ଓଡ଼ିଆ ସୁନା ପୁଅ ପାର ଗେମ୍ସ ଚମିକିଲେ ଓଡ଼ିଶା ପାଇଁ ସୁନାମ ଆଣିଲେ ପ୍ରମୋଦ ଭଗତ: ଏସୀୟ ପାରା କ୍ରୀଡ଼ାରେ ଜିତିଲେ ପଦକ

TOKYO, JAPAN - SEPTEMBER 04: Gold medalist Pramod Bhagat of Team India poses on the podium at the medal ceremony for the Men's Singles SL3 on day 11 of the Tokyo 2020 Paralympic Games at Yoyogi National Stadium on September 04, 2021 in Tokyo, Japan. (Photo by Kiyoshi Ota/Getty Images)
0 145

ଭୁବନେଶ୍ୱର :- ପାରା ଷଟର ପ୍ରମୋଦ ଭଗତ ଗ୍ରାଣ୍ଡ ସ୍ଵାଗତ କଲେ ଚୀନର ହାଙ୍ଗଝୋଉଠାରେ ଚାଲିଥିବା ଏସୀୟ ପାରା କ୍ରୀଡ଼ାର ଆଜି ହେଉଛି ତୃତୀୟ ଦିବସ । ପ୍ରଥମ ଦିନରେ ଭାରତ ୬ଟି ସ୍ୱର୍ଣ୍ଣ ସହିତ ୧୭ଟି ପଦକ ଓ ଦ୍ୱିତୀୟ ଦିନରେ ୩ଟି ସ୍ୱର୍ଣ୍ଣ ସହିତ ୧୭ଟି ପଦକ ଜିତିଥିଲା । ଏହା ଫଳରେ ଭାରତର ମୋଟ ପଦକ ସଂଖ୍ୟା ୩୪ରେ ପହଞ୍ଚିଥିବା ବେଳେ ସେଥି ମଧ୍ୟରେ ୯ଟି ସ୍ୱର୍ଣ୍ଣ, ୧୨ଟି ରୌପ୍ୟ ଓ ୧୩ଟି ବ୍ରୋଞ୍ଜ ପଦକ ସାମିଲ ରହିଥିଲା ।ଏହାପୂର୍ବରୁ ଆଜି ପୁରୁଷ ଜାଭେଲିନ୍ ଥ୍ରୋ ଏଫ୬୪ ଇଭେଣ୍ଟରେ ସୁମିତ ଅନ୍ତିଲ ସ୍ୱର୍ଣ୍ଣ ପଦକ ଜିତିବା ସହିତ ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ । ନିଜର ତୃତୀୟ ପ୍ରୟାସରେ ସୁମିତ ୭୩.୨୯ ମିଟର ଥ୍ରୋ କରିଥିଲେ । ଏହାଦ୍ୱାରା ନିଜର ପୂର୍ବ ରେକର୍ଡ ୭୦.୮୩ ମିଟର ରେକର୍ଡକୁ ଭାଙ୍ଗିଥିଲେ । ଭାରତର ପୁଷ୍ପେନ୍ଦ୍ର ସିଂହ ମଧ୍ୟ ଏହି ଇଭେଣ୍ଟରେ ୬୨.୦୬ ମିଟର ଥ୍ରୋ କରି ବ୍ରୋଞ୍ଜ ପଦକ ଜିତିଥିଲେ । ସେହିପରି ଭାରତର ଭବିନା ପଟେଲ ମହିଳା ସିଙ୍ଗଲସ ଟେବୁଲ ଟେନିସ କ୍ଲାସ ୪ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିବା ଫଳରେ ଭୋରତର ମୋଟ ପଦକ ସଂଖ୍ୟା ୩୮ରେ ପହଞ୍ଚିଛି ।ତେବେ ଏହା ମଧ୍ୟରେ ଏସୀୟ କ୍ରୀଡ଼ାରେ ଗୌରବ ଅର୍ଜନ କରିଛନ୍ତି ଓଡ଼ିଆ ପୁଅ ପ୍ରମୋଦ ଭଗତ । ମିକ୍ସଡ ଡବଲ୍ସ ବ୍ୟାଡମିଣ୍ଟନରେ ପ୍ରମୋଦ ଭଗତ ଓ ମନିଷା ରାମାଦାସ ବ୍ରୋଞ୍ଜ ପଦକ ଜିତିଛନ୍ତି । ଗତକାଲି ଏହି ଭାରତୀୟ ଯୋଡ଼ି ମିକ୍ସଡ ଡବଲ୍ସ ଏସଏଲ୩- ଏସୟୁ୫ ଇଭେଣ୍ଟରେ ସେମିଫାଇନାଲରେ ପ୍ରବେଶ କରିଥିଲେ ।

Leave A Reply

Your email address will not be published.