭ୍ରଷ୍ଟହୋଇ ସେଇ ଗାଜାରେ ପଡୁଥିବା ଇସ୍ରାଏଲ ସେନା ଦାବି କରିବା ସହ ଏସଂପର୍କିତ ଭିଡିଓ ବିଜାରି କରିଛି । ଗାଜା ଏକ ଜନବହୁଳ ଅଞ୍ଚଳ ହୋଇଥିବାରୁ ରକେଟ ଲକ୍ଷ୍ୟଭ୍ରଷ୍ଟ ହେବା ଦ୍ୱାରାବହୁ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇଥିବା କହିଛି ଆଇଡିଏଫ୍ । ସେପଟେ ପାଲେଷ୍ଟା

Leave A Reply

Your email address will not be published.