ଡୁମାଣି ଖବର:- ଭୟ ଭୀତ ହୁଅନ୍ତୁ ନାହିଁ !ଡରିବାର ନାହିଁ, ଆପଣଙ୍କ ଫୋନ୍ ଠିକ୍ ଅଛି ସ୍ୱାଭାବିକ ଭାବେ ମଧ୍ୟ କାମ କରୁଛି । କୌଣସି ପ୍ରକାର ଟେକ୍ନିକାଲ୍ ସମସ୍ୟା ନୁହେଁ ବରଂ ଏହା ଏକ ସେଲ୍ ବ୍ରଡକାଷ୍ଟ ଆଲର୍ଟ ସିଷ୍ଟମର ଟେଷ୍ଟିଂ ପ୍ରକ୍ରିୟା । ବିପର୍ଯ୍ୟୟ ବେଳେ ଗୋଟିଏ କ୍ଲିକରେ ସବୁ ନାଗରିକଙ୍କ ପାଖରେ ପହଞ୍ଚିବ ସତର୍କ ସୂଚନା । ସାରାଦେଶର ନାଗରିକ ମାନଙ୍କୁ ସତର୍କ କରାଇବାକୁ ଏକ ବ୍ୟବସ୍ଥା କରାଯାଉଛି। ଏଥିପାଇଁ ଫୋନରେ ବାଜୁଛି ଆଲର୍ମ । ସାରା ଓଡ଼ିଶାରେ ଲୋକଙ୍କ ମୋବାଇଲରେ ଆଲାର୍ମ ବାଜୁଥିବା ସୂଚନା ମିଳିଛି । ହଠାତ୍ କିଁ କିଁ ସାଉଣ୍ଡ୍ କରି ମୋବାଇଲ ବାଜି ଉଠୁଛି । ବିପର୍ଯ୍ୟୟ ବେଳେ ଦେଶର ନାଗରିକ ମାନଙ୍କୁ ଆଲର୍ଟ କରିବାକୁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ଏହି ନୂଆ ପଦକ୍ଷେପ ନିଆଯାଇଛି।