ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ କ୍ରୀଡ଼ାର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିବା ସହିତ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି ।ଥିସହିତ ସଫଳ କ୍ରୀଡ଼ାବିତଙ୍କ ପାଇଁ ପ୍ରୋତ୍ସାହନ ରାଶି ମଧ୍ୟ ଘୋଷଣା କରୁଛନ୍ତି । ନିକଟରେ ୧୯ତମ ଏସୀୟ କ୍ରୀଡ଼ାରେ ପୁରୁଷ ଜାଭେଲିନ ଥ୍ରୋ’ରେ ରୌପ୍ୟ ପଦକ ଜିତିଥିବା କିଶୋର ଜେନାଙ୍କୁ ମୁଖ୍ୟମନ୍ତ୍ରୀ ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିଲେ ।ବ ଚେସ ପ୍ରତିଭାଙ୍କୁ ଚିହ୍ନଟ କରି ସେମାନଙ୍କୁ ପ୍ରୋତ୍ସାହିତ କରି ଓ ଉପଯୁକ୍ତ ପ୍ରଶିକ୍ଷଣ ଦେଇ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସୁଯୋଗ ଦେବା ନେଇ ନିଷ୍ପତ୍ତି ହୋଇଛି ।ଖ୍ୟମନ୍ତ୍ରୀ କହିଥିଲେ, ସାରା ରାଜ୍ୟରେ ୧୦୦ଟି ଚେସ୍ ପ୍ରଶିକ୍ଷଣ କେନ୍ଦ୍ର ଖୋଲିବା ନେଇ ଯୋଜନା ଚାଲିଛି । ଫିଡେ ସହ ମିଳିତ ଭାବେ କାର୍ଯ୍ୟ କରିବା ନେଇ ଓଡ଼ିଶା ସରକାର ଆଗ୍ରହୀ ଅଛନ୍ତି । ଚେସକୁ ସ୍କୁଲ କାର୍ଯ୍ୟକ୍ରମରେ ସାମିଲ କରିବ ରାଜ୍ୟସ୍ତରୀୟ ଚେସ ଏକାଡେମୀ ‘ପ୍ରୋ-ଚେସ-ଟା’ର ପ୍ରତିଷ୍ଠା କରାଯାଇଛି । ଏହି ଅବସରରେ ଓଜୋଲା କଳିଙ୍ଗ ଷ୍ଟାଡିୟମରେ ବିଭିନ୍ନ କ୍ରୀଡ଼ା ଭିତ୍ତିଭୂମି ପରିଦର୍ଶନ କରିଥିଲେ ।