ଜାତୀୟ କ୍ରୀଡା: ଶ୍ରାବଣୀଙ୍କୁ ସ୍ୱର୍ଣ୍ଣ, ଅନିମେଶଙ୍କୁ ବ୍ରୋଞ୍ଜ

0 157

ପାଣାଜୀ,୩ା୧୧: ଗୋଆରେ ଅନୁଷ୍ଠିତ ୩୭ତମ ଜା କ୍ରୀଡାରେ ଓଡ଼ିଶାକୁ ଆଉ ଏକ ସ୍ୱର୍ଣ୍ଣିମ ସଫଳତା । ଗୁରୁବାର ଆଥଲେଟିକ୍ସରୁ ଓଡ଼ିଶା ଗୋଟିଏ ଲେଖାଏ ସ୍ୱର୍ଣ୍ଣ ଓ
ବ୍ରୋଞ୍ଜ ପଦକ ହାସଲ କରିଛି । ୨୦୦ ମିଟର ମହିଳା ସ୍ପ୍ରିଣ୍ଟରେ ଶ୍ରାବଣୀ ନନ୍ଦ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ପୁରୁଷ ବର୍ଗରେ ଅନିମେଶ କୁଜୁର ବ୍ରୋଞ୍ଜ ପଦକ
ହାସଲ କରିଛନ୍ତି । ଓଡ଼ିଆ ସାଇକ୍ଲିଷ୍ଟ ସ୍ୱସ୍ତି ସିଂ ଦୁଇଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ୧୦ କିମି ସ୍କ୍ରାଚ୍ରେ ସରେ ସ୍ୱସ୍ତି ଓ ବର୍ଷାରାଣୀ ବାରିକ ଏକ ବ୍ରୋଞ୍ଜ ପଦକ ହାତେଇଥିବା
ବେଳେ ବ୍ୟକ୍ତିଗତ ପର୍ସୁଟ ଇଭେଣ୍ଟରେ ସ୍ୱସ୍ତି ଦ୍ୱିତୀୟ ବ୍ରୋଞ୍ଜ ହାସଲ କରିଥିଲେ । ଏହାକୁ ମିଶାଇ ୬ ସ୍ୱର୍ଣ୍ଣ, ୧୦ ରୌପ୍ୟ ଓ ୧୫ ବ୍ରୋଞ୍ଜ ସହିତ ଓଡ଼ିଶା ସମୁଦାୟ ୩୧
ପଦକ ହାସଲ କରିଛି । ଏହା ସହ ଆଥଲେଟିକ୍ସରେ ଗୋଟିଏ ସ୍ୱର୍ଣ୍ଣ, ୩ ରୌପ୍ୟ ଓ ଦୁଇ ବ୍ରୋଞ୍ଜ ସହିତ ଓଡ଼ିଶା ୬ ପଦକ ହାସଲ କରିଛି ।
ଗୁରୁବାର ଓଡ଼ିଶା ପୁରୁଷ ହକି ଦଳ ଏହାର ପ୍ରଥମ ବିଜୟ ରେକର୍ଡ କରିଛି । ଅଭିଷେକ ରାଣା (୨୮, ୫୫ ମିନିଟ)ଙ୍କ ଡବଲ୍ ଗୋଲ ଓ କ୍ରିଷ୍ଣା ପନୱର (୨୩ ମିନିଟ)
ଗୋଟିଏ ଗୋଲ୍ ଦେଇଥିବା ବେଳେ ଦଳ ୩-୨ରେ ଦିଲ୍ଲୀକୁ ପରାସ୍ତ କରିଛି । ୪ ତାରିଖରେ ଓଡ଼ିଶା ପଶ୍ଚିମବଙ୍ଗକୁ ଭେଟିବ । ୬୨ତମ ଜାତୀୟ ଆଥଲେଟିକ୍ସ
·ମ୍ପିୟନଶିପରେ ଅନିମେଶ ମିଟ୍ରେ କର୍ଡ କରିଥିବା ବେଳେ ସେ ଓଡ଼ିଶାର ଅନ୍ୟତମ ଶ୍ରେଷ୍ଠ ପ୍ରତିଭାବୋଲି ଓଡ଼ିଶା ରିଲାଏନ୍ସ ଆଥଲେଟିକ୍ସ ହାଇ ପର୍ଫମାନ୍ସ ମୁଖ୍ୟ କୋଚ୍ ମାର୍ଟିନ୍
ଓଏନ୍ସ କହିଛନ୍ତି । ସାଇକ୍ଲିଂ ଦଳର କୋଚ୍ ସମ୍ବ୍ରିତି ମହାନ୍ତି ଉଭୟ ସାଇକ୍ଲିଷ୍ଟଙ୍କ ପ୍ରଦର୍ଶନକୁ ନେଇ ଖୁସି ଜାହିର କରିଥିବା ବେଳେ ଆମେ ଅଳ୍ପକେ ସ୍ୱର୍ଣ୍ଣ ଓ ରୌପ୍ୟରୁ ବଞ୍ଚିତ
ହେଲୁ ବୋଲି କହିଛନ୍ତି । ଏହା ସହ ଆଗାମୀ ଦିନରେ ଦଳ ସଫଳତା ହାସଲ କରିବା ନେଇ ସେ ଆଶାବାଦୀ ବୋଲି କହିଛନ୍ତି ।

Leave A Reply

Your email address will not be published.