ଗଗନଯାନ ପରୀକ୍ଷଣ ସଫଳ

0 101

ଶ୍ରୀହରିକୋଟା,୨୧ା୧୦: ଭାରତୀୟମହାକାଶ ଗବେଷଣା ସଂଗଠନ (ଇସ୍ରୋ)ଶନିବାର ଶ୍ରୀହରିକୋଟାସ୍ଥିତ ସତୀଶଧାୱନ ମହାକାଶ କେନ୍ଦ୍ରରୁ ଗଗନଯାନ
ମିଶନ ଯାନର ସଫଳ ପରୀକ୍ଷଣ କରିଛି ।ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପ୍ରଥମେ ଏହାକୁସ୍ଥଗିତ ରଖାଯାଇଥିଲା । ପରେ ଦ୍ୱିତୀୟଉଦ୍ୟମରେ ପୂର୍ବାହ୍ନ ୧୦ଟାରେ ଦ୍ୱିତୀୟ
ଉଦ୍ୟମରେ ଟେଷ୍ଟ ଭେଇକଲ୍ ଆବର୍ଟମିଶନ୍-୧ (ଟିଭି- ଡି୧)ର ସଫଳପରୀକ୍ଷଣ ହୋଇଛି । ଏହା ଏକ ମାନବରହିତ ଯାନ ଥିଲା । ଗଗନଯାନ ମିଶନ
ସମୟରେ ରକେଟରେ କୌଣସି ତ୍ରୁଟିରହିଲେ ମହାକାଶ·ରୀଙ୍କୁ ସୁରକ୍ଷିତଭାବରେ ପୃଥିବୀ ପୃଷ୍ଠକୁ କିପରି ସୁରକ୍ଷିତଅଣାଯାଇ ପାରିବ ତାହା ଏହି ପରୀକ୍ଷଣର
ଲକ୍ଷ୍ୟ ଥିଲା । ଏହି ପରୀକ୍ଷଣ ପ୍ରାୟ ୮ମିନିଟର ଥିଲା । ଏହି ମିଶନ ଯାନପରୀକ୍ଷଣ ସମୟରେ ୧୭ କିଲୋମିଟରଉପରକୁ ଯିବା ପରେ କ୍ରୁ ମଡ୍ୟୁଲ୍
ଶ୍ରୀହାରିକୋଟା ଠାରୁ ୧୦ କିଲୋମିଟରଦୂରରେ ଥିବା ବଙ୍ଗୋପସାଗରରେସଫଳତାର ସହ ଅବତରଣ କରିଥିଲା ।ଏହାପୂର୍ବରୁ ଆଜି ମିଶନକୁ ଦୁଇଥର
ସ୍ଥଗିତ ରଖାଯାଇଥିଲା । ଏହା ପ୍ରଥମେ୮ଟା ସମୟରେ ଲଞ୍ଚ କରାଯିବାର ଥିଲା ।କିନ୍ତୁ ପ୍ରତିକୂଳ ପାଗ ଯୋଗୁଁ ଏହାକୁ୮.୪୫ରେ ପୁନଃ ନିର୍ଦ୍ଧାରିତ
କରାଯାଇଥିଲା । ଉତ୍କ୍ଷେପଣର ୫ସେକେଣ୍ଡ ପୂର୍ବରୁ ଇଞ୍ଜିନରେ ସାମାନ୍ୟତ୍ରୁଟି ଯୋଗୁଁ ପରୀକ୍ଷଣକୁ ସ୍ଥଗିତରଖାଯାଇଥିଲା । ଏହାର କିଛି ସମୟ
ପରେ ସମସ୍ୟାର ସମାଧାନ ହେବା ସହଉତ୍କ୍ଷେପଣ ପୂର୍ବାହ୍ନ ୧୦ଟାରେକରାଯିବ ବୋଲିି ଇସ୍ରୋ ସୂଚନାଦେଇଥିଲା । ଗଗନଯାନ ମହାକାଶଯାନ
ପରୀକ୍ଷଣ ମିଶନର ଉଦେ୍ଦଶ୍ୟ ହେଉଛିଏହି ମିଶନ ଅଧୀନରେ ଭାରତୀୟମହାକାଶ·ରୀମାନଙ୍କୁ ପୃଥିବୀ ପୃଷ୍ଠକୁସୁରକ୍ଷିତ ଫେରାଇ ଆଣିବା ପାଇଁ କ୍ରୁ
ମଡ୍ୟୁଲ୍ ଏବଂ କ୍ରୁ ଉଦ୍ଧାର ପ୍ରଣାଳୀରସୁରକ୍ଷା ମାନଦଣ୍ଡ ଗୁଡ଼ିକର ଅଧ୍ୟୟନକରିବା । ଗଗନଯାନ ମିଶନ ଅଧୀନରେ୨୦୨୫ ସୁଦ୍ଧା ଭାରତ ମହାକାଶକୁ
ମଣିଷ ପଠାଇବାକୁ ଲକ୍ଷ୍ୟ ରଖିଛି ।

ଇସ୍ରୋ ବୈଜ୍ଞାନିକଙ୍କୁ ନବୀନଙ୍କ ଶୁଭେଚ୍ଛାଭୁବନେଶ୍ୱର,୨୧ା୧୦(ଡିକେ ନୁ୍ୟଜ):ଗଗନଯାନ ମିଶନରେ ପ୍ରଥମଉତ୍କ୍ଷେପଣ ସଫଳତାର ସହକରିଥିବାରୁ ଇସ୍ରୋ
ବୈଜ୍ଞାନିକମାନଙ୍କୁବିଭିନ୍ନ ମହଲରୁ ଛୁଟିଛି ଶୁଭେଚ୍ଛାର ସୁଅ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ରୋବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀକହିଛନ୍ତି ଯେ, ମିଶନର ପ୍ରଥମ ପରୀକ୍ଷଣଉଡ଼ାଣକୁ ସଫଳତାର ସହ ଆରମ୍ଭକରିଥିବାରୁ ଇସ୍ରୋ ବୈଜ୍ଞାନିକମାନଙ୍କୁ
ଅଭିନନ୍ଦନ । ମହାକାଶକୁ କ୍ରୁଡମହାକାଶଯାନ ଉତ୍କ୍ଷେପଣ ଦିଗରେଭାରତ ଆଉ ଏକ ଲମ୍ଫ ପ୍ରଦାନକରିଥିବାରୁ ଏହା ଦେଶ ପାଇଁ ଗର୍ବରବିଷୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତ

Leave A Reply

Your email address will not be published.