ନେତାଙ୍କ ଛାତି ଧଡ଼ଧଡ |

Fear among Leaders |

0 62

ନୂଆଦିଲ୍ଲୀ,୨ା୧୨: କିଏ ମାରିବ ବାଜି । ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନାରେ କିଏ ପିନ୍ଧିବ ମୁକୁଟ । ଆସନ୍ତା କାଲି ପ୍ରକାଶ ପାଇବ ଜନତାଙ୍କ ରାୟ । ଏହାକୁ ନେଇ ସାରା ଦେଶବାସୀଙ୍କ ରହିଛି ପ୍ରତୀକ୍ଷା । ୨୪ ଫାଇନାଲ ପୂର୍ବରୁ ସେମିଫାଇନାଲ ପାଇଁ ଭୋଟର ଏଥର କାହାକୁ ସିରପା ପିନ୍ଧାଇବେ ତା ଉପରେ ପୁରା ଦେଶର ନଜର ରହିଛି । ରାଜସ୍ଥାନରେ ଗେହଲଟ- ପାଇଲଟ୍‌ ଯୋଡ଼ି ପୁଣି ଥରେ କମ୍‌ବ୍ୟାକ୍‌ କରିବାର ଲକ୍ଷ୍ୟରେ ରହିଛନ୍ତି । ଛତିଶଗଡ଼ରେ ବାଘେଲଙ୍କ ନେତୃତ୍ୱକୁ ମିଳିପାରେ ବିଜୟ । ତେଣୁ ଏହି କ୍ୟାମ୍ପ ରାଜାଭିଷେକ ପାଇଁ ପ୍ରସ୍ତୁତ କରିଥିବା ବେଳେ ତେଲେଙ୍ଗାନାରେ କେସିଆର ଶାସନକୁ ହଟାଇବା ଲକ୍ଷ୍ୟରେ ରହିଛି କଂଗ୍ରେସ । ତେବେ ତେଲେଙ୍ଗାନାରେ କଂଗ୍ରେସ ନେତା କେ.ରେବନ୍ତା ରେଡ୍ଡିଙ୍କ ଶିବିର ହୋଇଛି ଚଳଚଞ୍ଚଳ । ତାଙ୍କ ବାସଭବନରେ ଏକାଠି ହୋଇଛନ୍ତି କର୍ମୀ ଓ ନେତା । ତା ପୂର୍ବରୁ ପୂଜାର୍ଚ୍ଚନା କଲେଣି ନେତା । ସାରା ଦେଶର ନଜର ମଧ୍ୟପ୍ରଦେଶ ଓ ରାଜସ୍ଥାନ ବିଧାନସଭା ଫଳାଫଳ ଉପରେ ରହିଛି । ଆଉ ତାପୂର୍ବରୁ ଭାରତୀୟ ଜନତା ପାର୍ଟିର ବିଜୟ କାମନା କରି ଗୁଜରାଟର ସୋମନାଥ ମନ୍ଦିରରେ ପୂଜାପାଠ କରିଛନ୍ତି ଶାହା । ମଧ୍ୟପ୍ରଦେଶ ବିଜେପି ନେତା କୈଳାଶ ବିଜୟବର୍ଗୀୟ ମଧ୍ୟ ପୂଜାର୍ଚ୍ଚନା କରି ଦଳର ବିଜୟ କାମନା କରିଛନ୍ତି । ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ଦୌସା ଜିଲ୍ଲାର ମେହନ୍ଦିପୁର ବାଲାଜୀ ମନ୍ଦିରରେ ପହଁଚି ପୂଜାର୍ଚ୍ଚନା କରିଛନ୍ତି । ପ୍ରଥମେ ରାଧାକୃଷ୍ଣଙ୍କ ପୂଜାର୍ଚ୍ଚନା ପରେ ବାଲାଜୀ ମନ୍ଦିରରେ ପହଁଚିଥିଲେ ବସୁନ୍ଧରା ରାଜେ । ଛତିଶଗଡ ଓ ତେଲେଙ୍ଗାନାରେ ଏଥର କଂଗ୍ରେସ ଜିତିବ ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମ ପୂର୍ବାନୁମାନ କରିଛନ୍ତି । ବିଭିନ୍ନ ଏକଜିଟ ପୋଲ ଅନୁସାରେ, ଛତିଶଗଡରେ ଦ୍ୱିତୀୟ ଥର ଲାଗି ଭୂପେଶ ବାଘେଲ କଂଗ୍ରେସକୁ ବିଜୟ ଦେବେ । ତେବେ ତେଲେଙ୍ଗାରେ ଏଥର କେ.ଚନ୍ଦ୍ରଶେଖର ରାଓଙ୍କୁ କଂଗ୍ରେସ କଡା ଟକ୍କର ଦେଉଛି ବୋଲି ଅଧିକାଂଶ ଏକଜିଟ ପୋଲ ଆକଳନ କରିଛନ୍ତି । ଏଭଳି ହେଲେ ଦୀର୍ଘ ଦଶ ବର୍ଷ ପରେ ତେଲେଙ୍ଗାର ପଟ୍ଟ ପରିବର୍ତ୍ତନ ହେବ । କାଲି ସକାଳ ୭ଟାରୁ ୪ ରାଜ୍ୟର ବିଧାନସଭା ପାଇଁ ଭୋଟଗଣତି ଆରମ୍ଭ ହେବ । ଏହି ଫଳାଫଳକୁ ୨୦୨୪ ପୂର୍ବର ସେମିଫାଇନାଲ ବୋଲି କୁହାଯାଉଛି । ତେଣୁ ଏହି ୪ ରାଜ୍ୟର ଫଳାଫଳ ଉପରେ ଦେଶର ନଜର ରହିଛି । ତେଣୁ ଏଗ୍‌ଜିଟ୍‌ ପୋଲ ରିପୋର୍ଟ ଏକ୍‌ଜାଟ୍‌ ପୋଲ ହେଉଛି କି ନାହିଁ କାଲି ଫଳାଫଳ ବାହାରିବା ପରେ ତାହା ସ୍ପଷ୍ଟ ହୋଇଯିବ ।

 

Leave A Reply

Your email address will not be published.