ଜୀବେ ଦୟା । ଯୁଗ ଯୁଗ ଧରି ଏହି ଦର୍ଶନ ମଣିଷ ସମାଜକୁ ଅନୁପ୍ରାଣିତ କରଆସିଛି । ଗାଈ ଗୋରୁମାନଙ୍କୁ ପୂଜା କରିବା, ସେମାନଙ୍କ
ଲାଳନ ପାଳନ ଓ ସେବା ଶୁଶ୍ରୁଷାକୁ ଏକ ମହତ୍ କାର୍ଯ୍ୟ ବୋଲି ହିନ୍ଦୁ ସମାଜରେ ବିବେଚନା କରାଯାଇ ଆସିଛି । ଆନୁଷ୍ଠାନିକ ଭାବେ
ହେଉ କି ବ୍ୟକ୍ତିଗତ ଭାବେ ହେଉ, ସେମାନଙ୍କୁ ଆପଣାଇବା ଏକ କଲ୍ୟାଣମୂଳକ କାର୍ଯ୍ୟ ବୋଲି ଧରାଯାଏ । ଠିକ୍ ଏହିଭଳି କିଛି କରି
ଆସିଛନ୍ତି ଡୁମାଣି ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷ ତଥା ବିଶିଷ୍ଟ ସମାଜସେବୀ ଅକ୍ଷୟ କୁମାର ପଟ୍ଟନାୟକ । ଜୀବଜନ୍ତୁଙ୍କ ସେବାରେ ନିଜକୁ
ନିୟୋଜିତ କରିବା ଓ ନିରନ୍ତର ସେମାନଙ୍କ ସେବା କରିବା ତାଙ୍କର ଦୈନନ୍ଦିନ ଜୀବନର ଅଂଶବିଶେଷ ।