ବାଲିପାଟଣା ପୋଲିସକୁ ବଡ଼ ସଫଳତା; ୫ ଡକାୟତ ଗିରଫ

0 109

ଭୁବନେଶ୍ୱର, (ଡିକେ ନୁ୍ୟଜ୍): ଭୁବନେଶ୍ୱର କମିସନରେଟଅଧୀନ ବାଲିପାଟଣା ପୁଲିସ ଏକ ବଡ଼ ଧରଣର ଡକାୟତିଉଦ୍ୟମ ପଣ୍ଡ କରିଛି । ଗୁରୁବାର ରାତିରେ ବନମାଳୀପୁର ଅଞ୍ଚଳରୁଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୁଲିସ ୫ ଜଣଙ୍କୁପୁଲିସ କାବୁ କରିଛି । ସେମାନଙ୍କ ଠାରୁ ଖଣ୍ଡା, ଲୁହା ଛଡ଼, ଲଙ୍କାଗୁଣ୍ଡ, ନଗଦ ଟଙ୍କା, ୩ଟି ମୋବାଇଲ୍ ଏବଂ ବାଇକ ଜବତହୋଇଛି । ୩ ଜଣ ବାଲିପାଟଣା ଥାନା ଅଞ୍ଚଳର ହୋଇଥିବାବେଳେ ୨ ଜଣ ଭୁବନେଶ୍ୱରର ବୋଲି ଜଣା ପଡ଼ିଛି । ସୂଚନାଅନୁସାରେ ଗୁରୁବାର ରାତି ପ୍ରାୟ ୧୦ଟାରେ ବନମାଳୀପୁରରେଥିବା ଦେଶୀ ମଦ ଦୋକାନରୁ ଡକାୟତି ପାଇଁ ଯୋଜନା ହେଉଥିବାଖବର ପୁଲିସ ବିଶେଷ ସୂତ୍ରରୁ ସୂଚନା ପାଇଥିଲା । ଥାନାଅଧିକାରୀଙ୍କ ନିଦେ୍ର୍ଦଶରେ ପୁରା ଟିମ ବନମାଳୀପୁର ବଟପଡ଼ିଆରେ ପହଞ୍ଚିଥିଲା । ସେଠାରେ ୫ ଜଣିଆ ଗ୍ୟାଙ୍ଗକୁ ପୁଲିସମାଡ଼ିବସିଥିଲା । ସେମାନେ ହେଲେ ଲକ୍ଷ୍ମୀସାଗର ଥାନା ବମିଖାଲରତତ୍ୱମସି ପ୍ରଧାନ ଓରଫ ରିଷି (୨୫), ବରଗଡ଼ ଥାନା ଲକ୍ଷ୍ମୀବିହାରର ଦୀପକ ସାହା ଓରଫ ସାହା (୨୬), ବାଲିପାଟଣା ଥାନାପୁରୁଣା ଝିଣ୍ଟିର ଏକଦଶୀ ବେହେରାଙ୍କ ପୁଅ ସଂଜୀବ ବେହେରାଓରଫ ବବୁଲ (୨୧), ରାହୁଲ ବେହେରା ଓରଫ କୁନୁ (୧୯)ଓ ବଚନ ଭୋଇ (୨୬) । ସେମାନଙ୍କ ଠାରୁ ୧୯,୫୦୦ ଟଙ୍କା, ବ୍ଲୁ କଲର ପଲସର, ଗୋଟିଏ ଖଣ୍ଡା, ଗୋଟିଏ ଲୁହା ଛଡ଼, ୨ପ୍ୟାକେଟ ଲଙ୍କା ଗୁଣ୍ଡ, ମଦ ବୋତଲ ପୁଲିସ ଜବତ କରିଛି ।ସେମାନଙ୍କ ମଧ୍ୟରୁ ୩/୪ ଜଣ ପେସାଦାର ଅପରାଧୀ ଏବଂସେମାନଙ୍କ ନାଁରେ ବାଲିପାଟଣା ଓ ବରଗଡ଼ ଥାନା ପ୍ରଭୃତି ଥାନାରେ

Leave A Reply

Your email address will not be published.