0 126

ଭୁବନେଶ୍ୱର,(ଡିକେ ନୁ୍ୟଜ୍): ପିଜି ଅଧ୍ୟୟନ ପାଇଁନିୟମିତ ଇନ୍ସର୍ଭିସ୍ ଡାକ୍ତରମାନେ ରିଲିଭ୍ହେଲାବେଳେ ନିଜ ନିଜର ପିଜି ଅନୁଷ୍ଠାନରକର୍ତୃପକ୍ଷଙ୍କୁ ଆବେଦନ ମାଧ୍ୟମରେ ଅବଗତ କଲେମାସ ପାଇଁ ସେମାନଙ୍କ ଉପସ୍ଥାନ ବିବରଣୀସଂପୃକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍ଓ) ଏବଂଜନସ୍ୱାସ୍ଥ୍ୟ ଅଧିକାରୀ (ପିଏଚ୍ଓ)ଙ୍କ ପାଖକୁ ଦରମାଉଠାଣ ନିମନ୍ତେ ପଠାଯିବ । ସଂପୃକ୍ତ ସିଡିଏମ୍ଓ ଏବଂପିଏଚ୍ଓ ଏଫ୍ଡିଓଏମ୍ ନଂ-୬୮୭୪/୨୦/୦୨/୧୯୯୬ ଅନୁଯାୟୀ ପିଜି ପାଠ୍ୟକ୍ରମ ପାଇଁ ରିଲିଭହୋଇଥିବା ଡାକ୍ତରମାନଙ୍କ ତାଲିକା, ଅନୁଷ୍ଠାନରେଯୋଗଦେବା ତାରିଖ ଏବଂ ପିଜି ପାଇଁ ଅରିଜିନାଲ୍ବଣ୍ଡ ବିଭାଗରେ ଷ୍ଟୁଡେଂଟ ଲିଭ୍ ମଞ୍ଜୁରୀ ପାଇଁ ଦାଖଲକରିବେ । ନିୟମିତ ଇନ୍ସର୍ଭିସ୍ ଡାକ୍ତରମାନେ ଦରମାଗ୍ରହଣ କରିବେ କିମ୍ବା ପିଜି ଅନୁଷ୍ଠାନରୁ ଷ୍ଟାଇପେଣ୍ଡନେବେ ସେ ନେଇ ସଂପୃକ୍ତ ସିଡିଏମ୍ଓ ଓ ପିଏଚ୍ଓକୁଏକ ଆଫିଡେଭିଟ୍ ଆକାରରେ ଅଣ୍ଡରଟେକିଙ୍ଗ୍ ଦେବାକୁପଡ଼ିବ । ପିଜି ପାଠ୍ୟକ୍ରମ ଅଧାରୁ ଛାଡ଼ିଲେ ସଂପୃକ୍ତଡାକ୍ତରମାନଙ୍କୁ ଛୁଟି ଅବଧିରେ ପାଇଥିବା ସଂପୂର୍ଣ୍ଣଦରମା ଫେରାଇବାକୁ ପଡ଼ିବ ।

Leave A Reply

Your email address will not be published.