ନୂଆଦିଲ୍ଲୀ, ୧୮ା୧୦: ସୁପରଷ୍ଟାର୍ ସଲମାନଖାନ ଏବଂ କ୍ୟାଟ୍ରିନା କୈଫ୍ଙ୍କ ଫିଲ୍ମ”ଟାଇଗର-୩’କୁ ନେଇ ଦର୍ଶକ ବେଶ୍ ଉତ୍ସୁକଅଛନ୍ତି । ନିକଟରେ ନିର୍ମାତା ଏହି ଫିଲ୍ମରଟ୍ରେଲର୍ ରିଲିଜ୍ କରିଥିଲେ । ଟ୍ରେଲରକୁଦେଖିବା ପରେ ପ୍ରଶଂସକମାନେ ଏହାକୁ ଖୁବ୍ପସନ୍ଦ କରିଛନ୍ତି । କ୍ୟାଟ୍ ଏହି ସିନେମାରେଜୋୟା ଭୂମିକାରେ ଅଭିନୟ କରି ସଭିଙ୍କମନକୁ ମୋହିଛନ୍ତି । ଟ୍ରେଲରର ସକରାତ୍ମକପ୍ରତିକ୍ରିୟାରେ ସଲମାନ ଏବଂ କ୍ୟାଟ୍ରିନା ବହୁତଖୁସି ଅଛନ୍ତି ଏବଂ ଲୋକମାନେ ସେମାନଙ୍କଉପରେ ପ୍ରେମ ବର୍ଷା କରୁଛନ୍ତି । ସଲମାନଏବଂ କ୍ୟାଟ୍ରିନା ହେଉଛନ୍ତି ଭାରତର ସବୁଠୁବଡ଼ ତଥା ସବୁଠାରୁ ଲୋକପ୍ରିୟ ଅନ୍-ସ୍କ୍ରିନ୍ଯୋଡ଼ି, ଯାହାଙ୍କୁ ଦର୍ଶକମାନେ ବଡ଼ ପରଦାରେଦେଖିବାକୁ ଭିଡ ଜମାନ୍ତି । ସେମାନଙ୍କରସବୁଠାରୁ ଲୋକପ୍ରିୟ ହେଉଛି “ଟାଇଗର’ ।ଯାହାର ଗୋଟାଏ ପରେ ଗୋଟାଏ ଭାଗତିଆରି କରି ·ଲିଛନ୍ତି ନିର୍ମାତା । “ଟାଇଗର-୩’ର ଟ୍ରେଲର୍ ଲଞ୍ଚ୍ ପରେ ସଲମାନ କହିଛନ୍ତି,ଟାଇଗରର ଟ୍ରେଲର ଉପରେ ଲୋକଙ୍କପ୍ରତିକ୍ରିୟା ମୋତେ ଆଶ୍ଚର୍ଯ୍ୟ କରିଛି । ମୁଁସେଭାଗ୍ୟବାନ୍ ଯେ ମୋର କ୍ୟାରିୟରରେ ମୁଁଏପରି ଚଳଚ୍ଚିତ୍ର ପାଇଛି । ଟ୍ରେଲର ଲଞ୍ଚ ପରେଏତେ ପ୍ରଶଂସା ଏବଂ ଏତେ ଉତ୍ସାହ ଦେଖିବାପ୍ରକୃତରେ ସ୍ୱତନ୍ତ୍ର ଏବଂ ଏକ ବିରଳଅନୁଭବ । ମୁଁ ଖୁସି ଯେ ଆମର ଟ୍ରେଲର ହିଟ୍ହୋଇଛି ଏବଂ ପ୍ରେକ୍ଷାଳୟରେ ଟାଇଗରଦେଖିବା ପାଇଁ ଲୋକମାନେ ବହୁତ ଉତ୍ସାହିତଅଛନ୍ତି । ମୋତେ ଏବଂ କ୍ୟାଟ୍ରିନାଙ୍କୁ ଜୋୟାଏବଂ ଟାଇଗର ଭାବରେ ଦେଖିବାକୁ ଲୋକେଯେଉଁ ଖୁସି ପ୍ରକାଶ କରିଛନ୍ତି ତାହା ମୋତେବେଶ୍ ପ୍ରଭାବିତ କରିଛି । ସେହିପରି କ୍ୟାଟ୍ରିନାକହିଛନ୍ତି, ଫିଲ୍ମଟିର ଟ୍ରେଲରକୁ ମିଳିଥିବାପ୍ରଶଂସା ଅବିଶ୍ୱସନୀୟ । ଏହା ଆଶ୍ଚର୍ଯ୍ୟଜନକଯେ ଆମେ ଏତେ ଭଲପାଇଛୁ ।