ଡୁମାଣି ଖବର :- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ବିଭାଗକୁ ୨୦୨୪ ମାର୍ଚ୍ଚ ସୁଦ୍ଧା ମୋବାଇଲ୍ ଫୋନ୍ ନେଟଓ୍ବର୍କ କଭରେଜ ସଫଳତା ହାସଲ କରିବା ପାଇଁ ସମସ୍ତ ଗାଁରେ ମୋବାଇଲ୍ ଟାଓ୍ୱର ସ୍ଥାପନ କରିବା ପାଇଁ ବୁଧବାର ପିଏମ୍-ପ୍ରଗତି ବୈଠକରେ ମୋଦି ମୋବାଇଲ୍ ଟାଓ୍ୱାର ସ୍ଥାପନରେ ବିଳମ୍ବକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ଆର୍ଥିକ ବର୍ଷ ଶେଷ ସୁଦ୍ଧା କାମ ସାରିବାକୁ ସେ ପରାମର୍ଶ ଦେଇଛନ୍ତି। ଗୁଜରାଟରେ ୬୬ଟି ଟାଓ୍ୱାର ସ୍ଥାପନରେ ବିଳମ୍ବକୁ ନେଇ ମଧ୍ୟ ମୋଦୀ ଉଦବେଗ ପ୍ରକାଶ କରିଛନ୍ତି। ସରକାର ମୋବାଇଲ ଫୋନ କଭରେଜରେ ସଫଳତା ହାସଲ କରିବା ପାଇଁ ବିଭିନ୍ନ ଏଜେନ୍ସିରୁ କେନ୍ଦ୍ରୀୟ ରାଇଟ୍ ଅଫ୍ ଓ୍ବେ (ROW) ଅନୁମୋଦନ ପାଇଁ ଏକ ସମର୍ପିତ ଓ୍ୱେବସାଇଟ୍ ‘Gatishakti ସଞ୍ଚାର’ ନିର୍ମାଣ କରିଛନ୍ତି।ଅଧିକ ଜନସଂଖ୍ଯା ଥିବା ସହରାଞ୍ଚଳରେ ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ସମସ୍ତ ଅଂଶୀଦାରମାନେ ନୋଡାଲ ଅଧିକାରୀ ନିଯୁକ୍ତ କରିବା ସହ ଉତ୍ତମ ସମନ୍ୱୟ ପାଇଁ ଦଳ ଗଠନ କରିବାକୁ ମୋଦୀ ନିର୍ଦ୍ଦେଶ ଦେଇଛନ୍ତି।ଏହି ଅବସରରେ ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ର ଓ ଝାଡଖଣ୍ଡର ନଦୀବନ୍ଧ ଓ ଜଳସେଚନ ପ୍ରକଳ୍ପର ସମୀକ୍ଷା କରିଥିଲେ। ଏହିସବୁ ପ୍ରକଳ୍ପ ନିର୍ମାଣ କରିବା ସମୟରେ କେନାଲଗୁଡ଼ିକ ମଧ୍ୟ ଏକକାଳୀନ ନିର୍ମାଣ କରାଯିବାକୁ ସେ ଜଳସମ୍ପଦ ମନ୍ତ୍ରଣାଳୟ ଏବଂ ରାଜ୍ୟଗୁଡ଼ିକୁ କହିଛନ୍ତି।