୫ ବ୍ୟାଙ୍କ ଉପରେ ଆରବିଆଇର କାର୍ଯ୍ୟାନୁଷ୍ଠାନ

RBI action against 5 banks

0 27

ମୁମ୍ବ।।ଇ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ନିୟମ ଗୁଡିକର ଉଲ୍ଲଂଘନ ନିମନ୍ତେ ୫ ବ୍ୟାଙ୍କଙ୍କୁ ଜରିମାନା କରାଯାଇଛି । ଯେଉଁ ବ୍ୟାଙ୍କମାନଙ୍କ ଉପରେ ଆରବିଆଇ କାର୍ଯ୍ୟାନୁଷ୍ଠାନ କରିଛନ୍ତି ସେହି ବ୍ୟାଙ୍କଙ୍କ ମଧ୍ୟରେ ୨ଟି ଘରୋଇ ଓ ୩ଟି ସମବାୟ ବ୍ୟାଙ୍କ ଅଛନ୍ତି । ଦେଶର ସବୁଠୁ ବଡ଼ ଘରୋଇ ବ୍ୟାଙ୍କ ଏଚଡିଏଫସି ବ୍ୟାଙ୍କ ମଧ୍ୟ ନିୟମ ଭାଙ୍ଗିବାରେ ଦୋଷୀ ଥିବାର ଜଣାପଡିଛି । ଆରବିଆଇ ଫରେନ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟ (ଏଫଇଏମଏ) ୧୯୯୯ରେ ପ୍ରାପ୍ତ କ୍ଷମତାର ଉପଯୋଗ କରି ଏଚଡିଏଫସି ବ୍ୟାଙ୍କ ଓ ବ୍ୟାଙ୍କ ଅଫ ଆମେରିକା ବିରୋଧରେ କାର୍ଯ୍ୟାନୁଷ୍ଠାନ କରିଛନ୍ତି । ଆରବିଆଇ ୩୦ ନଭେମ୍ବର ଗୁରୁବାର ବ୍ୟାଙ୍କ ଅଫ ଆମେରିକା ଓ ଏଚଡିଏଫସି ବ୍ୟାଙ୍କ ବିରୋଧରେ ନିୟମର ଉଲ୍ଲଂଘନ ନିମନ୍ତେ ୧୦ ହଜାର ଟଙ୍କା ଲେଖାଏଁ ଜରିମନା କରିଛନ୍ତି । ଏହି ଦୁଇ ବ୍ୟାଙ୍କଙ୍କ ବିରୋଧରେ ନନ ରେସିଡେଣ୍ଟ ଇଣ୍ଡିଅ ।ନଙ୍କ ଜମା ଗ୍ରହଣ କରିବା ସମ୍ପର୍କିତ ନିୟମ ଭଙ୍ଗର ଅଭିଯୋଗ ପ୍ରମାଣିତ ହୋଇଛି । ଆରବିଆଇ ତାଙ୍କର ଏକ ବୟାନରେ କହିଛନ୍ତି ଯେ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଦୁଇ ବ୍ୟାଙ୍କଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିଲା । ଆରବିଆଇ ୩ଟି ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ଉପରେ ମଧ୍ୟ ଜରିମନା କରିଛନ୍ତି । ଯେଉଁ ବ୍ୟାଙ୍କମାନଙ୍କ ଉପରେ ଆରବିଆଇଙ୍କ କାର୍ଯ୍ୟାନୁଷ୍ଠାନ ହୋଇଛି ସେମାନଙ୍କ ମଧ୍ୟରେ ଧ୍ରଂଗଧ୍ରା ପ୍ୟୁପିଲସ୍‌ କୋ-ଅପରେଟିଭ ବ୍ୟାଙ୍କ, ପାଟଳୀପୁତ୍ର ସେଣ୍ଟ ସମ୍ପର୍କିତ ନିୟମ ଉଲ୍ଲଂଘନ ଯୋଗୁ ଧ୍ରଂଗଧ୍ରା କୋ- ଅପରେଟିଭ ବ୍ୟାଙ୍କ ୧ ଲକ୍ଷ ଟଙ୍କା ଜରିମାନା କରାଯାଇଛି । ସେହିପରି ପାଟଳିପୁତ୍ର ବ୍ୟାଙ୍କକୁ ଦେଢ ଲକ୍ଷ ଟଙ୍କା ଓ ଅହମ୍ମଦାବାଦର ମଣ୍ଡଳ ନାଗରିକ ସମବାୟ ସମିତି ବ୍ୟାଙ୍କକୁ ଦେଢ ଲକ୍ଷ ଟଙ୍କା ଜରିମନା ହୋଇଛି ।

Leave A Reply

Your email address will not be published.